ମେଷ- ଆତ୍ମବିଶ୍ୱାସ ବଢ଼ିବ ଓ କାର୍ଯ୍ୟରେ ଭଲ ସଫଳତା ମିଳିବ। ନୂଆ ଅବସର ଆସିପାରେ ଯାହା ଭବିଷ୍ୟତ ପାଇଁ ଲାଭଦାୟକ। ଧନ ଆଗମନର ଯୋଗ ରହିଛି। ନିଷ୍ପତ୍ତି ନେବାରେ ସାହସ ଦେଖାଇବେ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ- ଘାତ ଚନ୍ଦ୍ର ପ୍ରଭାବରେ ଦିନଟି ସତର୍କତାରେ କାଟିବା ଆବଶ୍ୟକ। କାମରେ ବାଧା ଓ ବିଳମ୍ବ ହେବ। ଅନାବଶ୍ୟକ ଚିନ୍ତା ଓ ମାନସିକ ଚାପ ବଢ଼ିପାରେ। ଧନ କ୍ଷତି ବା ଖର୍ଚ୍ଚ ବଢ଼ିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟରେ ସତର୍କ ରୁହନ୍ତୁ।

ମିଥୁନ- ମାନସିକ ଅସ୍ଥିରତା ଓ ଚିନ୍ତା ବଢ଼ିପାରେ। ଘରୋଇ କାର୍ଯ୍ୟରେ ଅସନ୍ତୋଷ ଦେଖାଯିବ। କାମରେ ବିଳମ୍ବ ଓ ଧୀରଗତି ହେବ। ଯାନ ବା ସମ୍ପତ୍ତି ସମ୍ବନ୍ଧୀୟ କାମରେ ସତର୍କ ରୁହନ୍ତୁ। ପରିବାରରେ ଛୋଟ ମତଭେଦ ହୋଇପାରେ। ମନକୁ ଶାନ୍ତ ରଖିବା ଆବଶ୍ୟକ।

କର୍କଟ- ଘାତ ବାର ପ୍ରଭାବରେ ଦିନଟି ସାବଧାନରେ କାଟନ୍ତୁ। କାର୍ଯ୍ୟରେ ବାଧା ଓ ବିଳମ୍ବ ହେବ। ପରିବାରରେ ଅସମ୍ମତି ହୋଇପାରେ। ଅନାବଶ୍ୟକ ଚିନ୍ତା ମନକୁ ଭାରି କରିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିଲେ ଶାନ୍ତି ମିଳିବ। ସ୍ୱାସ୍ଥ୍ୟରେ ସତର୍କତା ଆବଶ୍ୟକ।

ସିଂହ- ଦିନଟି ଶୁଭ ଓ ଲାଭଦାୟକ ରହିବ। କାର୍ଯ୍ୟରେ ସଫଳତା ଓ ପ୍ରଶଂସା ମିଳିବ। ଧନ ଆଗମନର ସୁଯୋଗ ରହିଛି। ବନ୍ଧୁମାନଙ୍କ ସହ ସମ୍ପର୍କ ଭଲ ହେବ। ନୂଆ ଯୋଜନା ସଫଳ ହେବ। ସ୍ୱାସ୍ଥ୍ୟ ଉନ୍ନତ ରହିବ।

କନ୍ୟା- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ଓ ମନୋବଳ ବଢ଼ିବ। କାର୍ଯ୍ୟରେ ନିଶ୍ଚିତ ସଫଳତା ମିଳିବ। ନୂଆ କାମ ଆରମ୍ଭ ପାଇଁ ଦିନ ଶୁଭ। ପରିବାରରେ ସମ୍ମାନ ଓ ସହଯୋଗ ମିଳିବ। ଧନ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା- ଖର୍ଚ୍ଚ ବଢ଼ିବା ସହ ଧନ ସମସ୍ୟା ଦେଖାଯିବ। କାମରେ ଧ୍ୟାନ ଭଙ୍ଗ ହେବାର ସମ୍ଭାବନା। ପରିବାରରେ ଦୂରତା ହୋଇପାରେ। ଅନାବଶ୍ୟକ ଯାତ୍ରା ବା ଅସୁବିଧା ହେବ। ମାନସିକ ଚିନ୍ତା ବଢ଼ିପାରେ। ସତର୍କ ରହିବା ଆବଶ୍ୟକ।

ବିଛା- ଦିନଟି ଆପଣଙ୍କ ପାଇଁ ଶୁଭ ଓ ଉନ୍ନତିକର ରହିବ। କାର୍ଯ୍ୟରେ ସଫଳତା ଓ ଲାଭ ମିଳିବ। ପୁରୁଣା କାମ ସମ୍ପୂର୍ଣ୍ଣ ହେବ। ଧନ ଆଗମନ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ- ଦିନଟି ମଧ୍ୟମ ରହିବ କିନ୍ତୁ ପ୍ରୟାସରେ ଲାଭ ମିଳିବ। କାମରେ ଧୀର ଗତି ଥିଲେ ମଧ୍ୟ ସଫଳତା ଆସିବ। ବଡ଼ମାନଙ୍କର ସହଯୋଗ ମିଳିବ। ଶିକ୍ଷା ଓ ଜ୍ଞାନରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ସାଧାରଣ ରହିବ। ମନ ଶାନ୍ତ ରହିବ।

ମକର- ଦିନଟି ଲାଭଦାୟକ ଓ ସୁଖଦ ରହିବ। କାର୍ଯ୍ୟରେ ପ୍ରଗତି ଓ ପ୍ରଶଂସା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ- ଅସ୍ଥିରତା ଓ ଆକସ୍ମିକ ସମସ୍ୟା ଦେଖାଯିବାର ସମ୍ଭାବନା। କାମରେ ବାଧା ଓ ଚାପ ବଢ଼ିପାରେ। ଶତ୍ରୁ ବା ବିରୋଧୀ ସକ୍ରିୟ ହୋଇପାରନ୍ତି। ମାନସିକ ଚିନ୍ତା ଓ ଭୟ ରହିବ। ସ୍ୱାସ୍ଥ୍ୟରେ ଅସୁବିଧା ହେବାର ସମ୍ଭାବନା। ସତର୍କ ଓ ଧୈର୍ଯ୍ୟ ରଖନ୍ତୁ।

ମୀନ- ଦିନଟି ମଧ୍ୟମ ରହିବ ଓ ସାଧାରଣ ଫଳ ଦେବ। ପରିବାରରେ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଧନ ଖର୍ଚ୍ଚ ବଢ଼ିପାରେ। କାମରେ ସ୍ଥିରତା ରହିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682