Angkrish Raghuvanshi fined: ଆଉଟ୍ ହେବା ପରେ କ୍ରୋଧାନ୍ୱିତ ଆଚରଣ ଯୋଗୁ କୋଲକାତା ନାଇଟ ରାଇଡର୍ସ ବ୍ୟାଟର ଅଙ୍ଗକ୍ରୀଷ ରଘୁବଂଶୀକୁ ଫାଇନ କରାଯାଇଛି। ତାଙ୍କ ମ୍ୟାଚ୍ ଫିର ୨୦ ପ୍ରତିଶତ କଟାଯିବା ସହିତ ତାଙ୍କୁ ଏକ ଡିମେରିଟ ପଏଣ୍ଟ ମିଳିଛି।

ଗତକାଲି ଆଇପିଏଲ୍‌ରେ କୋଲକାଇଡର ଓ ଲତା ନାଇଟ ରାକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ରଘୁବଂଶୀଙ୍କ ଆଉଟ୍ ବିବାଦରେ ରହିଥିଲା। ମହମ୍ମଦ ଶାମୀଙ୍କ ଷ୍ଟମ୍ପ ଆଡ଼କୁ ଥ୍ରୋ କରୁଥିବା ବେଳେ ରଘୁବଂଶୀ ୱିକେଟ୍ ବଞ୍ଚାଇବା ପାଇଁ ଦୌଡ଼ିଥିଲେ। ଏହି ସମୟରେ ବଲ୍ଟି ତାଙ୍କ ଗୋଡ଼ରେ ବାଜିଯିବାରୁ ଫିଲ୍ଡିଂରେ ବାଧା ଦେଉଥିବା ଅଭିଯୋଗରେ ତାଙ୍କୁ ଆଉଟ୍ ଦେଇଥିଲେ ଅମ୍ପାୟାର। ଆଉଟ୍ ହେବା ପରେ ରଘୁବଂଶୀ ପାଭିଲିଅନକୁ ଫେରିଲା ବେଳେ ବାଉଣ୍ଡ୍ରି ଲାଇନକୁ ବ୍ୟାଟ୍‌ରେ ପିଟିଥିଲେ ଏବଂ ହେଲମେଟ ଫିଙ୍ଗି ଦେଇଥିଲେ। ତାଙ୍କର ଏଭଲି ଆଚରଣ ଯୋଗୁ ତାଙ୍କୁ ଫାଇନ କରାଯାଇଛି।

ଆଇପିଏଲ୍ ଆଚରଣ ସଂହିତାର ଲେଭଲ-୧ନିୟମ ଭଙ୍ଗ

ଆଇପିଏଲ ଗଭର୍ଣ୍ଣିଂ ବଡି ପକ୍ଷରୁ ଜାରି ହୋଇଥିବା ଆନୁଷ୍ଠାନିକ ବିବୃତ୍ତିରେ ଅନୁସାରେ ରଘୁବଂଶୀଙ୍କୁ ଆଇପିଏଲ୍ ଆଚରଣ ସଂହିତାର ଧାରା ୨.୧ ଅନୁଯାୟୀ ଲେବଲ ୧ର ନିୟମକୁ ଉଲ୍ଲଂଘନ କରିଛନ୍ତି। ଏଥିରେ ମ୍ୟାଚ୍ ବେଳେ ଖେଳ ଉପକରଣକୁ ନଷ୍ଟ କରିବା ଭଳି ଅପରାଧ ରହିଛି। ଆଉ ରଂଘୁବଂଶୀ ଏହି ଅପରାଧ କରିଥିବା ସ୍ୱାକାର କରିଛନ୍ତି ବୋଲି ଆଇପିଏଲ୍ ଗଭର୍ଣ୍ଣିଂ ବଡି ସ୍ପଷ୍ଟ କରିଛି।

ଜାରି ବିବୃତ୍ତିରେ କୁହାଯାଇଛି “ଆଇପିଏଲର ଆଚରଣ ସଂହିତାର ସ୍ତର ୧ ଉଲ୍ଲଂଘନ ପାଇଁ ଅଙ୍ଗକ୍ରିଶ ରଘୁବଂଶୀଙ୍କୁ ତାଙ୍କ ମ୍ୟାଚ୍ ଫିର ୨୦% ଜରିମାନା କରାଯାଇଛି ଏବଂ ସେ ଗୋଟିଏ ଡିମେରିଟ୍ ପଏଣ୍ଟ ମଧ୍ୟ ପାଇଛନ୍ତି। ସେ ଧାରା ୨.୨ ଉଲ୍ଲଂଘନ କରିଥିବା ଜଣାପଡିଥିଲା। ଯାହା ମ୍ୟାଚ୍ ସମୟରେ କ୍ରିକେଟ୍ ଉପକରଣ କିମ୍ବା ପୋଷାକ, ଗ୍ରାଉଣ୍ଡ ଉପକରଣ କିମ୍ବା ଫିକ୍ସଚର ଓ ଫିଟିଂସର ଅପବ୍ୟବହାର କରିବା ମାମଲା ଜଡିତ। ରହିଛି”

କ’ଣ ଥିଲା ବିବାଦ?

କେକେଆର ଇନିଂସର ପଞ୍ଚମ ଓଭରରେ ବିବାଦ ଆରମ୍ଭ ହୋଇଥିଲା। ୭ଟି ବଲରୁ ୯ ରନ କରି ବ୍ୟାଟିଂ କରୁଥିବା ରଘୁବଂଶୀ ପ୍ରିନ୍ସ ଯାଦବଙ୍କ ଏକ ବଲକୁ ମାରିବା ପରେ ଦ୍ରୁତଗତି ସିଙ୍ଗଲ୍ ନେବା ପାଇଁ ଦୌଡ଼ିଥିଲେ। ସେପଟେ ନନ୍‌ ଷ୍ଟ୍ରାଇକର ଥିବା କ୍ୟାମରୁନ ଗ୍ରୀନଙ୍କ ବଲ୍ ଶାମିଙ୍କ ହାତରେ ପଡିବା ଦେଖି ଅଳ୍ପବାଟ ଯାଇ ପୁଣି ନନ ଷ୍ଟ୍ରାଇକକୁ ଫେରି ଆସିଥିଲେ। ଏହାପରେ ରଘୁବଂଶୀ ଅଧାରୁ ଦୌଡ଼ି ଫେରିଯିବାକୁ ଚେଷ୍ଟା କରୁଥିବା ବେଳେ ଶାମି ଷ୍ଟମ୍ପକୁ ବଲ୍ ଥ୍ରୋ କରିଥିଲେ। ହେଲେ ବଲ୍ ସିଧା ରଘୁବଂଶୀଙ୍କ ପେଡ୍‌ରେ ବାଜି ଅଟକି ଯାଇଥିଲା। ଏହାପରେ ଏଲ୍‌ଏସ୍‌ଜି ତୁରନ୍ତ ଫିଲ୍ଡିଂରେ ବାଧା ଦିଆଯାଇଥିବା ଅଭିଯୋଗ ଉଠାଇଥିଲା।

Also Read- ​​​​​​​LSG vs KKR: ଲକ୍ଷ୍ନୌରେ ରିଙ୍କୁ ସିଂ ଶୋ’: ରୋମାଞ୍ଚକର ସୁପର ଓଭରରେ ଜିତିଲା କୋଲକାତା

ଏହାପରେ ନିଷ୍ପତ୍ତିକୁ ତୁରନ୍ତ ଟିଭି ଅମ୍ପାୟାରଙ୍କ ପାଖକୁ ପଠା ଯାଇଥିଲା। । ଫୁଟେଜର ଡିଟେଲ୍ସ ରିଭ୍ୟୁ ପରେ ଟିଭି ଅମ୍ପାୟାର ଫିଲ୍ଡରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଅଙ୍ଗକ୍ରୀଷଙ୍କୁ ଆଉଟ୍ ଦେଇଥଲେ। ନିଷ୍ପତ୍ତିରେ ଅମ୍ପାୟାର କହିଥିଲେ ଯେ ବଲ୍‌କୁ ଦେଖି ବାଧା ଦେବା ପାଇଁ ରଘୁବଂଶୀ ଜାଣିଶୁଣି ଟ୍ରାକ୍ ଚେଞ୍ଜ କରି ଦୌଡ଼ିଥିଲେ। ଯାହାଫଳରେ ବଲ୍ ତାଙ୍କ ପେଡ୍‌ରେ ବାଜିଥିଲା। ଏହି ନିଷ୍ପତ୍ତି ପରେ ରଘୁବଂଶୀ ଫିଲ୍ଡ ଅମ୍ପାୟାରଙ୍କ ସହ ତର୍କ କରିଥିଲେ। ଏବଂ ରାଗରେ ପାଭିଲିଅନ ଫେରିବା ବେଳେ ବାଉଣ୍ଡ୍ରୀ ଲାାଇନ୍‌କୁ ବ୍ୟାଟ୍‌ରେ ପିଟିଥିଲେ ଏବଂ ହେଲ୍‌ ମେଟ୍ ଫିଙ୍ଗି ଦେଇଥିଲେ।