ଭୁବନେଶ୍ବର ୦୧/୦୫: କାଳବୈଶାଖୀ ପାଇଁ ତାତିରୁ ଆଶ୍ବସ୍ତି ମିଳିଛି କିନ୍ତୁ ଲୋକଙ୍କ ଚିନ୍ତା ବଢିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ କାଳବୈଶାଖୀର କରାଳ ଚିତ୍ର ସାମ୍ନାକୁ ଆସିଛି । ଅନେକ ସ୍ଥାନରେ ଉଡିଯାଇଛି ଘରର ଛାତ ।କେଉଁଠି ମୁହଁମାଡି ପଡିଛି ଗଛ ଆଉ କେଉଁଠି ଧରାଶାୟୀ ବିଦ୍ୟୁତ ଖୁଣ୍ଟ । ବିନିକାରେ କୁଆପଥର ମାଡରେ ଘରର ଛାତ ଭାଙ୍ଗିଯାଇଛି । ବର୍ଷାଠୁ ଅଧିକ ପବନ । ଏଭଳି ପାଗ ୫ ତାରିଖ ଯାଏ ଜାରି ରହିବ । ୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ ଜାରି କରାଯାଇଛି ।

ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ସଚେତନ କରାଯାଇଛି । କାଳବୈଶାଖୀ ସମୟରେ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାସ୍ତାରେ ଗାଡି ଧରି ବୁଲନ୍ତୁ ନାହିଁ । ସେହିପରି ମନ୍ତ୍ରୀ କହିଛନ୍ତି କାଳବୈଶାଖୀ ପ୍ରଭାବରେ ଘର କିମ୍ବା ଚାଷ ପ୍ରଭାବିତ ହୋଇଥିଲେ ୨୪ ଘଣ୍ଟା ଭିତରେ ମିଳିବ କ୍ଷତିପୂରଣ । ଏନେଇ ଜିଲ୍ଲାପାଳମାନଙ୍କୁ ବିସ୍ତୃତ ରିପୋର୍ଟ ବିଭାଗକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଳବୈଶାଖୀ ହେବା ପୂର୍ବରୁ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ମେସେଜ ଯାଉଛି । କାଳବୈଶାଖୀ ହେବା ପୂର୍ବରୁ ସଂପୃକ୍ତ ଅ଼୍ଚଳର ଲୋକଙ୍କୁ ମେସେଜ ଯାଉଛି । ଗ୍ରାମାଞ୍ଚଳରେ ଘର ଭାଙ୍ଗିଥିବା ରିପୋର୍ଟ ଆସୁଛି । ତେବେ ମୃତାହତ ସଂପର୍କରେ କୌଣସି ତଥ୍ୟ ମିଳିନଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ।

Also Read:ଭୁବନେଶ୍ଵରରେ କାଳବୈଶାଖୀର ତାଣ୍ଡବ, ବଜ୍ରପାତରେ ୩ ଜଳିଗଲେ; ଭାଙ୍ଗିଗଲା ହୋର୍ଡିଂ ଷ୍ଟ୍ରକଚର