ଘଟଗାଁ, ୧୮/୧୦ : ଦୁର୍ଗାପୂଜା ଅବସରରେ ରାଜ୍ୟର ସମସ୍ତ ଦେବୀପୀଠ ଚଳଚଞ୍ଚଳ ହୋଇଉଠିଛି। ରବିବାର ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ପାଳନ କରାଯାଉଥିବା ବେଳେ, ମଣ୍ଡପ ରୀତିନୀତି ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳିତ ହେଉଛି ମହାସପ୍ତମୀ ପୂଜା।

ଏହି ଅବସରରେ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ । ମହାସପ୍ତମୀ ଅବସରରେ ବ୍ରହ୍ମମୁହୂର୍ତ୍ତରୁ ମା’ଙ୍କ ପୀଠରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି। ପ୍ରଥମେ ଧୂପ, ଦୀପ, ଅଗୁରୁ ଓ ଚନ୍ଦନ ସମେତ ବିଭିନ୍ନ ସୁବାସିତ ଦ୍ରବ୍ୟରେ ମା’ଙ୍କ ମାଜଣା କରାଯାଇ ମହାସ୍ନାନ କରାଯାଇଥିଲା। ପରେ ମା’ଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା ।

Also Read :- ୟୁକ୍ରେନ ଉପରେ ୩୨୦ ଡ୍ରୋନ୍ ମାଡ଼ କଲା ଋଷିଆ : ଧ୍ୱଂସ ହେଲା ୧୫ ଶକ୍ତିକେନ୍ଦ୍ର

ଏହାପରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିରର ପହଡ଼ ଖୋଲାଯାଇଥିଲା । ପହଡ଼ ଖୋଲିବା ପରେ ମା’ ତାରିଣୀଙ୍କ ମନୋରମ ସୁନାବେଶ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।