ନୂଆଦିଲ୍ଲୀ ୦୩।୦୧; କୌନ୍ ବନେଗା କରୋଡ଼ପତି ସିଜିନ୍ ୧୭ ଆଜି ରାତିରେ ଶେଷ ହେଉଛି। ଏହି ଗ୍ରାଣ୍ଡ ଫାଇନାଲରେ ସଙ୍ଗୀତ, ହସ ଏବଂ ସ୍ମୃତିର ଏକ ବଡ ସେଲିବ୍ରେସନ ହେବାକୁ ଯାଉଛି। ଶେଷ ଏପିସୋଡ୍ ପୂର୍ବରୁ, ସୋନିଲିଭ ଦୁଇଟି ମଜାଦାର ପ୍ରୋମୋ ସେୟାର କରିଛି । ଯେଉଁଥିରେ ଅମିତାଭ ବଚ୍ଚନ ଇତିହାସ ରଚିବା ସହ କମେଡିଆନ କିକୁ ଶାରଦାଙ୍କ ଧମାକେଦାତ ଜୋକ୍ସର ଝଲକ ଦେଖିବାକୁ ମିଳିଛି ।

KBC ଫାଇନାଲର ଏକ ପ୍ରୋମୋ ସୋନି ଲିଭ୍‌ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି। ଗୋଟିଏ ପ୍ରୋମୋରେ ୮୩ ବର୍ଷର ସୁପରଷ୍ଟାର ଅମିତାଭ ନିଜର ଆଇକନିକ ଗୀତକୁ ଲଗାତାର ଗାଉଥିବାର ନଜର ଆସିଛନ୍ତି । ମେକର୍ସ କହିଛନ୍ତି ବଚ୍ଚନ ସାହେବ ୩୦ ମିନିଟ୍‌ରୁ ଅଧିକ ଓ ଲଗାତାର ଗୀତ ଗାଇଛନ୍ତି । ଯାହା କେବିସି ପାଇଁ ଅନନ୍ୟ ଓ ସୁନ୍ଦର ମୁହୁର୍ତ୍ତ। ଏହି କ୍ଲିପ୍ ଆରମ୍ଭ ହୁଏ ସିଲସିଲା (୧୯୮୧) ର ଏଭରଗ୍ରୀନ ହୋଲି ଗୀତ "ରଙ୍ଗ ବରସେ" ରୁ । ତା’ପରେ ସେ ବାଗବାନ୍‌ର “ହୋରି ଖେଲ ରଘୁବୀରା”, ତିସରୀ କସମରୁ “ଚଲତ ମୁସାଫିର୍” ଏବଂ ଲାବାରିସ “ମେରେ ଆଙ୍ଗନେ ମେଁ” ଗୀତ ଗାଇଛନ୍ତି। ନିର୍ମାତାଙ୍କ ଅନୁଯାୟୀ, ବଚ୍ଚନ ୩୨ ମିନିଟ ପାଇଁ ନନଷ୍ଟପ୍ ଗୀତ ଗାଇ କେବିସି ମଞ୍ଚରେ ଇତିହାସ ସୃଷ୍ଟି କରିଛନ୍ତି।

ଏହି ପ୍ରୋମୋ ସେୟାର କରି ନିର୍ମାତାମାନେ କ୍ୟାପସନ ଦେଇଛନ୍ତି, "ଯେତେବେଳେ ଫାଇନାଲ ହୋଇଯାଏ ଲାଇଫ୍ ଟାଇମ୍ ମୁମେଣ୍ଟ । ଦେଖନ୍ତୁ ବିଗ୍ ବି କା ସ୍ପେଶାଲ ସରପ୍ରାଇଜ୍ ଆକ୍ଟ ଆଜି ରାତି 9ଟାରେ #SonyLIV ରେ #KaunBanegaCrorepatiର ଶେଷ ଏପିସୋଡ। ପ୍ରଶଂସକମାନେ କ୍ଲିପ୍ ଦେଖି ଉତ୍ସାହିତ ହୋଇଯାଇଛନ୍ତି।ଆଉ କେତେ ଜଣ ଏହାକୁ ପରଫେକ୍ଟ ଫାଇନାଲ ଶୋ' କହିଛନ୍ତି।

କିକୁ ଶାରଦାଙ୍କକମେଡି ଷ୍ଟାଇଲ୍‌

ବିଗ୍ ବିଙ୍କ ମ୍ୟୁଜିକାଲି ପରଫମାନ୍ସକୁ  ଯାଦୁଗରୀ କୁହାଯାଉଛି। ସେପଟେ ହାସ୍ୟ ଅଭିନେତା କିକୁ ଶାରଦା ଶୋରେ କମେଡି ଡୋଜ୍ ଆଣିଛନ୍ତି। ଦ୍ୱିତୀୟ ପ୍ରୋମୋରେ, କିକୁ ହଟ୍ ସିଟ୍‌ରେ ବସି ତାଙ୍କର ତୀକ୍ଷ୍ଣ ମଜାକ୍‌ ଅନ୍ଦା ହୋଷ୍ଟ ଏବଂ ଦର୍ଶକଙ୍କୁ ହସାଉଛନ୍ତି। ବର୍ତ୍ତମାନ KBC ଫାଇନାଲର ପ୍ରୋମୋ ଦେଖିବା ପରେ, ଦର୍ଶକମାନେ ଶୋ’ ପାଇଁ ଉତ୍ସାହିତ। କିନ୍ତୁ କିଛି ଦୁଃଖ ମଧ୍ୟ ଅଛି ଯେ KBC ଆଉ ଟିଭିରେ ପ୍ରସାରିତ ହେବ ନାହିଁ।