ଭୁବନେଶ୍ୱର ୦୪।୦୭ : ଧରାପଡିଲା ‘କୁମ୍ଭୀର’ । ଦୀର୍ଘ ଦିନ ଖେଳୁଥିବା ଲୁଚକାଳିର ହୋଇଛି ଅନ୍ତ । ଶେଷରେ ଫେରାର ଥିବା କୁମ୍ଭୀର ପୋଲିସ ହାବୁଡ଼ରେ ପଡିଛି । ଅଭିଯୁକ୍ତ କୁମ୍ଭୀରକୁ ଗିରଫ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବର ଚନ୍ଦ୍ରଶେଖର ବୁଦ୍ଧ ବିହାର ଏବଂ ଇଶାଣେଶ୍ୱର ବସ୍ତିରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ପ୍ରେମ ବ୍ୟାପାରକୁ ନେଇ ପ୍ରଥମେ ହୋଇଥିଲା ଗଣ୍ଡଗୋଳ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗ୍ୟାଙ୍ଗ ୱାର। ଉତ୍ତମ ଏବଂ କୁମ୍ଭୀର ଗ୍ରୁପ୍ ମଧ୍ୟରେ ହୋଇଥିଲା ଜୋରଦାର ଗ୍ୟାଙ୍ଗୱାର। ଏହି ଗ୍ୟାଙ୍ଗୱାରରେ ବୁଦ୍ଧ ବିହାର କଲୋନୀର ସେକ୍ରେଟାରୀଙ୍କ ପୁଅ ଶୁଭମ୍ ସରୋଜ ଗୁରୁତର ଆହତ ହୋଇଥିଲେ । ଘଟଣାରେ ୧୪ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିସ ଘଟଣାରେ ଆକ୍ସନ ନେଇ ଶନିବାର ଦିନ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ଘଟଣାର ଫେରାର ଥିବା କୁମ୍ଭୀରକୁ ଗିରଫ କରିଛି ପୋଲିସ ।

ଖବର ଲେଖା ଚାଲୁଛି...