ମୁମ୍ବାଇ ୨୧।୦୫ : ମୁମ୍ବାଇ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ବିଜୟ ସହ କୋଲକାତା ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖୁଛି । ଚଳିତ ଆଇପିଏଲ୍ର ୬୫ତମ ଲିଗ୍ ମୁକାବିଲାରେ ଦଳ ୪ ୱିକେଟ୍ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ମୁମ୍ବାଇ ଦଳ ୮ ୱିକେଟ୍ ବିନିମୟରେ ୧୪୭ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୧୮.୫ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥୁଲା । ଏହି ବିଜୟ ସହ କୋଲକାତା ମୋଟ୍ ୧୩ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଶେଷ ଲିଗ ମ୍ୟାଚରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ।

ଟସ୍ ଜିତି ଫିଲ୍ଟି ନିଷ୍ପରି ନେଇଥିଲା କୋଲକାତା । ପ୍ରାରମ୍ଭରୁ ଶୃଙ୍ଖଳିତ ବୋଲିଂ କରି ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଓପନର ଭ୍ୟାନ ରିକେଲଟନ ୬ ରନ କରି ପ୍ରଥମେ ଆଉଟ୍ ହୋଇଥିବାବେଳେ ନମନ ଧିର ଖାତା ଖୋଲିପାରିନଥିଲେ। ଉଭୟଙ୍କୁ କାମେରନ ଗ୍ରୀନ ଆଉଟ୍ କରିଥିଲେ। ବାମ ହାତି ପେସ୍ ବୋଲର ଶୁଭମ ଦୁବେ ମଧ୍ୟ ଦୁଇ ତାରକା ବ୍ୟାଟର ରୋହିତ ଶର୍ମା (୧୫) ଓ ସୂର୍ଯ୍ୟକୁମାର ଯାଦବ (୧୫) ଙ୍କୁ ପାଭିଲିୟନ ପଠାଇଥିଲେ । ଏହାପରେ ତିଳକ ବର୍ମା ଓ ହାର୍ଦ୍ଦିକ ପଣ୍ଡା ସତର୍କତାର ସହ ବ୍ୟାଟିଂ କରି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। ଉଭୟ ୪୩ ରନର ଭାଗିଦାରୀ ଗଠନ କରିଥିଲେ। ଦଳୀୟ ସ୍କୋର ୮୪ ବେଳେ ତିଳକ ବ୍ୟକ୍ତିଗତ ୨୦ ରନ କରି ଆଉଟ୍ ହୋଇଥିଲେ। ପରେ ପାଣ୍ଡ୍ୟା ୨୬ ଓ ୱିଲ ଜ୍ୟାକ୍ସ ୧୪ ରନ କରି ବିଦାୟ ନେବା ସହ ୧୦୫ ରନ୍ରେ ୭ଟି ୱିକେଟ୍ର ପତନ ଘଟିଥିଲା ।

ଅନ୍ତିମ ଭାଗରେ କର୍ବିନ ବସ୍କ ୧୮ଟି ବଲ୍ରୁ ଦ୍ରୁତ ୩୨ (୩ଚୌକା, ମଛକା) ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୪୭ରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର ୧୦ ରନ କରିଥିଲେ। କୋଲକାତା ପକ୍ଷରୁ ଦୁବେ, ଗ୍ରୀନ ଓ କାର୍ତ୍ତିକ ତ୍ୟାଗୀ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସୁନୀଲ ନାରାନ ଗୋଟିଏ ୱିକେଟ୍ ନେଇଥିଲେ।

Also Read:-Horoscope Today : ମେ'୨୧ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଘରୋଇ ଦଳ ପାଇଁ ୧୪୮ ଗନର ଲକ୍ଷ୍ୟ ସେଭଳି କଷ୍ଟକର ନଥିଲା । ଅବଶ୍ୟ ବିସ୍ଫୋରକ ଓପନର ଫିନ ଆଲେନ (୮)କୁ ସହଳ ଆଉଟ୍ କରିବାରେ ସଫଳ ହୋଇଥିଲେ ଦୀପକ ଚହର। ଅନ୍ୟ ଓପନର ଅଜିଙ୍କ୍ୟ ରାହାଣେଙ୍କ ସହ ମନୀଷ ପାଣ୍ଡେ କ୍ରିଜରେ ଯୋଗଦେଇ ଦଳୀୟ ସ୍କୋରକୁ ୪୮ରେ ପହଞ୍ଚାଇଥିଲେ । କବିନ ବସ୍କ ବୋଲିଂ ଭାର ସମ୍ଭାଳିବା ପରେ ୨ଟି ୱିକେଟ୍ର ପତନ ଘଟିଥିଲା । ରାହାଣେ ୨୧ ଓ କାମେରନ ଗ୍ରୀନ ୪ ରନ କରି ଆଉଟ୍ ହୋଇଥିଲେ। ପାଣ୍ଡେଙ୍କ ସହ ରୋଲମାନ ପାୱେଲ୍ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଚତୁର୍ଥ ୱିକେଟ୍ରେ ଉଭୟ ୬୪ ରନ ଯୋଗ କରି ବିଜୟ ପଥ ପ୍ରସ୍ତୁତ କରିଥିଲେ । ଦଳୀୟ ସ୍କୋର ୧୧୮ରେ ପହଞ୍ଚିଥିଲା। ୧୫ତମ ଓଭରରେ ଯୋଡ଼ି ଭାଙ୍ଗିଥିଲେ ଯଶପ୍ରୀତ ବୁମରା। ପାଣ୍ଡେ ବ୍ୟକ୍ତିଗତ ୪୫ ରନ କରି ଆଉଟ୍ ହୋଇଥିଲେ। ବିଜୟ ପାଇଁ ୩୦ ରନ ଆବଶ୍ୟକ ହେଉଥିଲା। ୧୬ତମ ଓଭରରେ ପାୱେଲ (୪୦)ଙ୍କୁ ଆଉଟ୍ କରି ଅଲ୍କା ଗଜନପର ମ୍ୟାଚରେ ରୋମାଞ୍ଚ ଭରିଥିଲେ। ଏହାପରେ ବ୍ୟାଟରୁ ରନ ବାହାରିବା କଷ୍ଟକର ହୋଇଥିଲା । ମାତ୍ର ଲକ୍ଷ୍ୟ ଛୋଟ ଥିବାରୁ କୋଲକାତା ୭ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା । ରିଙ୍କୁ ସିଂହ (୯) ଓ ଅନୁକୂଳ ରୟ (୪) ଅପରଳିତ ରହି ଦଳକୁ ଜିତାଇଥିଲେ । ମୁମ୍ବାଇ ପକ୍ଷରୁ ବସ୍କ ୩ଟି ୱିକେଟ ନେଇଥିଲେ।