ଭୁବନେଶ୍ୱର: ୨୩ ବର୍ଷର କସରତ। ଦୀର୍ଘ ପ୍ରତୀକ୍ଷା ପରେ ମିଳିଛି ନ୍ୟାୟ। ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଦମ୍ପତିଙ୍କୁ ସର୍ବସମ୍ମୁଖରେ ନଗ୍ନ କରି ବୁଲାଇବା ଘଟଣାରେ ଅଦାଲତ ସମସ୍ତ ୧୪ ଜଣ ମହିଳା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଝାରସୁଗୁଡ଼ା ସିନିୟର ସିଭିଲ୍ ଜଜ୍ (ୱିମେନ୍ସ କୋର୍ଟ) ପ୍ରତ୍ୟୁଷା କିରଣ ଏହି ଐତିହାସିକ ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ୧୪ ଜଣ ମହିଳାଙ୍କୁ ଜେଲ୍ ଦଣ୍ଡ ସହ ପ୍ରତ୍ୟେକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହି ଲଜ୍ଜାଜନକ ଘଟଣା ୨୮ ମାର୍ଚ୍ଚ ୨୦୦୩ ମସିହାରେ ଲାଇକେରା ଥାନା ଅଞ୍ଚଳରେ ଘଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଦମ୍ପତିଙ୍କ ଘରେ ପଶି ଏଭଳି କାଣ୍ଡ ଭିଆଇଥିଲେ। ପୀଡ଼ିତ ଦମ୍ପତିଙ୍କୁ ପ୍ରଥମେ ମାଡ଼ ମରାଯାଇଥିଲା, ତା'ପରେ ସର୍ବସମ୍ମୁଖରେ ନଗ୍ନ କରାଯାଇ, ଜୋତା ମାଳ ପିନ୍ଧାଇ ଓ ମୁହଁରେ କଳା ବୋଳି ଦିନ ଦିପହରରେ ପୂରା ଗାଁରେ ବୁଲାଯାଇଥିଲା।

ଏହି ମାମଲାରେ ପୋଲିସର ତଦନ୍ତ ସମୟରେ ସରିଥିଲେ ମଧ୍ୟ କୋର୍ଟ ପ୍ରକ୍ରିୟାରେ ବିଳମ୍ବ ଦେଖିବାକୁ ମିଳିଥିଲା। ୧୭ ଜୁଲାଇ ୨୦୦୩ରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ଅଦାଲତରେ ଚାର୍ଜ ଫ୍ରେମ୍ ହେବା ପାଇଁ ଦୀର୍ଘ ୨୨ ବର୍ଷ ସମୟ ଲାଗିଥିଲା, ଯାହାକି ୧୫ ନଭେମ୍ବର ୨୦୨୫ରେ ହୋଇଥିଲା। ଗତ ୭ ମାସ ହେବ ଏହି ମାମଲାର ଟ୍ରାଏଲ୍ କୋର୍ଟରେ ଚାଲିଥିଲା।

ଏହି ବିଜୟକୁ ସ୍ୱାଗତ କରିଛନ୍ତି ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର। କହିଛନ୍ତି, "ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା ପୀଡ଼ିତଙ୍କୁ ନ୍ୟାୟ ଦେବାରେ ସଫଳ ହୋଇଛି।