ମୁମ୍ଵାଇ ୨୯।୦୯; ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା । ମୁମ୍ବାଇର ସବୁଠାରୁ ମହଙ୍ଗା ଅଞ୍ଚଳରେ ନିଜ ପାଇଁ ନୂଆ ଠିକଣା ତିଆରି କରିଛନ୍ତି। ଦକ୍ଷିଣ ମୁମ୍ବାଇର ମାଲାବାର ହିଲ୍ରେ ସେ ପ୍ରାୟ ସାଢ଼େ ୩୩ କୋଟି ଟଙ୍କା ମୂଲ୍ୟର ଏକ ବିଶାଳ ଆପାର୍ଟମେଣ୍ଟ କିଣିଛନ୍ତି। ଯାହାକୁ ନେଇ ଏବେ ରିଅଲ୍ ଇଷ୍ଟେଟ୍ ବଜାରରେ ଚର୍ଚ୍ଚା ଜୋର୍ ଧରିଛି।

ମାଲାବାର ହିଲ୍କୁ ଦକ୍ଷିଣ ମୁମ୍ବାଇର ଅନ୍ୟତମ ମହଙ୍ଗା ଏବଂ ପ୍ରତିଷ୍ଠିତ ଆବାସିକ ଅଞ୍ଚଳ ଭାବରେ ବିବେଚନା କରାଯାଏ। ଅକ୍ଷୟ ଖାନ୍ନା ଏହି ଘରଟିକୁ ୩୩.୨୬ କୋଟି ଟଙ୍କାରେ କିଣିଛନ୍ତି। ମାଲାବାର ହିଲ୍ ରୋଡ୍ର '୩୦ ଲିଟିଲ୍ ଗିବ୍ସ' ପ୍ରୋଜେକ୍ଟରେ ଥିବା ଏହି ଘରର କାର୍ପେଟ୍ ଏରିଆ ପ୍ରାୟ ୨,୩୪୧ ବର୍ଗ ଫୁଟ୍ ଥିବାବେଳେ ବାଲକୋନି ସହ ମୋଟ କ୍ଷେତ୍ରଫଳ ପ୍ରାୟ ୨,୫୧୬ ବର୍ଗ ଫୁଟ୍ ରହିଛି। ଏହି ଚୁକ୍ତିନାମା ପାଇଁ ଅଭିନେତା ଜଣକ ପ୍ରାୟ ୧.୯୯ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ପୈଠ କରିଛନ୍ତି। ଏଠାରେ ପ୍ରତି ବର୍ଗ ଫୁଟ୍ର ମୂଲ୍ୟ ପ୍ରାୟ ୧.୪୨ ଲକ୍ଷ ଟଙ୍କା ପଡ଼ିଛି। ଯାହା ସେହି ଅଞ୍ଚଳର ହାରାହାରି ମୂଲ୍ୟଠାରୁ ମଧ୍ୟ ବେଶ୍ ଅଧିକ।

ଅକ୍ଷୟ ଖାନ୍ନାଙ୍କ ପାଇଁ ଏହା ପ୍ରଥମ ବଡ଼ ଧରଣର ସମ୍ପତ୍ତି କିଣିନାହାନ୍ତି। ଏହା ପୂର୍ବରୁ, ୨୦୦୯ ମସିହାରେ ସେ ଆଲିବାଗ୍ରେ ଏକ ବଙ୍ଗଳା କିଣିଥିବା ନେଇ ଖବର ପ୍ରକାଶ ପାଇଥିଲା।ଦିବଂଗତ ବର୍ଷୀୟାନ ଅଭିନେତା ବିନୋଦ ଖାନ୍ନାଙ୍କ ପୁଅ ଅକ୍ଷୟ ଖାନ୍ନା ଦୀର୍ଘ ଦଶନ୍ଧି ଧରି ବଲିଉଡ୍ ସିନେମାରେ ନିଜର ଦମଦାର୍ ଅଭିନୟର ଯାଦୁ ଦେଖାଇଆସିଛନ୍ତି।ଦିଲ୍ ଚାହତା ହୈ,ରେସ୍ଏବଂଦୃଶ୍ୟମ୍ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିବା ଅକ୍ଷୟଙ୍କର ପୂର୍ବରୁ ଆଲିବାଗ୍ରେ ମଧ୍ୟ ବଙ୍ଗଳା ରହିଛି। ଏବେ ମାଲାବାର ହିଲ୍ର ଏହି ପ୍ରିମିୟମ୍ ପ୍ରପର୍ଟି ତାଙ୍କ ରିଅଲ୍ ଇଷ୍ଟେଟ୍ ପୋର୍ଟଫୋଲିଓରେ ଆଉ ଏକ ମୂଲ୍ୟବାନ ଅଧ୍ୟାୟ ଯୋଡ଼ିଛି। ମୁମ୍ବାଇର ପୋସ୍ ଏରିଆରେ ସେଲିବ୍ରିଟିମାନଙ୍କର ଏଭଳି କୋଟି କୋଟି ଟଙ୍କାର ସମ୍ପତ୍ତି କ୍ରୟ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ।