ନୂଆଦିଲ୍ଲୀ ୨୨।୦୩: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ଏବେ ଚର୍ଚ୍ଚାରେ । ‘ଧୁରନ୍ଧର୍-୨’ରେ ତାଙ୍କ ଖଳନାୟକ ଚରିତ୍ରକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହି ସଫଳତା ପରେ ଅର୍ଜୁନ ଖୁବଶୀଘ୍ର ଋଷଭ ଶେଟ୍ଟୀଙ୍କ ବହୁପ୍ରତୀକ୍ଷିତ ଐତିହାସିକ ଫିଲ୍ମ ‘ଦ ପ୍ରାଇଡ୍ ଅଫ୍ ଭାରତ: ଛତ୍ରପତି ଶିବାଜୀ ମହାରାଜ’ରେ ମୁଖ୍ୟ ଖଳନାୟକ ରୂପେ ପରଦାକୁ ଆସିବେ।

ରିପୋର୍ଟ ଅନୁସାରେ, ଫିଲ୍ମରେ ଅର୍ଜୁନ ଜଣେ ଶକ୍ତିଶାଳୀ ବିରୋଧୀ ଭୂମିକାରେ ଅଭିନୟ କରିବେ । ମୁଖ୍ୟ ନାୟକ ଋଷଭ ଶେଟ୍ଟୀଙ୍କ ଚରିତ୍ରକୁ ସେ ଟକ୍କର ଦେବେ । ଋଷଭଙ୍କୁ ନେଇ ଫ୍ୟାନଙ୍କ ମଧ୍ୟରେ ପୂର୍ବରୁ ଉତ୍ସାହ ରହିଛି । ଏବେ ତାଙ୍କ ସହିତ ଅର୍ଜୁନଙ୍କ ନୂଆ ଅବତାରକୁ ପରଦାରେ ଦେଖିବାକୁ ଦର୍ଶକ ଖୁବ୍ ଉତ୍ସାହିତ । ଛତ୍ରପତି ଶିବାଜୀ ମହାରାଜ ଭାରତୀୟ ଇତିହାସର ମହାନ ଯୋଦ୍ଧାଙ୍କ ଜୀବନ ଗାଥା ଉପରେ ଆଧାରିତ ଏକ ମହାକାବ୍ୟ ଫିଲ୍ମ । ଏଥିରେ ଶିବାଜୀ ମହାରାଜଙ୍କ ସାହସ, ରଣନୀତି, ନେତୃତ୍ୱ ଓ ରାଷ୍ଟ୍ରପ୍ରେମ ପରଦାରେ ପ୍ରଦର୍ଶିତ ହେବ । ଫିଲ୍ମରେ ଶେଫାଳୀ ଶାହ ରାଜମାତା ଜୀଜାବାଈ ଭୂମିକାରେ ଅଭିନୟ କରିବେ । ଫିଲ୍ମଟି ବର୍ଷର ମଧ୍ୟଭାଗରେ ନିର୍ମାଣ ଆରମ୍ଭ ହେବାର ଆଶା କରାଯାଉଛି।

‘ଧୁରନ୍ଧର୍-୨’ରେ ଖଳନାୟକ ଭୂମିକା ପାଇଁ ଅର୍ଜୁନ ରାମପାଲ ଖୁବ୍ ପ୍ରଶଂସିତ ହୋଇଛନ୍ତି। ଏବେ, ସେ ଆଉ ଏକ ବଡ଼ ପ୍ରୋଜେକ୍ଟ ସହିତ ଦର୍ଶକଙ୍କୁ ରୋମାଞ୍ଚିତ କରିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଅର୍ଜୁନଙ୍କ ନୂତନ ଅବତାରକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି। ଅନେକ ବିଶ୍ୱାସ କରନ୍ତି ଯେ ଏହି ଭୂମିକା ତାଙ୍କ ଅଭିନୟ କ୍ୟାରିୟରରେ ଏକ ମୋଡ଼ ଆଣିବ।

Also Read-ରୋହିତ ଶେଟ୍ଟୀଙ୍କ ଘରେ ଫାୟାରିଂ ମାମଲାରେ ବଡ ସଫଳତା, ଶୁଭମ ଲୋଣକର ଗ୍ୟାଙ୍ଗର ସୁଟର ପ୍ରଦୀପ ଗିରଫ