Kerala loan app horror: ବଡ଼ ସାଂଘାତିକ ଲୋନ୍ ଆପ୍। ଲୋନ ପାଇଁ ଲୋଭ ଦେଖାଉଛି,ଆଉ ଋଣ ନେବା ପରେ ଏମିତି ସ୍ଥିତି କରିଦେଉଛି ଯେ ବାଧ୍ୟହୋଇ ଲୋକଟି ଆତ୍ମହତ୍ୟା କରୁଛି। ଏଭଳି ବେଆଇନ ଲୋନ୍ ଆପ୍ ବିରୋଧରେ ୧୫ ହଜାର ଅଭିଯୋଗ ଆସିଲାଣି। ଏଭଳି ଚିନ୍ତାଜନକ ସ୍ଥିତି ଉପୁଜିଛି କେରଳରେ। ରାଜ୍ୟରେ ଋଣ ନେଉଥିବା ଲୋକଙ୍କ ସୁରକ୍ଷା, ଆର୍ଥିକ ସଚେତନତା ଏବଂ ନିୟାମକ ବ୍ୟବଧାନ ନେଇ ଗମ୍ଭୀର ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି।

ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ଏଭଳି ଆପ୍ ବିରୁଦ୍ଧରେ ପ୍ରାୟ ୧୫ ହଜାର ଅଭିଯୋଗ ଆସିଲାଣି। ଯେଉଁଥିରେ ଏହି ପ୍ଲାଟଫର୍ମଗୁଡ଼ିକ ହଇରାଣହରକତ କରୁଥିବା ଅଭିଯୋଗ ଆସିଛି। ଘଟଣାରେ ଅତି କମରେ ୭ ଜଣ ଆତ୍ମହତ୍ୟା କଲେଣି ବୋଲି ରିପୋର୍ଟରେ କୁହାଯାଇଛି।

ଏହି ଆପଗୁଡ଼ିକ ଋଣ ନେବା ପାଇଁ ପ୍ରଲୋଭନ ଦେଖାଉଛନ୍ତି, ଏହାପରେ ପରିଶୋଧ କରିବା ପାଇଁ ଧମକ ଦେଉଛନ୍ତି। ଏତେ ମାନସିକ ଚାପ ପକାଉଛନ୍ତି ଯେ ଲୋକେ ଆତ୍ମହତ୍ୟା କରୁଛନ୍ତି। ଏହି ଧମକରେ ସମ୍ମୁଖୀନ ହୋଇଥିବା କଲେଜ ଛାତ୍ର ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକାଧିକ ଦୁଃଖଦ ମାମଲା ଆସିବା ପରେ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଆପଗୁଡ଼ିକ ମଧ୍ୟର ମଧ୍ୟରୁ ଅନେକ ନିୟମ ବାହାରେ କାର୍ଯ୍ୟ କରୁଛନ୍ତି। ପ୍ରାୟତଃ ବାଧ୍ୟବାଧକତାପୂର୍ଣ୍ଣ ଏବଂ ବେଆଇନ ଆଦାୟ ପଦ୍ଧତି ବ୍ୟବହାର କରୁଛନ୍ତି।
Also Read- 
Lenskartକୁ ମହଙ୍ଗା ପଡ଼ିଲା ବିନ୍ଦି-ତିଳକ ବିବାଦ ! ସେୟାର ବଜାରରେ ଡୁବିଗଲା ୪୫୦୦ କୋଟି ଟଙ୍କା

ଅଧିକାରୀମାନେ କହିଛନ୍ତି ଯେ ଗ୍ରାହକ ଆପ ଡାଉନଲୋଡ କରି ପରମିସନ ଦେବା ପରେ ଏହି ଡିଜିଟାଲ ଋଣ ପ୍ଲାଟଫର୍ମଗୁଡ଼ିକ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଯଥା- କଣ୍ଟାକ୍ଟ ନମ୍ବର, ଫଟୋ ଏବଂ ଡକ୍ୟୁମେଣ୍ଟ - ଆକସେସ ପାଆନ୍ତି। ଏହାପରେ ଗ୍ରାହକଙ୍କୁ ଋଣ ଉଚ୍ଚ ସୁଧ ହାରରେ ଋଣ ଅଫର କରନ୍ତି, ଏହାପରେ ଆକ୍ରମଣାତ୍ମକ ଶୈଳୀରେ ଋଣ ଆଦାୟ କରନ୍ତି। ଟିକେ ବିଳମ୍ବିତ ହେଲେ ଏମାନେ ଗ୍ରାହକଙ୍କୁ ବାରମ୍ବାର ଫୋନ୍ କରି ହଇରାଣ କରନ୍ତି, ଗାଳିଗୁଲଜ କରିବା ସହ ଦୁର୍ବ୍ୟବାହର କରନ୍ତି। କେବଳ ସେତିକି ନୁହେଁ, ଋଣ ଠକେଇ କଥା ବନ୍ଧୁ ଏବଂ ପରିବାର ସହିତ ସମସ୍ତଙ୍କୁ କହି ଦେବେ ବୋଲି ଧମକ ବି ଦିଅନ୍ତି।

ଟାର୍ଗେଟ୍ରେ ଏମାନେ

ଛାତ୍ର, ଗୃହିଣୀ ଏବଂ ନିମ୍ନ ଆୟକାରୀଙ୍କ ଭଳି ଦୁର୍ବଳ ବର୍ଗ ଏହି ଆପଗୁଡ଼ିକର ପ୍ରଥମ ଟାର୍ଗେଟ୍ ହୁଅନ୍ତି। ଶୀଘ୍ର ଓ ସହଜରେ ଋଣ ଦେବା ଭଳି ପ୍ରତିଶ୍ରୁତିରେ ଆକର୍ଷିତ ହୋଇ ଫସିଯାଉଛନ୍ତି। ସ୍ଥିତି ଏମିତି ହେଉଛି ଯେ ଆପଗୁଡ଼ିକ ଆବଶ୍ୟକତା ଠାରୁ ମୂଳ ଋଣ ଠାରୁ ବହୁତ ଅଧିକ ଟଙ୍କା ଗ୍ରାହକଙ୍କ ଠାରୁ ଠକି ନେଇଯାଉଛନ୍ତି। ଅନେକ ପୀଡିତ ମୂଳ ଋଣଠାରୁ ବହୁତ ଅଧିକ ପରିମାଣରେ ଋଣ ପରିଶୋଧ କରିଛନ୍ତି ବୋଲି ଜଣାପଡ଼ିଛି। କିନ୍ତୁ ତଥାପି ଆପଗୁଡ଼ିକ ସେମାନଙ୍କୁ ହଇରାଣ କରୁଛନ୍ତି।

ଘଟଣା ସମ୍ପର୍କରେ ବହୁ ସଂଖ୍ୟାରେ ଅଭିଯୋଗ ହେବା ସତ୍ତ୍ୱେ, କେବଳ ସୀମିତ ସଂଖ୍ୟାରେ ମାମଲାକୁ ପୁଲିସ ରୁଜୁ କରୁଛି। ସବୁଠାରୁ ବଡ଼ କଥା ହେଲା ଏହି ଆପକୁ ଗୁଡ଼ିକୁ ଟ୍ରାକ୍ କରିବା କଷ୍ଟକର ହେଉଛି ବୋଲି ଆଇନ ପ୍ରଣୟନ ଏଜେନ୍ସିଗୁଡ଼ିକ ସ୍ୱୀକାର କରିଛନ୍ତି। କାରଣ ଏହି ଆପଗୁଡ଼ିକ ମଧ୍ୟରୁ ଏକାଧିକ ରାଜ୍ୟ ବାହାରୁ ଓ ଦେଶ ବାହାରୁ ପରିଚାଳିତ ହେଉଥିବାରୁ ଏଗୁଡ଼ିକ ଟ୍ରାକ୍ କରିବା କଷ୍ଟକର ହୋଇପଡ଼ୁଛି।

Alos Read- ଭାରତର ପିଆଜ ଚାଷୀଙ୍କ ଉପରେ ପଡିଲା ଇରାନ ଯୁଦ୍ଧର ପ୍ରଭାବ, ରପ୍ତାନୀ ବନ୍ଦ, ଦେଶରେ ନାହିଁ ଚାହିଦା

ବିଶେଷଜ୍ଞମାନଙ୍କ କହିବା କଥା ହେଲା ଏପରି ମାମଲାରେ ବୃଦ୍ଧିରୁ ଏହା ଜଣାପଡ଼ୁଛି ଯେ ଡିଜିଟାଲ୍ ଆକସେସ୍ ଏବଂ ଆର୍ଥିକ ସାକ୍ଷରତା ମଧ୍ୟରେ ଏକ ବ୍ୟବଧାନକୁ ରହିଛି। ସ୍ମାର୍ଟଫୋନ୍ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲେ ମଧ୍ୟ, ସୁରକ୍ଷିତ ଋଣ ନେବା ପ୍ରକ୍ରିୟା ବିଷୟରେ ସଚେତନତା କମ୍ ରହିଛି, ଯାହା ଫଳରେ ଅନେକ ଲୋକ ଋଣ ଫାଶର ସମ୍ମୁଖୀନ ହେଉଛନ୍ତି।