IPL 2026 KL Rahul: ଭାରତୀୟ ଷ୍ଟାର ବ୍ୟାଟର ତଥା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ କେଏଲ୍ ରାହୁଲ (KL Rahul) IPL ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ସେ ଏପରି ଏକ ରେକର୍ଡ ନିଜ ନାମରେ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ଭଳି ବରିଷ୍ଠ ଖେଳାଳି ମଧ୍ୟ କରିପାରି ନାହାନ୍ତି।

୩ଟି ଅଲଗା ଫ୍ରାଞ୍ଚାଇଜ୍ ପାଇଁ ହଜାରେରୁ ଉର୍ଦ୍ଧ୍ଵ ରନ

ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚରେ ରାହୁଲ ୨୩ ରନ୍ର ଛୋଟ ଇନିଂସ ଖେଳିଥିଲେ ମଧ୍ୟ ସେ IPL ଇତିହାସର ପ୍ରଥମ ଖେଳାଳି ଭାବେ ୩ଟି ଭିନ୍ନ ଭିନ୍ନ ଦଳ ପାଇଁ ୧୦୦୦ରୁ ଅଧିକ ରନ୍ ସଂଗ୍ରହ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ଦର୍ଶାଉଛି ଯେ ସେ ଯେକୌଣସି ଦଳ ପାଇଁ ଖେଳିଲେ ମଧ୍ୟ ରନ୍ର ପାହାଡ଼ ଛିଡ଼ା କରିବାର କ୍ଷମତା ରଖନ୍ତି।

Also Read: ଅର୍ଶଦୀପ ସିଂହ ଏବେ କରିପାରିବେନି ଭିଡିଓ, ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଖେଳାଳିଙ୍କ ପରିବାର ଉପରେ ଲଗାଇଲା ରୋକ

ରାହୁଲ ୩ଟି ଦଳ ପାଇଁ କରିଥିବା ରନ

ପଞ୍ଜାବ କିଙ୍ଗସ୍ (PBKS): ୨୫୪୮ ରନ୍

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG): ୧୪୧୦ ରନ୍

ଦିଲ୍ଲୀ କ୍ୟାପିଟାଲ୍ସ (DC): ୧୦୦୦+ ରନ୍ (ଆଜିର ମ୍ୟାଚ୍ ପରେ)

ଋଷଭ ପନ୍ତଙ୍କୁ ପଛରେ ପକାଇ ହେଲେ ‘ଫାଷ୍ଟେଷ୍ଟ’

କେବଳ ସେତିକି ନୁହେଁ, କେଏଲ୍ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସବୁଠାରୁ ଦ୍ରୁତତମ ୧୦୦୦ ରନ୍ ପୂରଣ କରିଥିବା ବ୍ୟାଟର ହୋଇଛନ୍ତି। ସେ ମାତ୍ର ୨୪ଟି ଇନିଂସରେ ଏହି ସଫଳତା ପାଇଛନ୍ତି। ଏହି ମାମଲାରେ ସେ ଋଷଭ ପନ୍ତ ଏବଂ ଜେପି ଡୁମିନିଙ୍କ ରେକର୍ଡ (୩୫ଟି ଇନିଂସ) କୁ ବହୁ ପଛରେ ପକାଇ ଦେଇଛନ୍ତି।

Also Read: ହଟିବେ ସୂର୍ଯ୍ୟ କୁମାର ଯାଦବ ! ନୂଆ ଟି୨୦ କ୍ୟାପ୍ଟେନ୍ ହେବେ ଶ୍ରେୟସ ଆୟର...ଖୁବ୍ ଶୀଘ୍ର ଘୋଷଣା

କେଏଲ ରାହୁଲ ତାଙ୍କ ଆଇପିଏଲ କ୍ୟାରିୟରରେ ମୋଟ ପାଞ୍ଚଟି ଦଳ ପାଇଁ ଖେଳିଛନ୍ତି। କେବଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ହେଉଛି ଦୁଇଟି ଦଳ ଯାହା ପାଇଁ ରାହୁଲ ହଜାରେ ରନ ସ୍କୋର ଛୁଇଁପାରି ନାହାନ୍ତି। ସେ ଆରସିବି ପାଇଁ ୪୧୭ ରନ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ୩୦୮ ରନ କରିଥିଲେ।

କେଏଲ ରାହୁଲ ଆଇପିଏଲ ୨୦୨୬ରେ ଅରେଞ୍ଜ କ୍ୟାପ ଦୌଡ଼ରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୧୧ ମ୍ୟାଚରେ ୪୬୮ ରନ କରିଛନ୍ତି। ସେ ଅରେଞ୍ଜ କ୍ୟାପ ହୋଲ୍ଡର ହେନରିଚ କ୍ଲାସେନ (୪୯୪4 ରନ) ଠାରୁ ମାତ୍ର ୨୬ ରନ ପଛରେ ଅଛନ୍ତି। ନିଜର ୧୬୦ ମ୍ୟାଚର ଆଇପିଏଲ କ୍ୟାରିୟରରେ, ରାହୁଲ ୫,୬୮୭ ରନ କରିଛନ୍ତି।

Also Read: IPLରେ ହନୀ ଟ୍ରାପ୍ ଭୟ ! ଖେଳାଳିଙ୍କ ପାଇଁ କଡା ଆଇନ୍, ମାନିବାକୁ ହେବ ଏସବୁ ନିୟମ

ସୁନୀଲ ଗାଭାସ୍କରଙ୍କ ସମାଲୋଚନା

ଅନ୍ୟପଟେ, ଏହି ରେକର୍ଡ ସତ୍ତ୍ୱେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ରାହୁଲଙ୍କ ବ୍ୟାଟିଂ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। KKR ବିପକ୍ଷ ମ୍ୟାଚରେ ରାହୁଲଙ୍କ ‘ଧିମା’ ବ୍ୟାଟିଂ ଓ ଛକା ମାରିବାକୁ ପ୍ରୟାସ ନକରିବାକୁ ନେଇ ଗାଭାସ୍କର କଡ଼ା ସମାଲୋଚନା କରିଛନ୍ତି। ତଥାପି, ବ୍ୟକ୍ତିଗତ ମାଇଲଖୁଣ୍ଟ ଦୃଷ୍ଟିକୋଣରୁ ରାହୁଲ ଆଜି ପୁଣି ଥରେ ନିଜକୁ IPLର ସର୍ବଶ୍ରେଷ୍ଠ ବ୍ୟାଟର ଭାବେ ପ୍ରମାଣିତ କରିଛନ୍ତି।