ଜି.ଉଦୟଗିରି ୩୦।୧୦: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୂସ୍ଖଳନ ପାଇଁ ଓଡ଼ିଶାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ରାଇକିଆ ବ୍ଲକ ଡାଙ୍ଗେସି ଗାଁର ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅଚ୍ୟୁତ ପ୍ରଧାନ, ଅନୀଷା ପ୍ରଧାନ ଏବଂ ତାଙ୍କ ୯ ମାସର ପୁଅ ।

ଗୁରୁବାର ଭୂସ୍ଖଳନ ପରେ ପୂରା ପରିବାର ନିଖୋଜ ଥିଲେ । ଆଜି ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ କରିବା ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ ମନ୍ତ୍ରୀ ରବି ନାରାୟଣ ନାଏକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

​​​​​​​

Also Read:- ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶା ଆଡ଼କୁ ମୁହାଁଇବ କି ? ପାଣିପାଗ ବିଶାରଦଙ୍କ ବଡ଼ ଆକଳନ

ଭୂସ୍ଖଳନ ପାଇଁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଥିବା ବେଳେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ୩ ଜଣଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

​​​​​​​Watch Video:​​​​​​​