ପିପିଲି ୨୨।୦୯ : ଦୟା ନଦୀରେ ଭାସୁଛି ମୃତଦେହ । ପିପିଲି ମଠସାହି ନିକଟ ଦୟା ନଦୀରେ ଭାସୁଛି ମୃତଦେହ । ମୃତଦେହ କାହାର ସ୍ପଷ୍ଟ ହୋଇ ନଥିବା ବେଳେ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ତେବେ ଗତକାଲି ଜଣେ କଲେଜ ଛାତ୍ରଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର କରାଯାଇଥିଲା।

ଖବର ଅନୁଯାୟୀ, ମୃତକ ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଅବଦୁଲ ବୋଲି ଜଣାପଡ଼ିଥିଲା। ଅନ୍ୟ ଜଣେ ଛାତ୍ର ମଧ୍ୟ ନିଖୋଜ ଥିବା ଜଣାପଡ଼ିଥିଲା। ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳି ନଥିଲା। ଆଜି ଆଉ ଏକ ମୃତଦେହ ନଦୀରେ ଭାସୁଥିବା ବେଳେ ଏହା ନିଖୋଜ ଛାତ୍ରଙ୍କର ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

Also Read:-DGP ମାମଲାରେ ପୁଣି ଘୁଞ୍ଚିଲା ଶୁଣାଣି, ବୁଧବାରକୁ ସମୟ ରଖିଲେ ସୁପ୍ରିମକୋର୍ଟ

ତେବେ ଦୁଇ ଜଣ ଛାତ୍ର କଲେଜ ବାହାରିଥିବା ବେଳେ ୫ କିଲୋମିଟର ଦୂରରେ ଥିବା ନଦୀ ନିକଟକୁ କାହିଁକି ଗଲେ ? କେମିତି ନଦୀରେ ଭାସିଗଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ଛାନଭିନ କରୁଛି।