Kangana Ranaut turns 40ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ରୁ ନିଜ କ୍ୟାରିଅର ଆରମ୍ଭ କରିଥିବା କଙ୍ଗନା ରାଣାୱତ ଏବେ ବଲିଉଡର କ୍ୱିନ୍ । ତାଙ୍କ ଗଣତି ବଲିଉଡ୍ ର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ହୁଏ। ହିମାଚଳ ପ୍ରଦେଶ ମଣ୍ଡିରୁ ବଲିଉଡ୍ ସୁପରଷ୍ଟାର ହେବାର ଯାତ୍ରା ନଥିଲା ସହଜ। କିନ୍ତୁ ହାର୍ ମାନିବା ବି ସେ ଶିଖି ନାହାନ୍ତି। ସେଥିପାଇଁ ତ ସେ ଏବେ କୁଇନ୍। ଅଭିନୟ ଦକ୍ଷତା ବ୍ୟତୀତ, କଙ୍ଗନା ତାଙ୍କର ସ୍ପଷ୍ଟବାଦୀ ଆଚରଣ ଏବଂ ସାହସ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ଫିଲ୍ମ ଜଗତରେ ନିଜ ଉପସ୍ଥିତି ମଜଭୁଦ୍ କରିବା ପରେ, ଅଭିନେତ୍ରୀ ରାଜନୀତି ଜଗତରେ ମଧ୍ୟ ନିଜର ଦବଦବା ଜାହିର୍ କରିଛନ୍ତି। ବର୍ତ୍ତମାନ, କଙ୍ଗନା ମଣ୍ଡି ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ବିଜେପି ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି। ଅଭିନେତ୍ରୀ ଆଜି ଅର୍ଥାତ୍ ୨୩ ମାର୍ଚ୍ଚରେ ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ, ଆସନ୍ତୁ ତାଙ୍କ ଜୀବନଶୈଳୀ, ମୋଟ୍ ସମ୍ପତ୍ତି, ଦରମା, ଘର ଏବଂ କାର କଲେକ୍ସନ୍ ସମ୍ପର୍କରେ ଜାଣିବା...।

କଙ୍ଗନାଙ୍କ ପାଖରେ ରହିଛି କେତେ ସମ୍ପତ୍ତି?

ନିର୍ବାଚନୀ ଶପଥ ପତ୍ର ଅନୁଯାୟୀ, କଙ୍ଗନା ରାଣାୱତଙ୍କ ମୋଟ୍ ସମ୍ପତ୍ତି ୯୦ କୋଟି । ଅଭିନେତ୍ରୀଙ୍କ ପାଖରେ ୨୮,୭୩,୪୪,୨୩୯ମୂଲ୍ୟର ସ୍ଥାବର ସମ୍ପତ୍ତି ଅଛି, ଯେତେବେଳେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୨,୯୨,୮୭,୦୦୦।

କଙ୍ଗନାଙ୍କ ପାଖରେ କୋଟି କୋଟିର ସୁନା ଅଳଙ୍କାର..

ନିର୍ବାଚନୀ ଶପଥପତ୍ର ଅନୁଯାୟୀ, କଙ୍ଗନାଙ୍କ ପାଖରେ ୬କିଲୋ ୭୦୦ଗ୍ରାମ ସୁନା ଏବଂ ଅଳଙ୍କାର ଅଛି। ଯାହାର ମୂଲ୍ୟ ପ୍ରାୟ ୫କୋଟି । ଅଭିନେତ୍ରୀଙ୍କ ପାଖରେ ୬୦ କିଲୋଗ୍ରାମ ରୂପା ମଧ୍ୟ ଅଛି, ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବ। କଙ୍ଗନାଙ୍କ ପାଖରେ ୩ କୋଟିରୁ ଅଧିକ ହୀରା ଅଲଙ୍କାର ବି ରହିଛି।

ଲକ୍ଜରୀ କାର୍ କଲେକ୍ସନ

ନିର୍ବାଚନୀ ଶପଥପତ୍ରରେ ଦୁଇଟି କାର ତାଲିକାଭୁକ୍ତ କରାଯାଇଛି। ଗେଟିଏ BMW 7 ସିରିଜ୍ ଏବଂ ଏକ Mercedes-Benz GLE SUV, ଯାହାର ମିଳିତ ମୂଲ୍ୟ ୧.୫୬କୋଟି ହେବ । କଙ୍ଗନାଙ୍କ ସ୍ତାବର ସମ୍ପତ୍ତି ଭିତରେ ତାଙ୍କର ୫୦ଟି LIC ପଲିସି ରହିଛି।

ପ୍ରତି ଫିଲ୍ମ ପାଇଁ ତାଙ୍କର ଫି

କଙ୍ଗନାଙ୍କ ପ୍ରତି ଫିଲ୍ମ ପାଇଁ ୧୫ କୋଟିରୁ ୨୫ କୋଟି ପର୍ଯ୍ୟନ୍ତ ଫି’ ନିଅନ୍ତି। ଏହା ବ୍ୟତୀତ, ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ୩ କୋଟିରୁ ୩.୫ କୋଟି ପର୍ଯ୍ୟନ୍ତ ରୋଜଗାର କରନ୍ତି। କଙ୍ଗନାଙ୍କର ମଣିକର୍ଣ୍ଣିକା ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ପ୍ରଡକ୍ସନ୍ ହାଉସ୍ ମଧ୍ୟ ଅଛି, ଯାହା ମାଧ୍ୟମରେ ସେ ଯଥେଷ୍ଟ ଆୟ କରନ୍ତି। ମୁମ୍ବାଇରେ ତାଙ୍କର ଏକ ଆପାର୍ଟମେଣ୍ଟ ଅଛି, ଯାହାର ମୂଲ୍ୟ ୧୫ କୋଟିରୁ ୨୦କୋଟି ମଧ୍ୟରେ ହୋଇପାରେ। ଏହା ବ୍ୟତୀତ, ହିମାଚଳପ୍ରଦେଶରେ ତାଙ୍କର ଏକ ବଙ୍ଗଳା ଅଛି, ଯାହାର ମୂଲ୍ୟ ପ୍ରାୟ ୨୫ କୋଟି ହେବ ବୋଲି ଆକଳନ କରାଯାଇଛି। ଅଭିନେତ୍ରୀଙ୍କର ମୁମ୍ବାଇର ପାଲି ହିଲ୍ ଅଞ୍ଚଳରେ ଏକ ଅଫିସ୍ ରହିଛି, ଯାହାର ମୂଲ୍ୟ ମଧ୍ୟ କୋଟିଏରେ । ଏହା ସହ, କଙ୍ଗନାଙ୍କ ମନାଲୀରେ ଏକ କାଫେ ଅଛି, ଯାହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆୟର ଏକ ଉତ୍ସ। ଏବେ ଜଣେ ସାଂସଦ ହିସାବରେ କଙ୍ଗନା ୧ଲକ୍ଷ ଦରମା ନେଉଛନ୍ତି।

 Also Read- ‘ଧୁରନ୍ଧର୍-୨’ ପରେ ଅର୍ଜୁନ ରାମପାଲଙ୍କୁ ବଡ଼ ଅଫର୍, ଋଷଭ ଶେଟ୍ଟୀଙ୍କ ପ୍ରୋଜେକ୍ଟରେ ଆସିବେ ନଜର