ମେଷ- କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଦୂରଯାତ୍ରା କିମ୍ବା ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପଢ଼ାରେ ଭଲ ଫଳ ପାଇବେ। ଆର୍ଥିକ ସ୍ଥିତି ସାଧାରଣରୁ ଭଲ ରହିବ। ପରିବାରରେ ସୁଖଦ ପରିବେଶ ରହିବ।

ବୃଷ- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଦରକାର। ପୁରୁଣା କାମ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ। ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରୁହନ୍ତୁ। ହଠାତ୍ କୌଣସି ଧନଲାଭର ସୂଚନା ମିଳିପାରେ। ସ୍ୱାସ୍ଥ୍ୟ ଦିଗରେ ଅବହେଳା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ।

ମିଥୁନ- ଭାଗୀଦାରୀ କାମରେ ଲାଭ ମିଳିବ। ବ୍ୟବସାୟୀମାନେ ନୂଆ ଚୁକ୍ତି ପାଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମିତ୍ରଙ୍କ ପରାମର୍ଶ ଲାଭଦାୟକ ହେବ। ଚାକିରିରେ ପ୍ରଶଂସା ମିଳିପାରେ। ସନ୍ଧ୍ୟାବେଳେ ଶୁଭ ସମ୍ବାଦ ମିଳିବ।

କର୍କଟ- କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ କାମ ସଫଳ ହେବ। ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଅଗ୍ରଗତି ହେବ। ଶତ୍ରୁମାନେ ଦୁର୍ବଳ ପଡ଼ିବେ। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଧନ ସମ୍ବନ୍ଧୀୟ କାମରେ ସତର୍କତା ଆବଶ୍ୟକ।

ସିଂହ- ଭାଗ୍ୟର ସହଯୋଗ ଭଲ ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ପ୍ରେମ ସମ୍ପର୍କରେ ସକାରାତ୍ମକ ପରିସ୍ଥିତି ରହିବ। ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ନିବେଶ କରିବାକୁ ଚାହୁଁଥିଲେ ଦିନଟି ଅନୁକୂଳ। ମାନସିକ ଶାନ୍ତି ଅନୁଭବ କରିବେ।

କନ୍ୟା- ଘରୋଇ ବିଷୟକୁ ନେଇ ବ୍ୟସ୍ତତା ବଢ଼ିପାରେ। ଜମି, ଘର କିମ୍ବା ଯାନ ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ମାତାଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ଧରି କାମ କରନ୍ତୁ। ଅନାବଶ୍ୟକ ଚିନ୍ତା ମନକୁ ବିଚଳିତ କରିପାରେ। ଆର୍ଥିକ ସ୍ଥିତି ସ୍ଥିର ରହିବ।

ତୁଳା- ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଛୋଟ ଯାତ୍ରାରୁ ଲାଭ ମିଳିପାରେ। ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ନିଜ କଥାବାର୍ତ୍ତା ଦ୍ୱାରା ଲୋକଙ୍କୁ ପ୍ରଭାବିତ କରିବେ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ।

ବିଛା- ଧନ ସମ୍ବନ୍ଧୀୟ ବିଷୟରେ ସତର୍କ ରହନ୍ତୁ। ପରିବାରରେ କୌଣସି ଶୁଭ ଆଲୋଚନା ହୋଇପାରେ। ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଭଲ ଫଳ ମିଳିବ। ଖାଦ୍ୟପାନୀୟରେ ସଂଯମ ରଖନ୍ତୁ। ସଞ୍ଚୟ କରିବା ପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ- ଚନ୍ଦ୍ର, ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ଦୀର୍ଘଦିନର ଯୋଜନାକୁ ଆଗକୁ ବଢ଼ାଇପାରିବେ। ଚାକିରି ଓ ବ୍ୟବସାୟରେ ଅନୁକୂଳ ପରିସ୍ଥିତି ରହିବ। ମାନସିକ ଉତ୍ସାହ ବଢ଼ିବ ଓ ନୂଆ ଭାବନା ଆସିବ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ପରିବାର ସହ ସମୟ ଭଲ କଟିବ।

ମକର- କାମରେ କିଛି ବିଳମ୍ବ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ। ଗୁପ୍ତ ଯୋଜନା କିମ୍ବା ଗବେଷଣାମୂଳକ କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। କାହାକୁ ଅଧିକ ଭରସା କରିବା ଠିକ୍ ହେବ ନାହିଁ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ଅନୁକୂଳ ହେବ।

କୁମ୍ଭ- ଆୟ ଓ ଲାଭର ସମ୍ଭାବନା ଭଲ ରହିବ। ମିତ୍ରମାନଙ୍କ ସହଯୋଗରେ କାମ ସଫଳ ହେବ। ବ୍ୟବସାୟୀମାନେ ଭଲ ଅର୍ଡର ପାଇପାରନ୍ତି। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଇଚ୍ଛା ପୂରଣର ସୁଯୋଗ ମିଳିବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

ମୀନ- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ଓ ଚାପ ବଢ଼ିପାରେ। ଉଚ୍ଚ ଅଧିକାରୀଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ନ ମିଳିପାରେ। ପିତାଙ୍କ ସ୍ୱାସ୍ଥ୍ୟ କିମ୍ବା ପରିବାରିକ ଦାୟିତ୍ୱ ଚିନ୍ତା ବଢ଼ାଇପାରେ। ଧୈର୍ଯ୍ୟ ଓ ବିବେକ ଦ୍ୱାରା ପରିସ୍ଥିତି ସମ୍ଭାଳିବାକୁ ପଡ଼ିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682