ଦିଗପହଣ୍ଡି ୦୯।୦୮: ଟ୍ରେନରୁ ପଡ଼ି ଚାଲିଗଲା ଜୀବନ। ଦାଦନ ଶ୍ରମିକଙ୍କ ଅକାଳ ମୃତ୍ୟୁ । କାମ ପାଇଁ ଯାଉଥିଲେ, ଶବ ହୋଇ ଫେରିଲେ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏଭଳି ଦୁଖଃଦ ଘଟଣା ଘଟିଛି।

ଖବର ଅନୁଯାୟୀ, ମୃତକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗାଁର ଟୁନା ବେହେରା । ସେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଟ୍ରେନ ଯୋଗେ ତାମିଲନାଡୁ ଯାଉଥିଲେ । କିନ୍ତୁ ଅସାବଧାନତା କାରଣରୁ ତାମିଲନାଡୁର ମାଲେପାଟମ୍ବକମ୍ ଗାଁ ନିକଟରେ ସେ ଟ୍ରେନରୁ ଖସି ପଡ଼ିଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁରେ ପରିବାରକୁ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରାଯାଇଛି । ଟୁନା ଥିଲେ ଘରର ଘରର ଏକମାତ୍ର ରୋଜଗାରିଆ ପୁଅ । ତାଙ୍କ ମୃତ୍ୟୁ ଖବର ଶୁଣି ଗାଁ ଓ ପରିବାରରେ ଖେଳିଯାଇଛି ଶୋକାକୂଳ ପରିବେଶ ।

Also Read:-ଲ୍ୟାଣ୍ଡଫଲ୍ ପୂର୍ବରୁ 'ଡଲଫିନ୍'ର ଆତଙ୍କ : ସବୁ ଭାଙ୍ଗି ଚୁରମାର, ୫ ଜଣଙ୍କୁ ଉଡାଇନେଲା ପବନ !