ଭୁବନେଶ୍ୱର ୨୮।୦୩ : ରାଜଧାନୀରେ ଗ୍ୟାସ୍ ଭାଳେଣି । ବୁକିଂ ହେଉଛି, ଓଟିପି ବି ଆସୁଛି । ହେଲେ ଡେଲିଭରି ହେଉନି । ଗ୍ୟାସ୍ ଏଜେନ୍ସି ପାଖକୁ ଗଲେ, ସେ କହୁଛନ୍ତି ଗ୍ୟାସ୍ ଟାଙ୍କି ଆସିନାହିଁ । ହେଲେ ବୁକିଂ କରିଥିବା ଗ୍ରାହକଙ୍କ ସିଲିଣ୍ଡର ଏଜେନ୍ସି ବିକି ଦେଉଥିବାର ଅଭିଯୋଗ ଆସିଛି।

Also Read:- କାହିଁକି ଏମିତି ନିଷ୍ପତ୍ତି, ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ଯୁବତୀ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଚାରିଆଡେ ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ଏହିକ୍ରମରେ ଭୁବନେଶ୍ୱରରେ ଥିବା ଏକ ଗ୍ୟାସ୍ ଏଜେନ୍ସି ଆଗରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା। ଶତାଧିକ ଲୋକେ ଗ୍ୟାସ୍ ଏଜେନ୍ସି ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କର ଅଭିଯୋଗ ହେଲା କି, ଗ୍ୟାସ୍ ବୁକିଂ କରିଥିଲେ । ଓଟିପି ମଧ୍ୟ ଆସିଥିଲା । କିଛି ଦିନ ପରେ ଗ୍ୟାସ୍ ଡେଲିଭରି ନେଇ ଖାଉଟିଙ୍କୁ ଓଟିପି ଆସିଥିଲା । ହେଲେ ସିଲିଣ୍ଡର ଡେଲିଭରି ହେଉନାହିଁ । ଏନେଇ ସାଧାରଣ ଲୋକେ ଗ୍ୟାସ ଏଜେନ୍ସିକୁ ପ୍ରଶ୍ନ ପଚାରିବାରୁ, ସେ କହିଥିଲେ କି ଗ୍ୟାସ୍ ଏବେ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଗ୍ୟାସ୍ ନାହିଁ, ତେବେ ସିଲିଣ୍ଡର ଭର୍ତ୍ତି ପାଇଁ ଓଟିପି କେମିତି ଆସିଲା ।

Also Read:-AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କଲେ ବଢିବ କର୍ମଚାରୀଙ୍କ ରାଙ୍କିଂ

ତେବେ ଏହି ସବୁ ଗ୍ୟାସ୍‌ ସିଲିଣ୍ଡରକୁ ଏଜେନ୍ସିମାନେ ବ୍ଲାକ୍‌ରେ ବିକ୍ରି କରୁଥିବାର ଅଭିଯୋଗ ଆଣିଛନ୍ତି ଲୋକେ । ଗ୍ୟାସ୍‌ ସମସ୍ୟା ନେଇ ଏଜେନ୍ସି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଗ୍ୟାସ ସମସ୍ୟା ନେଇ ଦିଲ୍ଲୀରେ ବସିଛି ବଡ଼ ବୈଠକ । ଯେଉଁଥିରେ ୯ ରାଜ୍ୟର ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହିବେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଯୋଗ ଦେଇଛନ୍ତି