ଭୁବନେଶ୍ବର ୨୦।୮: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ବୁଧବାର ଠାରୁ ଆଜି ଯାଏଁ ୫୦ ମିମିରୁ ଅଧିକ ବର୍ଷା ହୋଇନି । ଲଘୁଚାପ ପ୍ରଭାବ ନାହିଁ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ୩୩ ମିମି ବର୍ଷା ହୋଇଛି । ସୁବର୍ଣ୍ଣରେଖାରେ ରାତି ୩ଟା ପରେ ଯେଉଁ ପାଣି ଆସିଥିଲା ରାଜଘାଟରେ, ତାହା ସକାଳ ୬ଟା ଯାଏ ରହିଲା । ଦେଢ଼ ମିଟର ଅଧିକ ପାଣି ରହିଥିଲା । ତା ପରେ ଦ୍ରୁତ ଗତିରେ ପାଣି କମୁଛି । ଆଜି ସନ୍ଧ୍ୟା ୬ଟା ବିପଦ ସଂକେତକୁ ଆସି ସକାଳ ସୁଦ୍ଧା କମିଯିବ ।

ସୁବର୍ଣ୍ଣରେଖାରେ ବନ୍ୟା ପଳାଇଲାଣି । କେବଳ ଜଳ ନିଷ୍କାସନ ସମସ୍ୟା ରହିବ । ଅନ୍ୟସବୁ ନଦୀର ସ୍ଥିତି ସୁଧୁରୁଛି । ବୈତରଣୀରେ ପ୍ରଭାବ ବହୁତ କମିଲାଣି । ଆସନ୍ତାକାଲି ସୁଦ୍ଧା ପୁରା ସୁଧୁରି ଯିବ । କାରଣ IMD ଆଉ ବର୍ଷା ଆକଳନ କରିନି । ରେଙ୍ଗାଲି ଡ୍ୟାମରେ ବ୍ରାହ୍ମଣୀକୁ ନିୟନ୍ତ୍ରଣରେ ରଖାଯାଉଛି । ସେଠି ବନ୍ୟା ପ୍ରଭାବ ହ୍ରାସ ପାଉଛି । ସାଳନ୍ଦୀ ବି ବିପଦ ସଂକେତରୁ ଦେଢ଼ ଫୁଟ ତଳେ ଅଛି । ବୁଢାବଳଙ୍ଗ ତଳେ ଥିବାରୁ ବନ୍ୟା ନାହିଁ । ହୀରାକୁଦର ୧୭ ଗେଟ୍ ଖୋଲା ଅଛି । କିଛି ଅସୁବିଧା ନାହିଁ । ମହାନଦୀରେ ବନ୍ୟା ନାହିଁ ।

Also Read:- VIPଙ୍କୁ ସୁବିଧା, ପୁରୀବାସୀଙ୍କୁ କାହିଁକି ନୁହେଁ ? ପଶ୍ଚିମ ଦ୍ୱାରରେ ଅହୋରାତ୍ର ଧାରଣା

ବୈତରଣୀ ପାୱାର ପ୍ରୋଜେକ୍ଟ ସମନ୍ୱୟ ରଖୁନି । ସେମାନେ ସମସ୍ୟା ଜଣାଉ ନାହାନ୍ତି । କ’ଣ କରୁଛନ୍ତି, ଜଣାଉ ନଥିବାରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ହେଲେ ତାର ବନ୍ୟା ଉପରେ ଅଧିକ ପ୍ରଭାବ ପଡିନି । ବିନା ସରକାରୀ ଅନୁମତିରେ ସେମାନେ ଗେଟ୍ ପରିଚାଳନା କରିପାରିବେ ନାହିଁ । ଆନନ୍ଦପୁର ବ୍ୟାରେଜରେ ଏକ ଲିମିଟ୍ ଥାଏ । ପାଣି ଛଡା ଯାଏ । ତାଙ୍କ ପାଇଁ ବନ୍ୟା ହେଲା ବୋଲି କହିବା ଠିକ୍ ନୁହେଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Watch Video: