ମେଷ–କାର୍ଯ୍ୟକ୍ଷେତ୍ରରେ କିଛି ଦାୟିତ୍ୱ ବଢ଼ିପାରେ। ଯାହାକୁ ଧୈର୍ଯ୍ୟର ସହ ନିର୍ବାହ କରିବାକୁ ପଡ଼ିବ। ସହକର୍ମୀଙ୍କ ସହଯୋଗ ମିଳିଲେ କାମ ସହଜ ହେବ। ପରିବାରରେ କିଛି ଛୋଟ ଛୋଟ ମତଭେଦ ହେବାର ସମ୍ଭାବନା ରହିଛି। ଆର୍ଥିକ ଦିଗରେ ଅତିରିକ୍ତ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ–ମନୋବଳ ଭଲ ରହିବ ଏବଂ କାମରେ ନୂତନ ଉତ୍ସାହ ଦେଖାଯିବ। ଅଟକିଥିବା କାମ ସମାପ୍ତ ହେବାର ସୁଯୋଗ ମିଳିପାରେ। ପରିବାରରୁ ସହଯୋଗ ଓ ସମର୍ଥନ ମିଳିବ। ଆର୍ଥିକ ଦିଗରେ ସ୍ଥିରତା ରହିବ ଏବଂ ମନ ଖୁସି ରହିବ।

ମିଥୁନ–ଯୋଗାଯୋଗ ଓ ଆଲୋଚନା ଦ୍ୱାରା କାମରେ ଲାଭ ମିଳିପାରେ। ନୂତନ ପରିଚୟ ଭବିଷ୍ୟତରେ ଉପକାରୀ ହେବ। ପରିବାରରେ ଖୁସିର ପରିବେଶ ରହିପାରେ। ଅନାବଶ୍ୟକ ତର୍କ ବିତର୍କରୁ ଦୂରେ ରୁହିଲେ ମନ ଶାନ୍ତ ରହିବ।

କର୍କଟ–ଘରୋଇ କାମରେ ବ୍ୟସ୍ତତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ସାଧାରଣ ଅଗ୍ରଗତି ଦେଖାଯିବ। ପରିବାରର କାହାର ସ୍ୱାସ୍ଥ୍ୟ ନେଇ ଅଳ୍ପ ଚିନ୍ତା ହେବାର ସମ୍ଭାବନା ଅଛି। ଧୈର୍ଯ୍ୟ ଓ ସମୟୋଚିତ ନିଷ୍ପତ୍ତି ଆପଣଙ୍କୁ ସହାୟତା କରିବ।

ସିଂହ–କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ଓ ସମ୍ମାନ ମିଳିପାରେ। ଆପଣଙ୍କ ପରିଶ୍ରମର ଫଳ ମିଳିବାର ଯୋଗ ରହିଛି। ମିତ୍ରମାନଙ୍କ ସହ ମିଳନ କିମ୍ବା ଆଲୋଚନା ମନକୁ ଖୁସି କରିବ। ଆର୍ଥିକ ଦିଗରେ ଧୀରେ ଧୀରେ ସୁଧାର ଦେଖାଯିବ।

କନ୍ୟା– କିଛି କାମରେ ବିଳମ୍ବ ହେବାର ସମ୍ଭାବନା ରହିଛି। ତେଣୁ ଧୈର୍ଯ୍ୟ ରଖିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଯୋଜନାମୂଳକ ଭାବରେ କାମ କଲେ ଲାଭ ମିଳିବ। ପରିବାରର ସହଯୋଗ ମିଳିଲେ ମନୋବଳ ବଢ଼ିବ। ସ୍ୱାସ୍ଥ୍ୟ ଦିଗରେ ସାଧାରଣ ସତର୍କତା ରଖନ୍ତୁ।

ତୁଳା–ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନେ ନୂତନ ଉତ୍ସାହ ଦେଖାଯିବ। ନୂତନ କାମ କିମ୍ବା ଯୋଜନା ଆରମ୍ଭ କରିବାର ସୁଯୋଗ ମିଳିପାରେ। ପରିବାର ଓ ମିତ୍ରମାନଙ୍କ ସହ ସମୟ କାଟିବାର ଅବସର ମିଳିବ। ଆର୍ଥିକ ଦିଗରେ ମଧ୍ୟ ସାଧାରଣ ଲାଭ ହେବାର ସମ୍ଭାବନା ଅଛି।

ବିଛା–ଅନାବଶ୍ୟକ ଚିନ୍ତା ମନକୁ ଅସ୍ଥିର କରିପାରେ। କାର୍ଯ୍ୟକ୍ଷେତ୍ରରେ ସତର୍କ ଭାବେ କାମ କରିବା ଆବଶ୍ୟକ। ଅର୍ଥ ଦିଗରେ ଅତିରିକ୍ତ ଖର୍ଚ୍ଚ ହେବାର ସମ୍ଭାବନା ଅଛି। ଧୈର୍ଯ୍ୟ ଓ ସଠିକ୍ ପରାମର୍ଶ ନେଲେ ପରିସ୍ଥିତି ସୁଧାରିପାରେ।

ଧନୁ–ମିତ୍ରମାନଙ୍କ ସହଯୋଗରେ କାମରେ ଅଗ୍ରଗତି ଦେଖାଯିବ। ନୂତନ ଯୋଜନା ଭବିଷ୍ୟତରେ ଲାଭ ଦେଇପାରେ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ଦିଗରେ ସାଧାରଣ ଲାଭ ମିଳିପାରେ।

ମକର–କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆପଣଙ୍କ କାମ ଉପରେ ରହିପାରେ। ପରିବାରର ସମର୍ଥନ ମିଳିଲେ ମନୋବଳ ବଢ଼ିବ। ଆର୍ଥିକ ଦିଗରେ ସାବଧାନ ରହିବା ଭଲ।

କୁମ୍ଭ– ନୂତନ ଶିକ୍ଷା କିମ୍ବା ଜ୍ଞାନ ଲାଭ କରିବାର ଇଚ୍ଛା ବଢ଼ିପାରେ। ଦୂର ଯାତ୍ରା କିମ୍ବା ଯୋଜନା ସମ୍ପର୍କିତ ଆଲୋଚନା ହେବାର ସମ୍ଭାବନା ଅଛି। ପରିବାରରେ ସମ୍ମିଳନ ରହିବ। ଆର୍ଥିକ ଦିଗରେ ସାଧାରଣ ସ୍ଥିତି ରହିବ।

ମୀନ– କିଛି ପରିବର୍ତ୍ତନ ଘଟିପାରେ, ଯାହାକୁ ଶାନ୍ତ ମନରେ ସମ୍ଭାଳିବା ଦରକାର।କାର୍ଯ୍ୟକ୍ଷେତ୍ରରେ ସତର୍କ ଓ ଧୈର୍ଯ୍ୟଶୀଳ ରହିଲେ ଲାଭ ମିଳିବ। ପରିବାରରୁ ସହଯୋଗ ମିଳିପାରେ। ସ୍ୱାସ୍ଥ୍ୟ ଓ ଖାଦ୍ୟାହାର ଉପରେ ଅଳ୍ପ ଧ୍ୟାନ ଦେବା ଆବଶ୍ୟକ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682