ନୂଆଦିଲ୍ଲୀ: ବୟସ ମାତ୍ର ୨୧। ଓଜନ ମାତ୍ର ୪୫.୭ କେଜି। ସ୍ଲିମ୍ ଫିଗର୍ କିନ୍ତୁ ଉଠାଇଲେ ନିଜ ଓଜନଠୁ ତିନି ଗୁଣା ଅଧିକ ଭାର। ବିଶ୍ୱ ଦେଖିଲା ଭାରତୀୟ ମହିଳା ପାଓ୍ୱାରଲିଫ୍ଟରଙ୍କ ଶକ୍ତି। ଦକ୍ଷିଣ ଆଫ୍ରିକାରେ ଆୟୋଜିତ IPF ୱାର୍ଲ୍ଡ ସବ୍-ଜୁନିୟର ଆଣ୍ଡ ଜୁନିୟର କ୍ଲାସିକ୍ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ଏଭଳି ଦମଦାର ପ୍ରଦର୍ଶନ କରିଛନ୍ତି କେୟା କୁନାଲ ବାନାର୍ଜୀ। ଜୁନିୟର ମହିଳା ୪୭ କେଜି ବର୍ଗରେ ଅଂଶଗ୍ରହଣ କରିଥିଲେ। ଡେଡଲିଫ୍ଟରେ ୧୪୦ କେଜି ଉଠାଇ ସେ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କର ଏହି ଚମତ୍କାର ଲିଫ୍ଟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ଶକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କିଆଙ୍କ ଓଜନ ଥିଲା ୪୫.୭୦ କେଜି। ସେ ୧୪୦ କେଜି ଡେଡଲିଫ୍ଟ କରିଥିବାରୁ ଏହି ଲିଫ୍ଟ ତାଙ୍କ ଶରୀର ଓଜନର ପ୍ରାୟ ୩.୦୬ ଗୁଣ ଅଧିକା। ଏହି ଅସାଧାରଣ ଷ୍ଟ୍ରେନ୍ଥ-ଟୁ-ବଡିୱେଟ୍ ଅନୁପାତ ହିଁ ତାଙ୍କ ପ୍ରଦର୍ଶନକୁ ଅଧିକ ଚର୍ଚ୍ଚିତ କରିଛି। ଏହି ଇଭେଣ୍ଟରେ ରୋପ୍ୟ ପଦକ ହାସଲ କରିଛନ୍ତି କେୟା। ସେହିପରି ଫ୍ରାନ୍ସର ଇନେସ୍ ହର୍ବୋ ୧୬୫ କେଜି ଡେଡଲିଫ୍ଟ କରି ସ୍ୱର୍ଣ୍ଣ ଜିତିଥିଲେ। ଆୟରଲ୍ୟାଣ୍ଡର ବ୍ଲାଥନାଇଡ୍ ଓ'ଡ୍ୱାୟର ମଧ୍ୟ ୧୪୦ କେଜି ଉଠାଇଥିଲେ।

କେୟା କୁନାଲ ବାନାର୍ଜୀ ଗୁରୁଗ୍ରାମର ଜଣେ 21 ବର୍ଷୀୟ ଭାରତୀୟ ପାୱାରଲିଫ୍ଟର। ସେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପାୱାରଲିଫ୍ଟିଂରେ ତାଙ୍କର ଏଣ୍ଟ୍ରି ନେଇ ଲକ୍ଷ୍ୟ ନଥିଲା। କଲେଜର ଦ୍ୱିତୀୟ ବର୍ଷ ସମୟରେ ସେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ଜିମ୍ ଯିବା ଆରମ୍ଭ କଲେ।

ଜିମରେ, ସେ ଜଣେ ଘନିଷ୍ଠ ବନ୍ଧୁଙ୍କୁ ଭେଟିଲେ ଯିଏ ଜଣେ ପାୱାରଲିଫ୍ଟର ମଧ୍ୟ ଥିଲେ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେହି ବନ୍ଧୁଙ୍କ ମାଧ୍ୟମରେ କେୟାଙ୍କୁ ପାୱାରଲିଫ୍ଟିଂ ସହିତ ତାଙ୍କୁ ନୂଆ ସୁଯୋଗ ମିଳିଥିଲା। ସେ ଏହି ଖେଳ ପ୍ରଭାବିତ ହେଲେ। ବନ୍ଧୁଙ୍କୁ ଅନୁରୋଧ କରିଥିଲେ, atleast ମୋତେ ଟ୍ରେନିଂ ଦିଅ।

କେୟାଙ୍କ ପାଇଁ, ଏହା କେବଳ ଭାରୀ ଓଜନ ଉଠାଇବା ବିଷୟରେ ନ ଥିଲା। ସେ ପ୍ରତିଦିନ ତାଙ୍କ ପ୍ରଦର୍ଶନକୁ ଉନ୍ନତ କରିବାକୁ କରୁଥିଲେ। ଧୀରେ ଧୀରେ, ସେ ତାଙ୍କର ସମ୍ପୂର୍ଣ୍ଣ ରୁଟିନକୁ ପାୱାରଲିଫ୍ଟିଂ ସହିତ ଗ୍ରହଣ କଲେ। ଖାଇବା ଠାରୁ ଶୋଇବା ସବୁ ଏହି ଲକ୍ଷ୍ୟର ଅଂଶ ହୋଇଗଲା। ପାୱାରଲିଫ୍ଟିଂ ଆରମ୍ଭ କରିବା ପରେ, କେୟା ଦ୍ରୁତ ଗତିରେ ତାଙ୍କର ପ୍ରଦର୍ଶନରେ ଉନ୍ନତି ଆଣିଲେ। କେୟା କହିଛନ୍ତି ଯେ ବିଶ୍ୱ ଚାମ୍ପିଅନସିପ୍ ରୌପ୍ୟ ପଦକ ତାଙ୍କ ପାଇଁ ଏକ ଅପ୍ରତ୍ୟାଶିତ ସଫଳତା ଥିଲା। ସେ ଭବିଷ୍ୟତରେ ଏକ ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ଜିତିବା ତାଙ୍କର ଲକ୍ଷ୍ୟ ।