ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ବିଚାରପତି ବଦଳାଇବା ଦାବିନେଇ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ସୋମବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କେଜରିୱାଲଙ୍କ ମାମଲାରେ ଜଷ୍ଟିସ୍ ଶର୍ମା କହିଛନ୍ତି ଯେ ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଯାଇଛି। ଏଣୁ ମୁଁ ମାମଲାରୁ ହଟିବିନି। ଜଷ୍ଟିସ୍ ଶର୍ମା ତାଙ୍କ ଆଦେଶରେ କହିଛନ୍ତି ଯେ ଯେତେବେଳେ ନିଷ୍ପତ୍ତି ଲେଖିବା ଆରମ୍ଭ କଲି କୋର୍ଟ ରୁମ ନିସ୍ତବ୍ଦ ଥିଲା। ସେତେବେଳେ ଜଣେ ଜଜ୍ ଭାବେ ମୋତେ ମୋ ଦାୟିତ୍ୱ ଅନୁଭବ ହୋଇଛି।

ସେ କହିଛନ୍ତି ଯେ କାରଣ ମୁଁ ଭାରତୀୟ ସମ୍ବିଧାନର ଶପଥ ନେଇଛି। ମୋତେ ଲାଗିଲା ମୋର ନୀରବତା ମୋ ପାଇଁ ଏକ ପରୀକ୍ଷା। ପ୍ରଶ୍ନ କେବଳ ମୋତେ ନେଇ ନୁହେଁ ନ୍ୟାୟପାଳିକାର ନିରପେକ୍ଷତା ଓ ସଂସ୍ଥାର ଗାରିବା ଉପରେ ମଧ୍ୟ ରହିଛି। ଜଷ୍ଟିସ ଶର୍ମା କହିଛନ୍ତି ଯେ ମୁଁ ଏହି କେସ୍ ରୁ ରିକ୍ୟୁଜ କରିବି ନାହିଁ। ମୁଁ ଏହି କେସ୍ ର ଶୁଣାଣି କରିବି। ଏଣୁ କେଜରିୱାଲ ଓ ଅନ୍ୟଙ୍କ ମାମଲାରେ ଶୁଣାଣି ଛାଡିବାର ଆବେଦନକୁ ଜଜ୍ ଅଗ୍ରାହ୍ୟ କରିଛନ୍ତି।

ସେ କହିଛନ୍ତି ଯେ ଯଦି ମୁଁ ଏହି ଶୁଣାଣିରୁ ପୃଥକ ହେବି ହୁଏତ ଏହି ଫାଇଲ ବନ୍ଦ ହୋଇଯିବ। ହେଲେ ଏହି ଆବେଦନରେ ଯେଉଁ ପ୍ରସଙ୍ଗ ଉଠାଯାଇଛି ତାର ଚର୍ଚ୍ଚା ସବୁଆଡେ ହେବ। ଏଣୁ ଜଷ୍ଟିସ୍ ଶର୍ମା ଏହି ଆବେଦନ ରିଜେକ୍ଟ କରୁଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି କାରଣ ମୋର ଶପଥ ସମ୍ବିଧାନ ଦ୍ୱାରା ହୋଇଛି। ମୋ ଶପଥ ଶିଖାଇଛି ଜଷ୍ଟିସ୍ ପ୍ରେସରେ ନଇଁବେ ନାହିଁ। ମୁଁ ବିନା କୌଣସି ଭୟ ଓ ଭେଦଭାବରେ କାମ କରିବି। ଏହା ପରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ମୋକଦ୍ଦମାରେ ନିର୍ଦ୍ଦୋଷରେ ଖଲାସ ଲୋକଙ୍କୁ ସେମାନଙ୍କ ଜବାବ ଦାଖଲ କରିବାକୁ ଶେଷ ସୁଯୋଗ ଦେଇଛନ୍ତି। କୋର୍ଟ ସିବିଆଇ ଦ୍ୱାରା ଲୋଅର କୋର୍ଟର ରାୟ ବିରୋଧରେ ୪ରୁ ୭ ମେ ମଧ୍ୟରେ ଶୁଣାଣି କରିବେ।