ମୁମ୍ଵାଇ ୩୦।୦୭; ମାଆ ହେଲେ ଅଭିନେତ୍ରୀ କରିସ୍ମା ତନ୍ନା । ୨୯ ଜୁଲାଇ, ୨୦୨୬ରେ କରିସ୍ମା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ସେ ନୋଟ୍ ସେୟାର କରି ଲେଖିଛନ୍ତି, "ଗୁରୁ ପୂର୍ଣ୍ଣିମାର ପବିତ୍ର ଦିନରେ ଜନ୍ମ... ଆମର ସର୍ବୋତ୍ତମ ଆଶୀର୍ବାଦ ଆମ ସହିତ ଅଛି। ୨୯ ଜୁଲାଇ, ୨୦୨୬। ଆମ ଦୁନିଆକୁ ସ୍ୱାଗତ, କୁନି ଅତିଥି । କରିସ୍ମା ଏବଂ ବରୁଣ।"

ଅନେକ ସେଲିବ୍ରିଟିଙ୍କ ଶୁଭେଚ୍ଛା

ପୋଷ୍ଟ ସେୟାର ପରେ ସୋସିଆଲ ମିଡିଆ ଅଭିନନ୍ଦନର ବାର୍ତ୍ତାରେ ବୁଡ଼ି ଯାଇଥିଲା। ଅନେକ ପ୍ରଶଂସକ ଏବଂ ସେଲିବ୍ରିଟି ନୂତନ ପିତାମାତାଙ୍କ ଉପରେ ପ୍ରେମ ଏବଂ ଆଶୀର୍ବାଦ ବର୍ଷା କରିଥିଲେ। ଖୁସି କପୁର, ଅଞ୍ଜଳି ଆନନ୍ଦ, ସୋନାଲ ଚୌହାନ, ଅନୁଷ୍କା ରଞ୍ଜନ, ୱାମିକା ଗବ୍ବି ଏବଂ ଅନ୍ୟାନ୍ୟ ଅଭିନେତ୍ରୀମାନେ ଏହି ବିଶେଷ ଅବସରରେ କରିସ୍ମା ଏବଂ ବରୁଣଙ୍କୁ ଅଭିନନ୍ଦନ ଜଣାଇଥିଲେ।

କରିସ୍ମା ୬ ଏପ୍ରିଲ, ୨୦୨୬ରେ ତାଙ୍କ ଗର୍ଭଧାରଣ ଘୋଷଣା କରିଥିଲେ। ସେବେଠାରୁ, ପ୍ରଶଂସକମାନେ ଶିଶୁର ଆଗମନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ସେମାନଙ୍କ ଜୀବନର ଏହି ନୂତନ ଅଧ୍ୟାୟକୁ ନେଇ ଦମ୍ପତିଙ୍କ ଖୁସି ସ୍ପଷ୍ଟ ଭାବରେ ନଜର ଆସିଥିଲା। ନିକଟରେ, କରିସ୍ମା ଏକ ମାଟେରନିଟି ଫଟୋସୁଟର ଫଟୋ ମଧ୍ୟ ସେୟାର କରିଥିଲେ। ଯାହା ସମ୍ପୂର୍ଣ୍ଣ ଚମତ୍କାର ଦେଖାଯାଉଥିଲା।

୨୦୨୨ରେ ବିବାହ

କରିସ୍ମା ତନ୍ନା ଏବଂ ବରୁଣ ବାଙ୍ଗେରା ୫ ଫେବୃଆରୀ, ୨୦୨୨ରେ ମୁମ୍ବାଇରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ଯେଉଁଥିରେ ନିକଟତର ବନ୍ଧୁ ଏବଂ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ। କରିସ୍ମା ୨୦୦୧ ମସିହାରେ ଟିଭି ଧାରାବାହିକ କ୍ୟୁଙ୍କି ସାସ ଭି କଭି ବହୁ ଥି ସହିତ ଡେବ୍ୟୁ କରିଥିଲେ। ସେ ଶେଷ ଥର ପାଇଁ ହଂସଲ ମେହେଟାଙ୍କ ୱେବ୍ ସିରିଜ୍ ସ୍କୁପ୍ ରେ ନଜର ଆସିଥିଲେ। ଯାହା ୨୦୨୩ ମସିହାରେ ମୁକ୍ତିଲାଭ କରିଥିଲା।