​​​​​​​ମେଷ- କର୍ମକ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ କରି ପ୍ରଶଂସା ପାଇବେ। ଉଚ୍ଚ ପଦସ୍ଥଙ୍କ ସହଯୋଗ ମିଳିବ। ଅଟକିଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି। ପରିବାରରେ ସୁଖଦ ପରିବେଶ ରହିବ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ବୃଷ- ଚାକିରି ଓ ବ୍ୟବସାୟରେ ପରିଶ୍ରମର ଉଚିତ ଫଳ ମିଳିବ। ଆବଶ୍ୟକ କାର୍ଯ୍ୟରେ ଧନ ବ୍ୟୟ ହେଲେ ମଧ୍ୟ ଆର୍ଥିକ ସ୍ଥିତି ସନ୍ତୁଳିତ ରହିବ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଯାତ୍ରା ଶୁଭ ହୋଇପାରେ।

ମିଥୁନ- ଘାତ ଚନ୍ଦ୍ର ପ୍ରଭାବରୁ ମାନସିକ ଚାପ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଭୁଲ ବୁଝାମଣାରୁ ଦୂରେ ରୁହନ୍ତୁ। ବଡ଼ ନିବେଶକୁ ସ୍ଥଗିତ ରଖନ୍ତୁ। ପରିବାରର ବୟସ୍କଙ୍କ ପରାମର୍ଶ ଉପକାରୀ ହେବ। ସନ୍ଧ୍ୟା ପରେ ପରିସ୍ଥିତି ସୁଧୁରିବ।

କର୍କଟ- ଦିନଟି ଆହ୍ବାନପୂର୍ଣ୍ଣ ରହିପାରେ। ଅନାବଶ୍ୟକ ଖର୍ଚ୍ଚ ଓ ଚିନ୍ତା ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ବାଦବିବାଦରୁ ଦୂରେଇ ରହିବା ଭଲ।

ସିଂହ- ଆତ୍ମବିଶ୍ୱାସ ବଢ଼ିବ ଏବଂ ଅଟକିଥିବା କାମରେ ସଫଳତା ମିଳିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ପରିବାରର ସହଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ।

କନ୍ୟା- କର୍ମକ୍ଷେତ୍ରରେ ସଫଳତା ଓ ସମ୍ମାନ ମିଳିବ। ଆର୍ଥିକ ଯୋଜନା ସଫଳ ହେବ। ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ଅନାବଶ୍ୟକ ଯୁକ୍ତିତର୍କକୁ ଏଡ଼ାନ୍ତୁ।

ତୁଳା- ଦିନଟି ମିଶ୍ର ଫଳଦାୟକ ରହିବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଧନ ଆସିବା ସହ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ପରିବାରରେ ସାମଞ୍ଜସ୍ୟ ରଖନ୍ତୁ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।

ବିଛା- ଦିନଟି ମିଶ୍ର ରହିବ। ବ୍ୟବସାୟରେ ଲାଭ ହେଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ସକ୍ରିୟ ରହିବେ। ପରିବାରରେ ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟରେ କ୍ଳାନ୍ତି ଅନୁଭବ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ଧନୁ- ଦିନଟି ମିଶ୍ର ଫଳ ଦେବ। ଅଟକିଥିବା କାମ ଧୀରେ ଧୀରେ ସମ୍ପୂର୍ଣ୍ଣ ହେବ। ଧନ ଆସିଲେ ମଧ୍ୟ ସଞ୍ଚୟ କଷ୍ଟକର ହୋଇପାରେ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ଲାଭ ମିଳିବ।

ମକର- ଦିନଟି ମିଶ୍ର ରହିବ। ଚାକିରିରେ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ସାଧାରଣ ଲାଭ ହେବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପରିବାରର ସହଯୋଗ ମିଳିବ।

କୁମ୍ଭ- ଚନ୍ଦ୍ର ରାଶିରେ ଥିବାରୁ ଆତ୍ମବିଶ୍ୱାସ ଓ ଉତ୍ସାହ ବଢ଼ିବ। କର୍ମକ୍ଷେତ୍ରରେ ସମ୍ମାନ ଓ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂଆ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଶୁଭ। ପରିବାରରେ ଆନନ୍ଦର ପରିବେଶ ରହିବ।

ମୀନ- ଦିନର ପ୍ରଥମ ଭାଗ ସାଧାରଣ ରହିବ, ପରେ କିଛି ମାନସିକ ଚାପ ଆସିପାରେ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦିଅନ୍ତୁ। ଗୋପନ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିଲେ ମାନସିକ ଶାନ୍ତି ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682