କେନ୍ଦୁଝର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ପ୍ରଭାବରେ କେନ୍ଦୁଝର ଜିଲ୍ଲାର ସ୍ଥିତି ବେହାଲ ହୋଇ ପଡ଼ିଛି। ସାହାରପଡା ବ୍ଲକ କୁମୁଳାବାହାଳି ଦେଇ ପ୍ରବାହିତ ହେଉଥିବା ତେଲ ନଦୀ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ କେନ୍ଦୁଝର ଜିଲ୍ଲା ସାହାରପଡା ଅଞ୍ଚଳରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେହିପରି ଅବିଶ୍ରାନ୍ତ ବର୍ଷା ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ସାହାରପଡା ବ୍ଲକ ପଇତାମଜା ପ୍ରାଥମିକ ବିଦ୍ୟାଳୟ ପରିସର ଜଳମଗ୍ନ ହୋଇଥିବା ବେଳେ ପଇତାମଜା ମୁଣ୍ଡା ସାହି ସ୍କୁଲ ରାସ୍ତା ଉପରେ ପାଣି ଚାଲୁଛି। ଏଥିସହ ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ରାଜପଥ ଉପରେ ଖସି ପଡ଼ିଛି ବିରାଟ ଗଛ । ଫଳରେ ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ବ୍ୟାହତ ହୋଇଛି। ଲଗାଣ ବର୍ଷା ଫଳରେ କାନଝରୀ ଜଳ ଭଣ୍ଡାରର ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି । ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଥିବାବେସଳେ ୨ଟି ଗେଟ ଦେଇ ବନ୍ୟାଜଳ ଛଡା ଯାଉଛି। ଜଳଭଣ୍ଡାରରେ ୪୦୬.୯୦ ଜଳ ଥିବା ବେଳେ ଏହାର ବିପଦ ସଙ୍କେତ ରହିଛି ୪୦୮.୦୫ । ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଯୋଗୁଁ ତଳିଆ ଅଞ୍ଚଳ ଲୋକଙ୍କୁ ସଚେତନ କରାଯାଇଛି।

 Also Read-ପ୍ରବଳ ବର୍ଷା, ଫୁଲୁଛି ନଦୀ, ସ୍କୁଲ ଛୁଟି ଘୋଷଣା, ସତର୍କ ରହିବାକୁ ଅପିଲ