ଭୁବନେଶ୍ବର: ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ରେକର୍ଡଭୁକ୍ତ ଜମିର ଅରିଜିନାଲ୍ ରେକର୍ଡ ଅଫ୍ ରାଇଟ୍ସ( ଆରଓଆର) ସଂଶୋଧନ କାର୍ଯ୍ୟ କରାଯାଇଛି। ସତ୍ୟବାଦୀ ତହସିଲରେ ମୋଟ ୩୮ଟି ଖାତାର ରେକର୍ଡ ସଂଶୋଧନ କରାଯିବା ସତ୍ୟବାଦୀର ବିଭିନ୍ନ ମୌଜା ଅନ୍ତର୍ଗତ ମୋଟ ୬୯୩.୧୦୬ ଏକର ଜମିର ଖତିଆନ୍ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଏହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହୋଇଛି।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଜମି ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାର ସେ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ମହାପ୍ରଭୁଙ୍କ ଅନେକ ଜମି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ତାଙ୍କ ଜମି ରହିଛି। ସବୁ ଜମି ଫେରାଇ ଅଣାଯିବ। ମହାପ୍ରଭୁଙ୍କ ୩୬ ହଜାର ଏକର ଜମି ରହିଛି। ସବୁ ଜମିକୁ ସୁରକ୍ଷିତ ଆଣିବା ପାଇଁ ଆମେ ପ୍ରଚେଷ୍ଟା ଆରମ୍ଭ କରିଛୁ।’ ବର୍ତ୍ତମାନ ଦୁଇଟି ଦିଗରେ କାମ କରାଯାଉଛି। ପ୍ରଥମ ମହାପ୍ରଭୁଙ୍କ ଜମିକୁ ଫେରାଇ ଆଣୁଛୁ। କେଉଁଠି ଜବରଦଖଲ ହୋଇଛି ତ’ କେଉଁଠି ବ୍ୟବହାର ହୋଇନାହିଁ... ସବୁ ଜମିକୁ ସୁରକ୍ଷିତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।’’

ଆଉ ଏକ ଦିଗ ହେଉଛି ବର୍ଷ ବର୍ଷ ଧରି ଜମି ବ୍ୟବହାର ହେଉଥିବା ଲୋକଙ୍କ ସେଟଲମେଣ୍ଟ କରିବା, ଏଥିପାଇଁ ୟୁନିଫର୍ମ ସେଟେଲମେଣ୍ଟ ପଲିସିକୁ ନୂଆ ରୂପରେ ଆଣିବାକୁ ଯାଉଛୁ। କ୍ୟାବିନେଟରେ ଏହା ପାରିତ ହେବା ପରେ ସେ ଲୋକଙ୍କୁ ସୁବିଧା ମିଳିପାରିବ ତାଙ୍କ ନାମରେ ଜମି ହୋଇଯିବ। ମହାପ୍ରଭୁଙ୍କ ଜମିକୁ ଅନେକ ଜାଗାରେ ଲମ୍ବା ସମୟ ଧରି ଖଣି ଉତ୍ତୋଳନ ପାଇଁ ବ୍ୟବହାର କରାଯାଇଛି। ତାକୁ ମଧ୍ୟ ଅଣାଯିବ। ଯିଏ ବି ହେଉନା କାହିଁକି ଠାକୁରଙ୍କ ଜମିକୁ ରଖିଥିବେ ସେସବୁ ଫେରାଇଆଣିବା ଆମ ଲକ୍ଷ୍ୟ ପୁଣି ସୁରକ୍ଷିତ ଆଣିବୁ।’

Also Read: ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିଲା ୩୦୦ କୋଟିର ୫୭ ଏକର ଜମି, ଖାରଜ ହେଲା ୬୫ ବର୍ଷ ତଳର ଲିଜ୍

ଏପଟେ ନୂଆ ୟୁନିଫୋର୍ମ ସେଟଲମେଣ୍ଟ ପଲିସି ମଧ୍ୟ ଆଣିବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ। କ୍ୟାବିନେଟରେ ପାରିତ ହେବା ପରେ ଯେଉଁ ଲୋକେ ଦୀର୍ଘ ଦିନ ଧରି ଜମି ବ୍ୟବହାର କରିଛନ୍ତି ଓ ମାଲିକାନା ପାଇଛନ୍ତି ବା ମାଲିକାନା ସୁବିଧା ପାଇଁ ନାହାନ୍ତି। ସେ ଦିଗରେ ସେଟଲମେଣ୍ଟ ପଲିସି ଲାଗୁ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ୟୁନିଫର୍ମ ସେଟଲମେଣ୍ଟ ପଲିସି ୨୦୦୩ରୁ ରାଜ୍ୟରେ ରହିଛି, କିନ୍ତୁ କାର୍ଯ୍ୟକାରୀ ହେଇପାରିନି। ଆମେ ଏହାର ନବକଳେବର କରିଛୁ। କ୍ୟାବିନେଟରେ ପାରିତ ହେବା ପରେ ସେ ଦିଗରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।