ମେ- ମନ ଅସ୍ଥିର ରହିପାରେ ଏବଂ କାମରେ ବାଧା ଆସିପାରେ। ଘାତ ଚନ୍ଦ୍ର ଥିବାରୁ ଅତି ଆତୁରତା ରହିବ। ଶାନ୍ତ ରହି କାମ କରନ୍ତୁ। ଅନାବଶ୍ୟକ ବାଦବିବାଦରୁ ଦୂରେଇ ରହନ୍ତୁ। ଯାତ୍ରାରେ ସତର୍କ ରହିବା ଭଲ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ବୃଷ- କାର୍ଯ୍ୟରେ ମଧ୍ୟମ ଫଳ ମିଳିବ ଓ ଧନ ଖର୍ଚ୍ଚ ବଢ଼ିପାରେ। ପରିବାର ସହ ସମୟ କଟାଇବା ଭଲ ହେବ। ଧୈର୍ଯ୍ୟ ରଖନ୍ତୁ। ଗୁପ୍ତ ଚିନ୍ତା ମନକୁ ପୀଡ଼ା ଦେଇପାରେ। ନୂତନ ନିବେଶ ଏଡ଼ାନ୍ତୁ। ଆରାମ କରିବା ଆବଶ୍ୟକ।

ମିଥୁନ- ଲାଭର ଯୋଗ ରହିଛି ଓ ମିତ୍ରମାନଙ୍କ ସହଯୋଗ ମିଳିବ। ନୂତନ କାମରେ ଆଗ୍ରହ ବଢ଼ିବ। ଦିନଟି ଉପଯୋଗୀ। ଅଟକିଥିବା କାମ ସରିପାରେ। ସମ୍ମାନ ବଢ଼ିବ। ଧନ ଲାଭର ସମ୍ଭାବନା ଅଛି।

କର୍କଟ- କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ ଓ ମନୋଚିନ୍ତା ହେବ। ଉଚ୍ଚ ଅଧିକାରୀଙ୍କ ସହ ସାବଧାନ ରହନ୍ତୁ। ଧୀରେ ଚାଲନ୍ତୁ। କାମରେ ଡେରି ହୋଇପାରେ। ପରିବାର ଦାୟିତ୍ୱ ବଢ଼ିବ। ଧୈର୍ଯ୍ୟ ରଖିବା ଆବଶ୍ୟକ।

ସିଂହ- ଭାଗ୍ୟ ସହଯୋଗ କରିବ ଓ ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଯାତ୍ରାର ସୁଯୋଗ ମିଳିପାରେ। ଦିନଟି ଭଲ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଶିକ୍ଷାରେ ଉନ୍ନତି ହେବ। ନୂତନ ଅବସର ଆସିପାରେ।

କନ୍ୟା- ଅଚାନକ ସମସ୍ୟା ଆସିପାରେ ଓ ଶାରୀରିକ କ୍ଲାନ୍ତି ଲାଗିବ। ଧନ ବ୍ୟୟ ବଢ଼ିପାରେ। ସାବଧାନ ରହିବା ଆବଶ୍ୟକ। ଅସୁସ୍ଥତା ବଢ଼ିପାରେ। ଋଣ ନେବାରୁ ଦୂରେଇ ରହନ୍ତୁ। ମନଦୁଃଖ ହୋଇପାରେ।

ତୁଳା- ସମ୍ପର୍କରେ ମନୋମାଳିନ୍ୟ ହୋଇପାରେ ଓ ଦାମ୍ପତ୍ୟ ଜୀବନରେ ମତଭେଦ ହେବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ସହଭାଗୀଙ୍କ ସହ ବିବାଦ ଏଡ଼ାନ୍ତୁ। ନୂତନ ଚୁକ୍ତିରେ ସାବଧାନ ରହନ୍ତୁ। ମନ ଅଶାନ୍ତ ରହିପାରେ।

ବିଛା- ଶତ୍ରୁ ଉପରେ ବିଜୟ ମିଳିବ ଓ କାମରେ ସଫଳତା ଆସିବ। ସ୍ୱାସ୍ଥ୍ୟ ଉନ୍ନତି ହେବ। ଦିନଟି ଶୁଭ ରହିବ। ଅଟକିଥିବା କାମ ସଫଳ ହେବ। ସାହସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ।

ଧନୁ- ଶିକ୍ଷା ଓ ପ୍ରେମରେ ମଧ୍ୟମ ଫଳ ମିଳିବ। ମନ ଅସ୍ଥିର ରହିପାରେ। ଧୈର୍ଯ୍ୟ ଧରନ୍ତୁ। ଅଧ୍ୟୟନରେ ଧ୍ୟାନ କମିପାରେ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ହେବ। ଅତି ଆତୁରତା ଏଡ଼ାନ୍ତୁ।

ମକର- ଘରୋଇ ସମସ୍ୟା ହୋଇପାରେ ଓ ମନ ଅଶାନ୍ତ ରହିବ। ଜମି-ଜମା କାମରେ ବିଳମ୍ବ ହେବ। ଶାନ୍ତ ରହନ୍ତୁ। ମାତୃ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାହାର କାମରେ ବାଧା ଆସିପାରେ। ବିବାଦ ଏଡ଼ାନ୍ତୁ।

କୁମ୍ଭ- ସାହସ ବଢ଼ିବ । ଭାଇ-ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ଲାଭ ମିଳିବ। ନୂତନ ପରିକଳ୍ପନା ସଫଳ ହେବ। ଯୋଗାଯୋଗ ବଢ଼ିବ। ମିତ୍ର ସହଯୋଗ ମିଳିବ।

ମୀନ- ଧନ ଆଗମନ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିପାରେ। କଥାବାର୍ତ୍ତାରେ ସତର୍କ ରହନ୍ତୁ। ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ପରିବାରରେ ସାନ୍ତ୍ୱନା ରହିବ। ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଛୋଟ ଲାଭ ମିଳିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ– 8249826682​​​​​​​