କଟକ ୬।୯: ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ । ଗାଡ଼ିରୁ ୩ ଲକ୍ଷ ୧୫ ହଜାର ଟଙ୍କାର ସନ୍ଦେହଜନକ ନଗଦ ଜବତ ହୋଇଥିଲା । ଘରେ ଚଢ଼ାଉ ବେଳେ ଆଉ ୪ ଲକ୍ଷ ଟଙ୍କା ମିଳିବା ପରେ ସର୍ବମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ ହୋଇଥିଲା ।

ଭିଜିଲାନ୍ସ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଅନୁପମା ସାହୁଙ୍କୁ ଓଡ଼ିଶା ଭିଜିଲାନ୍ସ ମାର୍ଶାଘାଇ ଛକ NH 53-A ରେ ଅଟକାଇଥିଲା । ସେ ଅଫିସ୍ ରୁ ନୟନବିହାର, କେନ୍ଦ୍ରାପଡ଼ା ସ୍ଥିତ ଘରକୁ ଅଫିସ୍ ଗାଡ଼ିରେ ଯାଉଥିଲେ । ଗାଡ଼ିରୁ ୩,୧୫,୦୦୦ ଟଙ୍କା ସନ୍ଦେହଜନକ ଲାଞ୍ଚ ଟଙ୍କା ଭିଜିଲାନ୍ସ ଅଧିକାରୀ ମାନେ ଜବତ କରିଥିଲେ । ସେ ଟଙ୍କାର ଉତ୍ସ କହି ନ ପାରିବାରୁ ଟଙ୍କା ଓ ଗାଡ଼ି ଜବତ କରିଥିଲା ଭିଜିଲାନ୍ସ ଟିମ୍ । ତାପରେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ତାଙ୍କ ଅଫିସ୍ ଓ ଘରେ ଚଢ଼ାଉ କରାଯାଇଥିଲା ।

Also Read:- ଘରେ ପଶିଗଲା ବୋଲେରୋ, ଚାପି ହୋଇଗଲେ ଜଣେ ; କଟର ମେସିନ୍‌ରେ ଉଦ୍ଧାର କାର୍ଯ୍ୟ

ଘରେ ଚଢ଼ାଉ ବେଳେ ପୁଣି ୪ ଲକ୍ଷ ଟଙ୍କା ମିଳିଥିଲା । ତାଙ୍କ ଠୁ ସର୍ବମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଆୟ ଠୁ କେତେ ପ୍ରତିଶତ ରୋଜଗାର କରିଛନ୍ତି ତାହା ଖୋଳତାଡ଼ କରୁଛି ଦୁର୍ନୀତି ନିବାରଣ ବିଭାଗ । ଅନ୍ୟପଟେ ୨୦୦୩ ମସିହାରୁ ଚାକିରି ଆରମ୍ଭ କରିଥିବା ଅନୁପମା ସାହୁ ୨୦୧୬ ମସିହାରୁ ଦୁର୍ନୀତି ଆରମ୍ଭ କରିଥିଲେ । ତେବେ ମୋଟ୍ ସମ୍ପତ୍ତି କେତେ ରହିଛି ସେସବୁକୁ ଭିଜିଲାନ୍ସ ତଦନ୍ତ ଚଳାଇଛି ।

Watch Video: