ନୂଆଦିଲ୍ଲୀ, ୦୪/୦୯: ଭାରତୀୟ ମହାକାଶ ଅନୁସଂଧାନ ସଂସ୍ଥା ବା ଇସ୍ରୋର ଇତିହାସ । ଇସ୍ରୋ ସତୀଶ ଧାଓ୍ୱନ ସ୍ପେଶ୍ ସେଣ୍ଟରରୁ ଜିଏସଏଲଭି-ଏଫ୍ ୧୭ ରକେଟରୁ ଇଓଏସ୍-୦୫ ସାଟେଲାଇଟର ଉତକ୍ଷେପଣ କରିଛି । ଏହି ସାଟେଲାଇଟ୍ ଜିଆଇସାଟ୍ ୭ଏ ନାମରେ ପରିଚିତ । ଏହାର ଓଜନ ପ୍ରାୟ ୨୩୬୭ କେଜି । ଏହାକୁ ଶୁକ୍ରବାର ସ୍ପେଶ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ମହାକାଶକୁ ପଠାଯାଇଛି । ଏହା ଜିଏସଏଲଭିର ୧୯ ତମ ଉଡାଣ ଅଟେ । ଏହାକୁ ଏବେସୁଦ୍ଧା ସବୁଠାରୁ ଓଜନିଆ ପ୍ଲେ ଲୋଡ୍ କୁହାଯାଉଛି । ତେବେ ଏହି ସାଟେଲାଇଟକୁ ନଟି ବୟ ବୋଲି ମଧ୍ୟ କୁହାଯାଏ ।

Also Read :- ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ! ଋଷ ଜାହାଜକୁ ଜବତ କଲା ନରଓ୍ୱେ, ପୁଟିନ କରିବେ ମିସାଇଲ୍ ଆଟାକ୍

ମହାକାଶରେ କଣ କରିବ ଇଓଏସ-୦୫

ଇଓଏସ୍-୦୫ ମହାକାଶରେ ଭାରତର ଶକ୍ତି ବୃଦ୍ଧି କରିବ । ଏହା ଜିୟୋସିକ୍ରୋନସ୍ ଅର୍ବିଟରୁ ଇମେଜିଂ କରୁଥିବା ସାଟେଲାଇଟ୍ ଅଟେ । ପୃଥିବୀକୁ ଏହା ୩୬୦୦୦ କିଲୋମିଟର ଉପରେ ସ୍ଥିର ରହିବ । ଭାରତୀୟ ଉପ ମହାଦ୍ୱୀପକୁ ଲଗାତାର ନିରୀକ୍ଷଣ କରିବ । ସାଧାରଣ ରିମୋଟ୍ ସେନସିଂ ସାଟେଲାଇଟ୍ କମ୍ ଉଚ୍ଚତାରେ ଘୂରୁଥାଏ । ଯାହା କୌଣସି ଜାଗାର ଫଟୋ କିଛି ଦିନ ବ୍ୟବଧାନରେ ମାତ୍ର ଥରୁଟିଏ ନେଇପାରେ ।

ଭାରତର ଇଓଏସ-୦୫ କୌଣସି ଭୂଭାଗର ଫଟୋ ପ୍ରତି ୩୦ ମିନିଟରେ ନେଇପାରିବ । ଜରୁରୀ ବେଳେ ଏହି ସମୟ ୫ ମିନିଟକୁ କମାଯାଇ ପାରିବ । ଏଥିରେ ୭୦୦ ମିଲିମିଟରରେ ଟେଲିସ୍କୋପ୍ ଲାଗିଛି । ଯାହା ଛୋଟ ଛୋଟ ତଥ୍ୟ ମଧ୍ୟ ଏକାଠି କରିପାରିବ ।

ରିପୋର୍ଟ ଅନୁସାରେ, ଏହା ବିପର୍ଯ୍ୟୟ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ବାତ୍ୟା, ବନ୍ୟା ଭଳି ଘଟଣାରେ ଏଥିରେ ରିଅଲ ଟାଇମ ସର୍ଭେକ୍ଷଣ କରାଯାଇପାରିବ । ଚାଷକାମରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ । ଏହାବ୍ୟତୀତ ଜାତୀୟ ସୁରକ୍ଷାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଶତ୍ରୁର ବିଭିନ୍ନ ଗତିବିଧି ଉପରେ ଏଥିରେ ନଜର ରଖାଯାଇପାରିବ ।