ମେଷ- କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଭଲ ଫଳ ମିଳିବ। ନୂତନ କାମ ଆରମ୍ଭ କରିବାର ସୁଯୋଗ ଆସିପାରେ। ପରିବାରରେ ସୁଖଶାନ୍ତି ରହିବ। ଆର୍ଥିକ ସ୍ଥିତିରେ ସୁଧାର ଦେଖାଯିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ।

ବୃଷ- ଦିନ ଶୁଭ ଫଳପ୍ରଦ ରହିବ। ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି। ଚାକିରିରେ ପ୍ରଶଂସା ମିଳିପାରେ। ପରିବାରର ସହଯୋଗ ମିଳିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ମନ ପ୍ରଫୁଲ୍ଲିତ ରହିବ।

ମିଥୁନ- ଚନ୍ଦ୍ର ଅଶୁଭ ଥିବାରୁ ଦିନଟି ମିଶ୍ର ଫଳ ଦେବ। କାର୍ଯ୍ୟରେ ବିଳମ୍ବ ହୋଇପାରେ। ଅନାବଶ୍ୟକ ଚିନ୍ତା ଓ ମାନସିକ ଚାପ ବଢ଼ିପାରେ। ଧନ କାରବାରରେ ସତର୍କ ରୁହନ୍ତୁ। ପରିବାର ସହ ମତଭେଦ ଏଡ଼ାନ୍ତୁ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ସୁଧୁରିବ। ଭଗବାନଙ୍କ ସ୍ମରଣ ଶାନ୍ତି ଦେବ।

କର୍କଟ- ଘାତବାର ଥିବାରୁ ବଡ଼ ଶୁଭ କାର୍ଯ୍ୟକୁ ସ୍ଥଗିତ ରଖିବା ଭଲ। କାର୍ଯ୍ୟକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ବିବାଦ ଓ ତର୍କରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ପରିବାରର ସହଯୋଗ ମିଳିବ। ଭଗବାନଙ୍କ ଆରାଧନାରେ ମନ ଦିଅନ୍ତୁ। ଅନାବଶ୍ୟକ ଯାତ୍ରାକୁ ଏଡ଼ାନ୍ତୁ।

ସିଂହ- ଘାତଚନ୍ଦ୍ର ଯୋଗଥିବାରୁ ଦିନଟିରେ ସତର୍କ ରହିବା ଆବଶ୍ୟକ। ଯାତ୍ରା ଓ ବଡ଼ ବିନିଯୋଗକୁ ଏଡ଼ାନ୍ତୁ। କାର୍ଯ୍ୟରେ ସାମାନ୍ୟ ବାଧା ଆସିପାରେ। ପରିବାରର ସହଯୋଗ ମନୋବଳ ବଢ଼ାଇବ। ଅନାବଶ୍ୟକ କ୍ରୋଧ କରନ୍ତୁ ନାହିଁ। ଧୈର୍ଯ୍ୟ ରଖିଲେ ଲାଭ ହେବ। ସନ୍ଧ୍ୟା ପରେ ପରିସ୍ଥିତି ସୁଧୁରିବ।

କନ୍ୟା- ଦିନ ସଫଳତା ଆଣିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଆର୍ଥିକ ଲାଭ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ। ପରିବାରରେ ଆନନ୍ଦର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ସୁଯୋଗ ଆପଣଙ୍କ ସଫଳତା ବଢ଼ାଇବ।

ତୁଳା- ଚନ୍ଦ୍ର ଅଶୁଭ ଥିବାରୁ ମନ ଅସ୍ଥିର ରହିପାରେ। କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ଅଛି। ଅର୍ଥ ବ୍ୟୟ ବଢ଼ିପାରେ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ପରିବାରରେ ଧୈର୍ଯ୍ୟ ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହୋଇପାରେ। ଖାଦ୍ୟପାନୀୟରେ ସଂଯମ ରଖନ୍ତୁ।

ବିଛା- ଆତ୍ମବିଶ୍ୱାସ ବଢ଼ିବ। କର୍ମକ୍ଷେତ୍ରରେ ସମ୍ମାନ ମିଳିପାରେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପରିବାରରେ ଖୁସିର ପରିବେଶ ରହିବ। ନୂତନ ଯୋଜନା ସଫଳ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭ ଖବର ମନକୁ ପ୍ରଫୁଲ୍ଲିତ କରିବ।

ଧନୁ- ଭାଗ୍ୟର ସହଯୋଗ ମିଳିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଦୂର ଯାତ୍ରାର ଯୋଗ ରହିଛି। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଧନଲାଭର ସମ୍ଭାବନା ଅଛି। ନୂତନ ଯୋଜନା ସଫଳ ହେବ।

ମକର- ଶ୍ରୀଚନ୍ଦ୍ର ଥିବାରୁ ଦିନଟି ଶୁଭ ରହିବ। ଅଟକିଥିବା କାମରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରଶଂସା ପାଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଆନନ୍ଦ ଓ ଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ସାଧାରଣରୁ ଭଲ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ।

କୁମ୍ଭ- ଚନ୍ଦ୍ର ଅଶୁଭ ଥିବାରୁ କାର୍ଯ୍ୟରେ ବାଧା ଆସିପାରେ। ମାନସିକ ଚାପ ବଢ଼ିପାରେ। ଧନ ବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାଦରୁ ଦୂରେ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ସନ୍ଧ୍ୟା ପରେ ଶୁଭ ଖବର ପାଇପାରନ୍ତି। ଧୈର୍ଯ୍ୟ ଧରି କାମ କରନ୍ତୁ।

ମୀନ- ଦିନଟି ଅନୁକୂଳ ରହିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଆର୍ଥିକ ଲାଭର ସୁଯୋଗ ମିଳିବ। ପରିବାରରେ ଆନନ୍ଦ ଓ ଶାନ୍ତି ରହିବ। ସମାଜରେ ମାନ-ସମ୍ମାନ ବଢ଼ିବ। ନୂତନ ଯୋଜନାରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682