ଭୁବନେଶ୍ବର ୧୭।୪: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ପବନରେ ବେଗ ୪୦-୫୦ କି.ମି. ଯାଏଁ ରହିବ । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର । ସେହିପରି ଯାଜପୁର, କେନ୍ଦ୍ରାପଡା, କଟକ, ଜଗସତିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଭାବ ଦେଖାଦେଇପାରେ ।

Also Read:- Schools and colleges in Balangir are closed: ଅସହ୍ୟ ହେଲାଣି ଗରମ, ବଲାଙ୍ଗିରରେ ୧୮ରୁ ୨୧ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଏହାସହ ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ହିଟ୍ ୱେଭ ସ୍ଥିତି ସୃଷ୍ଟି ହେବ । ସେହିପରି ଉଷ୍ମ ଓ ଆଦ୍ରତା ସ୍ଥିତି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେହିପରି ଆସନ୍ତା ୨୪ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଗତ ୨୪ ଘଣ୍ଟାରେ ଟିଟିଲାଗଡ ସହରରେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୪ ଜିଲ୍ଲାରେ ୪୦ ତଥା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି ।