Lenskart: ଦେଶର ସବୁଠୁ ବଡ଼ ଚଷମା କମ୍ପାନି ମଧ୍ୟରୁ ଅନ୍ୟତମ ଲେନ୍ସକାର୍ଟକୁ ଟିକିଲି, ତିଳକ ସଂପର୍କିତ ବିବାଦ ବହୁତ ମହଙ୍ଗା ପଡ଼ିଛି। ଏହାର ସିଧାସଳଖ ପ୍ରଭାବ କମ୍ପାନିର କାରବାର ଉପରେ ପଡ଼ିଛି। ସୋମବାର ସେୟାର ବଜାରରେ କମ୍ପାନିର ସେୟାର ଅହେତୁକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ବଜାରେ କମ୍ପାନିର ୪୫୦୦ କୋଟି ଟଙ୍କା ସ୍ଵାହ ହୋଇଛି। ନିକଟରେ କମ୍ପାନିର ଏକ ପୁରୁଣା ଇଣ୍ଟରନାଲ ଗ୍ରୁମିଂ ପଲିସି ଅନଲାଇନରେ ଭାଇରାଲ୍ ହୋଇଥିଲା। ଏହା ଦେଖି ସମଗ୍ର ଦେଶରେ କମ୍ପାନି ପ୍ରତି ଅସନ୍ତୋଷର ମାହୋଲ ସୃଷ୍ଟି ହୋଇଥିଲା। ନିଜର ଅଜବ ପଲିସକୁ ନେଇ ଲେନ୍ସକାର୍ଟକୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଶେଷରେ କମ୍ପାନିକୁ ଉକ୍ତ ପଲିସି ଉପରେ ରୋକ୍ ଲଗାଇବାକୁ ପଡ଼ିଛି।

ଅଭିଯୋଗ ଅନୁଯାୟୀ, ଏହି ପଲିସିରେ କର୍ମଚାରୀଙ୍କୁ ବିନ୍ଦି ଓ ତିଳକ ଲଗାଇବା ଉପରେ ରୋକ୍ ଲଗାଯାଇଥିଲା। କିନ୍ତୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିଲା କମ୍ପାନି। ଏହି ଖବର ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ କମ୍ପାନି ପ୍ରତି କ୍ରୋଧର ମାହୋଲ ଦେଖିବାକୁ ମିଳିଥିଲା। ସାଧାରଣରେ କମ୍ପାନିକୁ ବୟକଟ୍ କରିବା ଦାବି ଜୋର ଧରିଥିଲା। ସୋସିଆଲ ମିଡିଆରେ ଅନଲାଇନର ବିରୋଧର ମଧ୍ୟ ସାମ୍ନା କରିଛି କମ୍ପାନି। ପରିଣାସ୍ଵରୂପ ସେୟାର ମାର୍କେଟରେ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇବାର ଲାଗିଛି।

Also Read: କ୍ଷମା ମାଗିଲା ଲେନ୍ସକାର୍ଟ: ଏଥର ବିନ୍ଦି ରକ୍ଷାସୂତ୍ର ସବୁ ପିନ୍ଧି ପାରିବେ କର୍ମଚାରୀ

କମ୍ପାନି ସେୟାରରେ ବଡ଼ ହ୍ରାସ

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଲେନ୍ସକାର୍ଟ ସଲ୍ୟୁସନର ସେୟାରରେ ୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଏହି କାରଣରୁ, ବ୍ୟବସାୟ ସମୟରେ କମ୍ପାନୀର ସେୟାର ମୂଲ୍ୟ ସର୍ବନିମ୍ନ ୫୦୮.୭୦ ଟଙ୍କାକୁ ଖସିଯାଇଛି। କମ୍ପାନୀର ସେୟାର ସକାଳେ ୫୩୦.୦୫ ଟଙ୍କାରେ ଖୋଲିଥିଲା ଏବଂ ଗତ ସପ୍ତାହର ଶେଷ ବ୍ୟବସାୟ ଦିନରେ ୫୩୪.୮୫ ଟଙ୍କାରେ ବନ୍ଦ ହୋଇଥିଲା। କିନ୍ତୁ ଅପରାହ୍ନ ପ୍ରାୟ ୩ଟାରେ, କମ୍ପାନୀର ସେୟାର ମୂଲ୍ୟ ପ୍ରାୟ ୧ ପ୍ରତିଶତ ହ୍ରାସ ପାଇ ୫୩୦.୬୦ ଟଙ୍କାରେ କାରବାର ହେଉଥିଲା।

କମ୍ପାନୀଟି ୪,୫୦୦ କୋଟି (ପ୍ରାୟ ୧.୫ ବିଲିୟନ ଡଲାର)ରୁ ଅଧିକ କ୍ଷତି

କମ୍ପାନୀର କ୍ଷତି ଉପରେ ନଜର ପକାଇଲେ କାରବାର ସମୟରେ କମ୍ପାନି ୪,୫୦୦ କୋଟି (ପ୍ରାୟ ୧.୫ ବିଲିୟନ ଡଲାର) ରୁ ଅଧିକ କ୍ଷତି ହୋଇଛି। ତଥ୍ୟ ଅନୁସାରେ, ଯେତେବେଳେ କମ୍ପାନୀର ଷ୍ଟକ୍ ଦିନର ସର୍ବନିମ୍ନ ସ୍ତରକୁ ପହଞ୍ଚିଥିଲା, ସେତେବେଳେ ଏହାର ଭେଲ୍ୟୁଏସନ ୮୮,୩୩୧.୪୮ କୋଟି (ପ୍ରାୟ ୧.୫ ବିଲିୟନ ଡଲାର) କୁ ହ୍ରାସ ପାଇଥିଲା। ଗତ ସପ୍ତାହର କାରବାର ସମୟରେ, କମ୍ପାନୀର ଭେଲ୍ୟୁଏସନ ୯୨,୮୭୨.୨୦ କୋଟି (ପ୍ରାୟ ୧.୫ ବିଲିୟନ ଡଲାର) ଥିଲା। ଏହାର ଅର୍ଥ ହେଉଛି କମ୍ପାନୀର ଭେଲ୍ୟୁଏସନ ୪,୫୪୦.୭୨ କୋଟି ହ୍ରାସ ପାଇଛି। ହେଲେ ପୂରା ବିବାଦ ଉପରେ କ୍ଷମା ମାଗିବା ପରେ କମ୍ପାନିର ସେୟାର ସ୍ଥିତିରେ ସୁଧାର ଦେଖିବାକୁ ମିଳିଛି

Also Read: ଭାରତର ପିଆଜ ଚାଷୀଙ୍କ ଉପରେ ପଡିଲା ଇରାନ ଯୁଦ୍ଧର ପ୍ରଭାବ, ରପ୍ତାନୀ ବନ୍ଦ, ଦେଶରେ ନାହିଁ ଚାହିଦା