ନୂଆଦିଲ୍ଲୀ, ୦୪/୦୯: ଟାଟା କେମିକାଲ୍ସକୁ ଝଟକା । ଛାଡିବ କେନିୟା । ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି । କହିଲେ କମ୍ପାନୀ ପାଇଁ କିଛି ଲାଭ ହେଉନି ଦେଶର । ତେଣୁ ତୁରନ୍ତ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନିୟା ରାଷ୍ଟ୍ରପତି ୱିଲିୟମ ରୁଟୋ ।

କେନିଆ ରାଷ୍ଟ୍ରପତି ଟାଟା କେମିକାଲ୍ସକୁ କେନିଆ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତର ଏହି କମ୍ପାନିର ଉପସ୍ଥିତି ଦ୍ୱାରା ତାଙ୍କ ଦେଶକୁ କୌଣସି ଫାଇଦା ମିଳୁନାହିଁ। ଏତେ ବର୍ଷରେ ଦେଶରେ କୌଣସି ପ୍ଲାଣ୍ଟ ଲଗାଇନାହିଁ ଟାଟା କେମିକାଲ୍ସ। ଏହାସହିତ ରୁଟୋ ପ୍ରଶ୍ନ କରିଛନ୍ତି ଯେ, କ’ଣ ଆମେ ଅନ୍ୟ ଦେଶର ଲୋକଙ୍କ ପାଇଁ ଗୁଲାମ।

ସେ ଆହୁରି କହିଛନ୍ତି ଯେ, ଭାରତର ଗଟା କେମିକାଲ୍ଡକୁ କେନିଆରେ ନିଜର ସଂଚାଳନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ, କମ୍ପାନିର ଉପସ୍ଥିତି ଯୋଗୁ ଦେଶକୁ କୌଣସି ଲାଭ ମିଳୁନାହିଁ। ଟାଟା କେମିକାଲ୍ସର କାରବାର ସମ୍ଭାଳିବା ପାଇଁ ତାଙ୍କ ସରକାର ଦୁଇ ନୂଆ କମ୍ପାନି ଆଣିବେ ବୋଲି ସେ ପ୍ରକାଶ କରିଛନ୍ତି ।

Also Read :- ଇତିହାସ ରଚିଲା ଇସ୍ରୋ : ମହାକାଶକୁ ପଠାଇଲା 'ନଟି ବୟ', ପାକିସ୍ତାନ-ଚୀନ୍ ଉପରେ ରଖିବ ନଜର

କାଜିୟାଡୋରେ ଲମ୍ବା ସମୟରୁ ଟାଟା କେମିକାଲ୍ଡର ଉପସ୍ଥିତିକୁ ନେଇ ରୁଟୋ କହିଛନ୍ତି ଯେ, କମ୍ପାନି ସ୍ଥାନୀୟ ସ୍ତରରେ ଉଦ୍ୟୋଗ କ୍ଷମତା ବଢ଼ାଇବାରେ ବିଫଳ ହୋଇଛି। କମ୍ପାନି ୧୦୦ ବର୍ଷ ରହିଲା । କିନ୍ତୁ କିଛି ବନାଇ ପାରିନାହିଁ। କୌଣସି ଫ୍ୟାକ୍ତି ସ୍ଥାପନ କରିନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।