ନୂଆଦିଲ୍ଲୀରାଜନେତାମାନେ ନିଜର ରାଜନୀତି ଚମକାଇବା ପାଇଁ ସବୁବେଳେ ଅପରକୁ ସମାଲୋଚନା କରୁଥିବାର ଆପଣ ଦେଖିଥିବେ। ସଡ଼କ ଠାରୁ ନେଇ ସଂସଦ ପର୍ଯ୍ୟନ୍ତ ଜଣେ ଅନ୍ୟର ନୀତିକୁ ସମାଲୋଚନା କରନ୍ତି। ଆଉ ଲୋକେ ଏହାକୁ ସତ ମଣି ନିଜ ନିଜ ମଧ୍ୟରେ ମାରପିଟ ଲାଗନ୍ତି। ଲଢ଼େଇ କରନ୍ତି।

ହେଲେ ଏସବୁ କେବଳ ରାଜନୀତି ରଙ୍ଗମଞ୍ଚରେ ଦେଖିବାକୁ ମିଳେ। ହେଲେ ରାଜନୀତିର ବାହାରେ ବ୍ୟକ୍ତିଗତ ଜୀବନରେ କିନ୍ତୁ ନେତାମାନଙ୍କର ଜୀବନ ପୂରା ଓଲଟା। ଏକାଠି ମଜା ମସ୍ତି,ଏକାଠି ଖଟି ପାର୍ଟି, ସବୁ ଚାଲେ। ଆଉ ଏହି ଦୃଶ୍ୟ ଜନତାଙ୍କ ସାମ୍ନାକୁ ଆସିଲେ ନେତାଙ୍କ ପାଇଁ ନୀତି ଭୁଲି ପରସ୍ପରକୁ ମାର୍‌ପିଟ୍ ଲାଗିଥିବା ଜନତାର ହୋସ୍ ପଶେ। ତା' ପରେ ନାନା କଥା ନାନା ସମାଲୋଚନା।

ନିକଟରେ ବିଜେପି ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲଙ୍କ ଝିଅ ବାହାଘରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଜନୀତିରେ ଘୋର ବିରୋଧୀ ଟିଏମ୍‌ସି ଏନ୍‌ସିପି ଓ ବିଜେପି ନେତା ଓ ନେତ୍ରୀମାନେ ଗୋଟିଏ ମଞ୍ଚରେ ଖୁବ୍ ନାଚଗୀତ କରିଥିଲେ। ବଲିଉଡ ମ୍ୟୁଜିକ୍ ତାଳେ ତାଳେ ଷ୍ଟେପ୍ ମିସାଇ ଡାନ୍ସ କରିଥିଲେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର, ଏନ୍‌ସିପିର ସୁପ୍ରିୟା ସୁଲେ ଓ ବିଜେପି ନେତ୍ରୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ। 

ଏହି ନେତ୍ରୀ ବଲିଉଡ ସିନେମା ଓମ ଶାନ୍ତି ଓମ୍‌ର ଟାଇଟଲ ଟ୍ରାକ୍‌ରେ ଡାନ୍ସ କରିଥିଲେ। ତାଙ୍କ ସହିତ ବିଜେପି ନେତା ନବୀନ ଜିନ୍ଦଲ ମଧ୍ୟ ନାଚୁଥିବାର ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏକାଧିକ ୟୁଜର ବିରୋଧୀଙ୍କ ଏଭଳି ଏକାଠି ଡାନ୍ସକୁ ହଜମ କରିପାରୁ ନାହାନ୍ତି।

ଭାଇରାଲ୍ ଭିଡିଓରେ କଙ୍ଗନା ଦିୱାନଗୀ ଦିୱାନଗୀ ଗୀତରେ ଡାନ୍ସ କରୁଛନ୍ତି, ତାଙ୍କ ପାଖକୁ ମହୁଆ ମୋଇତ୍ର ଏବଂ ଟିକେ ପଛରେ ସୁପ୍ରିୟା ସୁଲେ ମଧ୍ୟ ଡାନ୍ସ କରୁଥୁବାର ଦେଖାଯାଉଛି। ଆଉ ମଝିରେ ଝିଅ ବାହାଘର କରୁଥିବା ବିଜେପି ନେତା ନବୀନ ଜିନ୍ଦଲ ନାଚୁଥିଲେ। ଡାନ୍ସ ପୂର୍ବ ପ୍ରାକ୍ଟିସ୍‌ର କିଛି ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି କଙ୍ଗନା ରାଣାୱତ। ରାଣାୱତ ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରି କଙ୍ଗନା ଲେଖିଛନ୍ତି ସାଥୀ ସାଂସଦଙ୍କ ସହ ଫିଲ୍ମି ମୁହୂର୍ତ୍ତ ହା ହା। [ନବୀନ ଜିନ୍ଦଲ] ଜୀଙ୍କ ଝିଅର ବିବାହ ସଙ୍ଗୀତ ପାଇଁ ଚାଲିଛି ପ୍ରାକ୍ଟିସ।” କେବଳ ସେଲିବ୍ରେଟି ନୁହଁନ୍ତି ଦିନ୍ଦଲ ପରିବାର ସମସ୍ତେ ନାଚି ଗାଇ ମଉଜ ବନାଇଥିଲେ। ନବୀନ ଜିନ୍ଦଲଙ୍କ ସମେତ ତାଙ୍କ ଭାଇ ସଜନ ଜିନ୍ଦଲ ବି ବଲିଉଡ୍ ଗୀତରେ ଡାନ୍ସ କରିଥିଲେ।

​​​​​​​

ତେବେ ନେତାନେତ୍ରୀମାନଙ୍କର ଏହି ନାଚକୁ ଦେଖି ସୋସିଆଲ୍ ମିଡିଆରେ ୟୁଜର ସହଜରେ ହଜମ କରିପାରି ନାହାନ୍ତି। ରାଜନେତାଙ୍କ ପାଇଁ ସାଧାରଣ ଲୋକେ ନିଜ ଜାବନକୁ ବିପଦରେ ନ ପକାଇବା ପାଇଁ ୟୁଜରମାନେ ପୋଷ୍ଟ କରିଛନ୍ତି।