ବଲା ୧୭।୪: ବଢୁଛି ତାତି । ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା । ବଲାଙ୍ଗିରରେ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କଲେ ଜିଲ୍ଲାପା । ବଲାଙ୍ଗିର ଜିଲ୍ଲାର ଅଙ୍ଗନଓ୍ବାଡ଼ି, ସ୍କୁଲ, କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ୧୮ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଛୁଟି ଘୋଷଣା । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ବଲାଙ୍ଗିର ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି

ବଲାଙ୍ଗିରରେ ବଢୁଛି ତାତି । ଅସ୍ତବ୍ୟସ୍ତ ଜନଜୀବନ । ସକାଳୁ ତାତିର ପ୍ରକୋପ ସନ୍ଧ୍ୟା ପର୍ଯ୍ୟନ୍ତ । ଜରୁରୀ କାମ ନହେଲେ କେହି ଘରୁ ବାହାରୁ ନାହାନ୍ତି । ଦିନ ୧୨ଟା ହେଲେ ରାସ୍ତାଘାଟ ଶୂନଶାନ ରହୁଛି । ଯାତ୍ରୀମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଛ ଛାଇ ଦେଖିଲେ କିଛି ସମୟ ରହି ପୁଣି ଯାତାୟାତ କରୁଛନ୍ତି । ସେପଟେ ଅଘୋଷିତ ବିଦ୍ୟୁତ କାଟ୍ ସାଜିଛି ଲୋକଙ୍କ ପାଇଁ ଚିନ୍ତାର କାରଣ । ଦିନ ହେଉକି ରାତି ମନଇଚ୍ଛା କାଟୁଛନ୍ତି ବିଦ୍ୟୁତ । ଯାହାକୁ ନେଇ ଲୋକ ଘରେ କି ବାହାରେ ରହିବା ହୋଇ ପଡୁଛି ମୁସ୍କିଲ । ସହରରେ ଜଳଛତ୍ର କିଛି ସ୍ଥାନରର ଖୋଲା ଯାଇଥିବା ବେଳେ ଆଉ କିଛି ଖୋଲିବାକୁ ଦାବି କରିଛନ୍ତି ।

Also Read:- Sofia Firdous : ଚୋର ଘର ସବୁ ବେଳେ ଅନ୍ଧାର ନଥାଏ, କାହାକୁ ଏମିତି କହିଲେ ସୋଫିଆ ଫିର୍ଦ୍ଦୋସ...

ସେହିପରି ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଅବ୍ୟବସ୍ଥା ଘେରରେ । ସକାଳୁ ବିଦ୍ୟୁତ କାଟ୍ ସମୟରେ ଜଳ ଯୋଗାଇ ଦେବା ବେଳେ ଲୋକ ପାଣି ରଖିବା ମୁସ୍କିଲ ହୋଇଛି । ସହରର ବିଭିନ୍ନ ପଡ଼ାରେ ମନଇଚ୍ଛା ଜଳ ଯୋଗାଣ କରୁଛି ପିଏଚ୍ଡି ବିଭାଗ । ଯାହାକୁ ନେଇ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।