ଭୁବନେଶ୍ବର ୨୦।୪: ଭୁବନେଶ୍ୱର ଫେରିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଗତ ୧୦ ତାରିଖରେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ ନବୀନ । ପ୍ରେମ ପଟ୍ଟନାୟକଙ୍କ ହୃଦଘାତ ଅସ୍ତ୍ରୋପଚାର ପାଇଁ ନବୀନ ଦିଲ୍ଲୀ ଯାଇଥିଲେ । ତେବେ ସୋମବାର ଦିଲ୍ଲୀ ଗସ୍ତ ସାରି ବିରୋଧୀ ଦଳ ନେତା ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଗତ ୧୦ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଦିଲ୍ଲୀରେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇଥିଲେ ନବୀନ । ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ରହିଥିଲା ।

Also Read:- CEO on Voter List Revision: ଓଡ଼ିଶାରେ ୭ରୁ ୮ଲକ୍ଷ ଭୋଟରଙ୍କ ନାଁ କଟିଥାଏ, ଏଥର ଟିକେ ଅଧିକ କଟିଛି

ନବୀନଙ୍କ ଦିଲ୍ଲୀ ଗସ୍ତ ସମୟରେ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ବ ଦିଆଯାଇଥିଲା । ତାଙ୍କୁ ସଂଦଦୀୟ ଦଳ ନେତା ଭାବେ ଚୟନ କରିଥିଲେ ନବୀନ ପଟ୍ଟନାୟକ । ମାନସ ମଙ୍ଗରାଜ ୨୦୨୨ରୁ ରାଜ୍ୟସଭା ସାଂସଦ ଅଛନ୍ତି । ସେ ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଥିଲେ । ଏବେ ସେ ସଂସଦୀୟ ଦଳ ନେତା ହେବା ପରେ ସୁଲତା ଦେଓଙ୍କୁ ସଂସଦୀୟ ଦଳ ଉପନେତା ଓ ମୁଖ୍ୟ ସଚେତକ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ନୂଆ ଦାୟିତ୍ବ ବିଷୟରେ ଅବଗତ କରାଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।