ଭୁବନେଶ୍ବର ୯।୧୦: ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ନୋମିନେସନ । କ୍ୟାମ୍ପସ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ପ୍ରାର୍ଥୀ । ଶୁକ୍ରବାର ଦିନ ୧୦ଟାରୁ ୧ଟା ଯାଏ ନାମାଙ୍କନ ଦାଖଲ ହୋଇଥିଲା । ଦିନ ୨ଟାରୁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୪ଟା ଯାଏଁ ଯାଞ୍ଚ ହେବ । ଏହାପରେ ସଂଧ୍ଯା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଶନିବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ । ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

Also Read:- ବିଜେଡି ଜନସମ୍ପର୍କ ପଦଯାତ୍ରାରେ ବିଜେପିକୁ ନବୀନଙ୍କ ଟାର୍ଗେଟ୍, ‘ଓଡ଼ିଶାର ଛବି ମଳିନ କରିଛି ଡବଲ ଇଞ୍ଜିନ ସରକାର’

ତେବେ ନୋମିନେସନ୍ ବେଳେ ପ୍ରାର୍ଥୀଙ୍କ ପାୱାର ଶୋ' ଦେଖିବାକୁ ମିଳିଛି । ନିଜ ନିଜ ସମର୍ଥକଙ୍କ ସହ ବିଶାଳ ପଟୁଆରରେ ଯାଇ ପ୍ରାର୍ଥୀ ମାନେ ନାମାଙ୍କନ ଭରିଛନ୍ତି । କେଉଁଠି ଢୋଲ ନିଶାନ ତ କେଉଁଠି ଘଣ୍ଟା ମୃଦଙ୍ଗରେ କମ୍ପିଥିଲା ପରିବେଶ । କଲେଜ କ୍ୟାମ୍ପସରେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । କ୍ୟାମ୍ପସରେ ଦିନରେ ଭୋଜିଭାତ ଆୟୋଜନ କରାଯାଉଛି । ରାତିରେ ମଧ୍ଯ ହଷ୍ଟେଲରେ ପିଲାଙ୍କ ପାଖେ ଖାଇବା ପହଞ୍ଚାଇ ଦେଉଛନ୍ତି ଆଶାୟୀ ପ୍ରାର୍ଥୀ । ଛାତ୍ର ସଂଗଠନମାନେ ନିଜର ଶୋଭାଯାତ୍ରାରେ ଅଧିକରୁ ଅଧିକ ପିଲାଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି ।

Watch Video: