ମେଷ- କାମ ଆରମ୍ଭରେ ସୁବିଧା ମିଳିଲେ ମଧ୍ୟ ପରେ ବାଧା ଆସିପାରେ। ଆର୍ଥିକ ନେଣଦେଣରେ ସାବଧାନ ରୁହନ୍ତୁ। ପରିବାରରେ କିଛି ଛୋଟ ମତଭେଦ ହେବ । ଯାତ୍ରାରେ ଅସୁବିଧା ଆସିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ ଲାଭ ମିଳିବ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ ।

ବୃଷ- ଦିନର ପ୍ରଥମାର୍ଦ୍ଧ ଭଲ ରହିବ କାରଣ ଚନ୍ଦ୍ର ନିଜ ରାଶିରେ ଅଛି । ଧନ ଲାଭ ଓ କାମରେ ସଫଳତା ମିଳିବ । ଦିନ ୧ଟା ପରେ କାମରେ ବିଳମ୍ବ ଓ ମନ ଅଶାନ୍ତ ହେବ । ପରିବାରରେ ଅପ୍ରିୟ କଥା ଶୁଣିପାରନ୍ତି । ଧୈର୍ଯ୍ୟ ରଖନ୍ତୁ। ନୂତନ କାମ ଆରମ୍ଭ ଏଡ଼ାନ୍ତୁ।

ମିଥୁନ- ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି । କାମରେ ଅବରୋଧ ଆସିପାରେ । ମନ ଚିନ୍ତିତ ରହିବ ଓ ନିଷ୍ପତ୍ତି ଭୁଲ୍ ହେବାର ଆଶଙ୍କା ଅଛି। ଯାତ୍ରା ବିଳମ୍ବ ହେବ । ସାବଧାନ ରୁହନ୍ତୁ । ନିକଟବର୍ତ୍ତୀଙ୍କ ସହଯୋଗ କମିପାରେ। ଆରୋଗ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ- ଆର୍ଥିକ ଦିଗରେ କିଛି ଲାଭ ମିଳିପାରେ । ପରିଚିତ ବ୍ୟକ୍ତିଙ୍କ ଠାରୁ ସହଯୋଗ ମିଳିବ । କାମରେ ଧୀରେ ଧୀରେ ସଫଳତା ଆସିବ । ଘରେ ଶାନ୍ତି ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ନୂତନ ସୁଯୋଗ ଆସିପାରେ।ମନୋବଳ ବଢ଼ିବ।

ସିଂହ- କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ । ଉପରୋକ୍ତ ଅଧିକାରୀଙ୍କ ସହିତ ମତଭେଦ ହେବ । ଧନ ଲାଭ ଥିଲେ ମଧ୍ୟ ଖର୍ଚ୍ଚ ବଢ଼ିବ । ପରିବାରରେ ମନୋମାଳିନ୍ୟ ହେବ । ସତର୍କ ରହନ୍ତୁ । ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମନ ଅଶାନ୍ତ ରହିପାରେ ।

କନ୍ୟା- ଭାଗ୍ୟ ସହଯୋଗ କରିବ। ଶିକ୍ଷା ଓ କାର୍ଯ୍ୟରେ ସଫଳତା ମିଳିବ। ଦୂର ଯାତ୍ରାର ଯୋଗ ଅଛି । ଆର୍ଥିକ ଅବସ୍ଥା ଭଲ ହେବ। ନୂତନ ଯୋଜନା ଆରମ୍ଭ କରିପାରିବେ। ବନ୍ଧୁମାନଙ୍କ ସହଯୋଗ ମିଳିବ । ମନ ପ୍ରସନ୍ନ ରହିବ।

ତୁଳା- ସାବଧାନ ରହିବା ଆବଶ୍ୟକ। ଅକସ୍ମାତ ଖର୍ଚ୍ଚ ବଢ଼ିପାରେ। ଶରୀର ଖରାପ ହେବାର ଆଶଙ୍କା ଅଛି । କାମରେ ବିଳମ୍ବ ହେବ । ବିବାଦରୁ ଦୂରେଇ ରୁହନ୍ତୁ । ମନ ଅଶାନ୍ତ ରହିପାରେ। ଧନ ହାନି ସମ୍ଭାବନା ଅଛି ।

ବିଛା- ଘାତ ଚନ୍ଦ୍ର ପ୍ରଭାବରେ ଦିନଟି ଚ୍ୟାଲେଞ୍ଜିଂ ରହିବ । ମନ ଅଶାନ୍ତ ଓ ଅସ୍ଥିର ରହିବ। ସମ୍ପର୍କରେ ତିକ୍ତତା ଆସିପାରେ। କାମରେ ବାଧା ଓ ହାନି ସମ୍ଭାବନା ଅଛି। ସାବଧାନ ରୁହନ୍ତୁ। ଅପ୍ରିୟ ଖବର ମିଳିପାରେ। ସ୍ୱାସ୍ଥ୍ୟରେ ଅବନତି ହେବାର ସମ୍ଭାବନା ଅଛି।

ଧନୁ- ଶତ୍ରୁ ଉପରେ ଜୟ ମିଳିବ। କାର୍ଯ୍ୟରେ ସଫଳତା ଓ ଧନ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ । ସହକର୍ମୀଙ୍କ ସହଯୋଗ ମିଳିବ। ନୂତନ କାମ ଆରମ୍ଭ କରିପାରିବେ। ପ୍ରୟାସ ସଫଳ ହେବ। ମନୋବଳ ବଢ଼ିବ ।

ମକର- ଘାତ ବାର ପ୍ରଭାବରେ କାମରେ ବାଧା ଆସିପାରେ । ନିଷ୍ପତ୍ତି ନେବାରେ ଭୁଲ୍ ହେବ । ପରିବାରରେ ଅଶାନ୍ତି ଦେଖାଯିବ । ଧନ ହାନି ସମ୍ଭାବନା ଅଛି । ସତର୍କ ରହନ୍ତୁ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବ।

କୁମ୍ଭ- ଘରେ ଖୁସିର ପରିବେଶ ରହିବ। ଧନ ଲାଭ ଓ କାମରେ ଗତି ଆସିବ। ବନ୍ଧୁମାନଙ୍କ ସହଯୋଗ ମିଳିବ । ଯାତ୍ରା ଶୁଭ ହେବ। ମନ ପ୍ରସନ୍ନ ରହିବ। ନୂତନ ସମ୍ପର୍କ ଗଢ଼ି ଉଠିବ। କାମରେ ପ୍ରଶଂସା ମିଳିପାରେ।

ମୀନ- କଥାବାର୍ତ୍ତାରେ ସାବଧାନ ରୁହନ୍ତୁ । ଭାଇଭଉଣୀ ସହିତ ମତଭେଦ ହେବ। କାମରେ ଛୋଟ ବାଧା ଆସିପାରେ। ଧନ ଲାଭ ସାଧାରଣ ରହିବ। ଧୈର୍ଯ୍ୟ ଧରନ୍ତୁ। ମନ ଚିନ୍ତିତ ରହିପାରେ। ସ୍ୱାସ୍ଥ୍ୟରେ ସାବଧାନ ରୁହନ୍ତୁ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ– 8249826682