ମେଷ- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ ଏବଂ ଅଟକିଥିବା କାମ ଆଗକୁ ବଢ଼ିବ। ଆର୍ଥିକ ଦିଗରେ ଆୟ ବଢ଼ିବାର ସୁଯୋଗ ରହିଛି। ବ୍ୟବସାୟରେ ନୂଆ ଗ୍ରାହକ ବା ନୂଆ ସଂଯୋଗ ଲାଭଦାୟକ ହୋଇପାରେ। ପରିବାରରେ ସାମାନ୍ୟ ମତଭେଦ ହେଲେ ମଧ୍ୟ ଧୈର୍ଯ୍ୟରେ ସମାଧାନ ହେବ।

ବୃଷ- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ ଏବଂ ଆପଣଙ୍କ କାମର ପ୍ରଶଂସା ହେବ। ବ୍ୟବସାୟରେ ଭଲ ଡିଲ୍ ମିଳିବାର ସମ୍ଭାବନା ରହିଛି। ଧନ ସମ୍ବନ୍ଧୀୟ ନିଷ୍ପତ୍ତିରେ ତରବର କରନ୍ତୁ ନାହିଁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ବୁଝାମଣା ବଢ଼ିବ।

ମିଥୁନ- କଥାବାର୍ତ୍ତା ଓ ଯୋଗାଯୋଗ କୌଶଳରୁ ଲାଭ ମିଳିବ। ଚାକିରିରେ ନୂଆ ଦାୟିତ୍ୱ ବା ଭଲ ସୁଯୋଗ ଆସିପାରେ। ବ୍ୟବସାୟରେ ନୂଆ ଚୁକ୍ତି କରିବାର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ, ତେବେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

କର୍କଟ- ଘାତ ଚନ୍ଦ୍ର ଯୋଗୁ ମନ କିଛି ଅସ୍ଥିର ରହିପାରେ। କାର୍ଯ୍ୟକ୍ଷେତ୍ରରେ ଛୋଟ ବାଧା ବା କାମରେ ବିଳମ୍ବ ହୋଇପାରେ। ଆର୍ଥିକ ଦିଗରେ ଅପ୍ରତ୍ୟାଶିତ ଖର୍ଚ୍ଚ ଆସିପାରେ ତେଣୁ ଟଙ୍କା ଧାର ଦେବାରେ ସାବଧାନ ରୁହନ୍ତୁ। ଶାନ୍ତ ରହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏଡ଼ାଇବା ଭଲ।

ସିଂହ- ଶ୍ରୀଚନ୍ଦ୍ର ଥିବାରୁ ଦିନଟି ଶୁଭ ଓ ଉନ୍ନତିଦାୟକ ରହିବ। ଆତ୍ମବିଶ୍ୱାସ ବଢ଼ିବ ଏବଂ କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ଡିଲ୍ ବା ଲାଭଦାୟକ ସଂଯୋଗ ହୋଇପାରେ। ଅଟକିଥିବା ଟଙ୍କା ଫେରିବାର ଆଶା ବଢ଼ିବ।

କନ୍ୟା- କାର୍ଯ୍ୟକ୍ଷେତ୍ରରେ ଅଧିକ ଚାପ ଓ ଅନାବଶ୍ୟକ ବାଧା ଆସିପାରେ। କାମରେ ଭୁଲ ହେବାର ସମ୍ଭାବନା ଥିବାରୁ ପ୍ରତ୍ୟେକ କାମ ଭଲଭାବେ ଯାଞ୍ଚ କରନ୍ତୁ। ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ନେଲେ କ୍ଷତି ହୋଇପାରେ। ଆର୍ଥିକ ଦିଗରେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ ଓ ଟଙ୍କା ଅଟକି ରହିପାରେ।

ତୁଳା- ନୂଆ ଯୋଜନା ଓ ନୂଆ କାମ ଆରମ୍ଭ କରିବାରେ ଭଲ ସୁଯୋଗ ମିଳିପାରେ। ଚାକିରିରେ ଅଧିକାରୀଙ୍କ ସମର୍ଥନ ପାଇବେ। ବ୍ୟବସାୟରେ ଲାଭ ବଢ଼ିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ମଜଭୁତ ହେବ ଏବଂ ପୁରୁଣା ଆର୍ଥିକ ସମସ୍ୟା କମିବ।

ବିଛା- ପରିଶ୍ରମ ଅନୁସାରେ ଫଳ ପାଇବେ। କାର୍ଯ୍ୟକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟରେ ନୂଆ ଡିଲ୍ କରିବା ପୂର୍ବରୁ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ। ଧନଲାଭର ସୁଯୋଗ ରହିଛି।

ଧନୁ- ଭାଗ୍ୟର ସମର୍ଥନ ମିଳିବ ଏବଂ ଦୂରସ୍ଥ ସ୍ଥାନରୁ ଭଲ ଖବର ଆସିପାରେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ନୂଆ ସଂଯୋଗ ଭବିଷ୍ୟତରେ ଲାଭ ଦେବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ।

ମକର- ଘାତ ଚନ୍ଦ୍ର ଯୋଗୁ ମାନସିକ ଚାପ ଓ କାମରେ ବିଳମ୍ବ ହୋଇପାରେ। ଅନ୍ୟମାନଙ୍କ କଥାରେ ତୁରନ୍ତ ପ୍ରତିକ୍ରିୟା ନଦେବା ଭଲ। ବଡ଼ ଆର୍ଥିକ ନିବେଶ ନିଷ୍ପତ୍ତି ଏଡ଼ାନ୍ତୁ। ଯାତ୍ରା ଓ ଗାଡ଼ି ଚଳାଇବା ସମୟରେ ବିଶେଷ ସାବଧାନ ରୁହନ୍ତୁ।

କୁମ୍ଭ- ପରିଶ୍ରମର ଭଲ ଫଳ ମିଳିବ ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ। ଚାକିରିରେ ନୂଆ ଦାୟିତ୍ୱ ବା ସୁଯୋଗ ମିଳିପାରେ। ବ୍ୟବସାୟରେ ଧୀରେ ଧୀରେ ଲାଭ ବଢ଼ିବ। ପୁରୁଣା ଦେୟ ବା ଅଟକିଥିବା ଟଙ୍କା ପାଇବାର ଚେଷ୍ଟା ସଫଳ ହୋଇପାରେ।

ମୀନ- ମନର ଇଚ୍ଛା ପୂରଣ ହେବାର ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ନୂଆ ଚିନ୍ତାଧାରାର ପ୍ରଶଂସା ହେବ। ବ୍ୟବସାୟରେ ନୂଆ ରାସ୍ତା ଖୋଲିବା ସହିତ ଲାଭର ସମ୍ଭାବନା ବଢ଼ିବ। ଆର୍ଥିକ ସ୍ଥିତି ଧୀରେ ଧୀରେ ମଜଭୁତ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682