ନୂଆଦିଲ୍ଲୀ ୨୮।୦୫; ରାଜସ୍ଥାନର କୋଟାର ଥିବା ଜଗଦୀଶ ମନ୍ଦିରରେ ଅନନ୍ୟ ପରମମ୍ପରା ଦେଖିବାକୁ ମିଳିଛି । ଏହି ମନ୍ଦିରରେ, ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେବତାଙ୍କୁ ଏକ ସ୍ୱତନ୍ତ୍ର ୧୪ ଦିନର " ବୀମାରି ଅବକାଶ" ପ୍ରଦାନ କରାଯାଏ । ବିଶ୍ୱାସ କରାଯାଏ ପ୍ରଚଣ୍ଡ ଗରମରେ ଥଣ୍ଡା ପାଣିରେ ସ୍ନାନ କରିବା ଏବଂ ଆମ୍ବ ରସ ପିଇବା ପରେ ଦେବତା ଅସୁସ୍ଥ ହୋଇଯାଆନ୍ତି । ତେଣୁ ୧୪ ଦିନ ପାଇଁ ମନ୍ଦିର ଦ୍ଵାର ବନ୍ଦ ରହେ । ଏହା ସହ ଭଗବାନଙ୍କ ଚିକିତ୍ସା ଚାଲେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ଏକ ସତ୍ୟ ଏବଂ ୩୦୦ ବର୍ଷର ପୁରୁଣା ପରମ୍ପରା । 

ଭାରତ ହେଉଛି ବିଶ୍ୱାସ ଏବଂ ପରମ୍ପରାର ଦେଶ । ବିଶେଷ କରି ଜଗନ୍ନାଥ ସଂସ୍କୃତିରେ ଭଗବାନଙ୍କୁ ମାନବୀୟ ରୂପରେ ପୂଜା କରାଯାଏ। ମଣିଷ ଭଳି ଭଗବାନ ମଧ୍ୟ ଶୁଅନ୍ତି, ଖାଆନ୍ତି ଏବଂ ଅସୁସ୍ଥ ମଧ୍ୟ ହୁଅନ୍ତି। ଏହି ନିଆରା ପରମ୍ପରା ଗୁଜରାଟର ଅହମ୍ମଦାବାଦରେ ଅବସ୍ଥିତ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳେ। ଯାହା ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରା ସହିତ ଅନେକାଂଶରେ ସମାନ। ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ଅବସରରେ ଭଗବାନ ଜଗନ୍ନାଥ, ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଯାଇଥାଏ । ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏବଂ ଭକ୍ତଙ୍କ ଶ୍ରଦ୍ଧା ସ୍ୱରୂପ ଭଗବାନଙ୍କୁ ପ୍ରାୟ ୨୦୦ କେଜିରୁ ଅଧିକ ଆମ୍ବ ରସ ଏବଂ ଜାମୁକୋଳି ଭୋଗ ଲଗାଯାଇଥାଏ ।

ଲୋକକଥା ଅନୁସାରେ, ଅତ୍ୟଧିକ ସ୍ନାନ ଏବଂ ଏହି ଶୀତଳ ଭୋଗ ସେବନ କରିବା ପରେ ଭଗବାନଙ୍କୁ ଜ୍ୱର ହୋଇଥାଏ। ଏହାକୁ ଭଗବାନଙ୍କ 'ଲୀଳା' ବୋଲି କୁହାଯାଏ।ଭଗବାନ ଅସୁସ୍ଥ ହେବା ପରେ ସେ'ଅଣସର' ଘରକୁ ଚାଲିଯାନ୍ତି। ଏହି ସମୟରେ ମନ୍ଦିରର ମୁଖ୍ୟ ଦ୍ୱାର ଭକ୍ତମାନଙ୍କ ପାଇଁ ୧୪ ରୁ ୧୫ ଦିନ ପାଇଁ ବନ୍ଦ କରିଦିଆଯାଏ। ଏହି ସମୟରେ ଭଗବାନଙ୍କୁ କୌଣସି ଭୋଗ ଅର୍ପଣ କରାଯାଏ ନାହିଁ। ବରଂ ଜଣେ ରୋଗୀର ଚିକିତ୍ସା କଲା ଭଳି ଭଗବାନଙ୍କୁ ଆୟୁର୍ବେଦିକ କାଢ଼ା ଏବଂ ପଥିଆ ପ୍ରଦାନ କରାଯାଏ।ଏହି ପରମ୍ପରା ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ପ୍ରାୟ ୩୦୦ ବର୍ଷ ଧରି ଚାଲିଆସୁଛି।