ମୁମ୍ଵାଇ ୦୪।୦୭; ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ । ତାଙ୍କ ପ୍ରେମ ଜୀବନକୁ ନେଇ ପ୍ରାୟତଃ ଖବରରେ ରହିଥାଆନ୍ତି। ସେ କବୀର ବାହିଆଙ୍କୁ ଡେଟ୍ କରୁଥିବା ଖବର ଏବେ ସାମ୍ନାକୁ ଆସିଛି। ନିକଟରେ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ଗୁଜବ ଶୁଣିବାକୁ ମିଳିଥିଲା। ଏହା ମଧ୍ୟରେ, ଗତକାଲି ସନ୍ଧ୍ୟାରେ ଅଭିନେତ୍ରୀଙ୍କୁ ତାଙ୍କ ରୁମର୍ଡ ପ୍ରେମିକ କବୀର ବାହିଆଙ୍କ ସହ ଡିନର ଡେଟ୍ରେ ଦେଖିବାକୁ ମିଳିଥିଲା। ସେମାନେ ସମାନ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ଅଲଗା ଅଲଗା ରେଷ୍ଟୁରାଣ୍ଟକୁ ଯାଇଥିଲେ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, କବୀର ପ୍ରଥମେ ପହଞ୍ଚିଥିବା ଦେଖାଯାଇଛି। ସେ ଏକ ବଡ଼ ଧଳା ଟି-ସାର୍ଟ, ହାଲୁକା ନୀଳ ଡେନିମ୍ ଜିନ୍ସ ଏବଂ ସ୍ନିକର୍ସ ପିନ୍ଧିଥିଲେ। କିଛି ସମୟ ପରେ, କ୍ରିତି ଏକ ଷ୍ଟାଇଲିସ୍ ଅଲ୍ ବ୍ଲାକ୍ ଲୁକରେ ନଜର ଆସିଥିଲେ। ଭିତରକୁ ଯିବା ପୂର୍ବରୁ, ଅଭିନେତ୍ରୀ ହସି, ପାପାରାଜିଙ୍କୁ ପୋଜ ଦେଇଥିଲେ। ପରେ, ଦୁହେଁ ସମାନ କାରରେ ଯାଉଥିବା ଦେଖାଯାଇଥିଲେ।

ଏହା ଉଲ୍ଲେଖନୀୟ ଯେ କ୍ରିତି ଏବଂ କବୀର ସମ୍ପର୍କକୁ ନେଇ କଳ୍ପନା ଜଳ୍ପନାର ବିଷୟ ପାଲଟିଛନ୍ତି। ହେଲେ ଉଭୟ ସାର୍ବଜନୀନ ଭାବରେ ପରସ୍ପରକୁ ଡେଟ୍ କରୁଥିବା କଥା ସ୍ୱୀକାର କରିନାହାଁନ୍ତି। କିନ୍ତୁ ସେମାନଙ୍କୁ ପ୍ରାୟତଃ ଛୁଟି, ପାରିବାରିକ କାର୍ଯ୍ୟକ୍ରମ ଏବଂ ପାର୍ଟିରେ ଏକାଠି ଦେଖାଯାଇଛନ୍ତି। ଏହି ଯୋଡ଼ି କ୍ରିତିଙ୍କ ଭଉଣୀ ନୁପୁର ସାନନ୍ ଏବଂ ଗାୟିକା ଷ୍ଟେବିନ୍ ବେନ୍ ସହିତ ଛୁଟି କାଟିବାର ନଜର ଆସିଥିଲେ। ନିକଟରେ ସେମାନଙ୍କ ମଧ୍ୟରେ ବ୍ରେକଅପ୍ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ଅନ୍ୟ ଜଣେ ମହିଳାଙ୍କ ସହିତ କବୀର ବାହିଆଙ୍କ ଏକ ଫଟୋ ଭାଇରାଲ ହେବା ପରେ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ଯାହା ଦ୍ୱାରା ଏହି ଯୋଡ଼ି ଅଲଗା ହୋଇଯାଇଥିବା ଗୁଜବ ସୃଷ୍ଟି ହୋଇଥିଲା।

କବୀର ବାହିଆ କିଏ?

କବୀର ବାହିଆ ଜଣେ ୟୁକେର ଏଣ୍ଟରପ୍ରିନିୟର ଓ ବିଜନେସମ୍ୟାନ । କ୍ରିତିଙ୍କ ସହିତ ତାଙ୍କର ଚର୍ଚ୍ଚା ସମ୍ପର୍କ ଯୋଗୁଁ ବାରମ୍ବାର ଲାଇମଲାଇଟ୍କୁ ଆସିବା ସତ୍ତ୍ୱେ, ସେ ମନୋରଞ୍ଜନ ଶିଳ୍ପରୁ ପ୍ରାୟତଃ ଦୂରରେ ରହିଛନ୍ତି। କ୍ରିତି ସାନନ୍ ଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ 'କକଟେଲ୍ ୨'ରେ ଦେଖିବାକୁ ମିଳିଥିଲା। ଯେଉଁଠାରେ 'ଏଲି' ଭୂମିକାରେ ତାଙ୍କ ଅଭିନୟକୁ ଦର୍ଶକ ଏବଂ ସମାଲୋଚକ ଉଭୟଙ୍କ ଦ୍ୱାରା ବହୁତ ପ୍ରଶଂସା କରାଯାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି।