ବୌଦ୍ଧ ୨୨।୦୯ :  ଦ୍ରୁତ ଗତିରେ ଆଗକୁ ବଢୁଛି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ।  ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି  ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ।  ଦୁଇଟି ସୁଉଚ୍ଚ ଭାୟାଡକ୍ଟ ଉପରେ ରେଳ ଇଞ୍ଜିନ ଗଡିଥିବା ବେଳେ ୭ ନମ୍ବର ଟନେଲ ଭିତରେ ମଧ୍ୟ ଗଡ଼ିଲା ପରୀକ୍ଷାମୂଳକ ରେଳ ଇଞ୍ଜିନ। ୬୦ ସ୍ପିଡରେ ଟନେଲର ଅନ୍ଧାର କାଟି ଆଲୋକ ଆଡ଼କୁ ମାଡ଼ି ଚାଲିଲା ଟ୍ରେନ୍। 

ଠିକା ସଂସ୍ଥା ପକ୍ଷରୁ ଏହି ପରୀକ୍ଷା ମୂଳକ ଇଞ୍ଜିନ ରୋଲ ହୋଇଥିବା ବେଳେ ଆଉ ମାତ୍ର କିଛି ଦିନର ଅପେକ୍ଷା ପୁରୁଣାକଟକ ଷ୍ଟେସନରୁ ଚାରିଛକ ଷ୍ଟେସନକୁ ଟ୍ରେନ୍ ଗଡ଼ିବା ପାଇଁ । ଷ୍ଟେସନ୍ ଓ ରେଳ ଟ୍ରାକ୍ ନିର୍ମାଣ ସରିସାରିଛି। ଏବେ ଜାରି ରହିଛି ପାରିପାର୍ଶ୍ୱିକ ନିର୍ମାଣ କାର୍ଯ୍ୟ। ଚଳିତ ମାସ କିମ୍ବା ଆସନ୍ତା ମାସରେ ପୁରୁଣାକଟକ ଠାରୁ ଚାରିଛକ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବ। ଆସିବେ ରେଳ ସେଫ୍ଟି କମିଶନର। ଯଦି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସଫଳ ହୁଏ, ତେବେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଚାରିଛକ ଷ୍ଟେସନକୁ ଗଡ଼ିବ ରେଳ। ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ଆଉ ପଦେ ଆଗକୁ ଆଗେଇବ ।

Also Read:-ଦୟା ନଦୀରେ ପୁଣି ଅଘଟଣ, ଭାସୁଛି ଆଉ ଜଣଙ୍କ ମୃତଦେହ