ଜି.ଉଦୟଗିରି ୨୫।୬: କନିଷ୍ଠ ଯନ୍ତ୍ରୀଙ୍କ ଉନ୍ମକ୍ତକାଣ୍ଡ । ୩ଟି ଗାଡ଼ିକୁ ଧକ୍କା ଦେଇ ନିଜେ ପିଟିହେଲେ ଗଛରେ । ଦୁର୍ଘଟଣା ଫଳରେ ନିଜେ ମଧ୍ୟ ହୋଇଛନ୍ତି ଆହତ । ସେହି ଅବସ୍ଥାରେ ଘଟଣାସ୍ଥଳ ଛାଡ଼ି ମାରିଲେ ଚମ୍ପଟ । ୨ଟି ଦୁଇ ଚକିଆ ଗୋଟିଏ ଚାରି ଚକିଆ ଗାଡ଼ି ଭାଙ୍ଗିରୁଜି ଯାଇଥିବା ସୂଚନା ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସି କାର୍ଯ୍ୟାଳୟ ସମ୍ମୁଖ ଘଟିଛି ଦୁର୍ଘଟଣା । ଜି.ଉଦୟଗିରି ପଞ୍ଚାୟତ ସମିତିର କନିଷ୍ଠ ଯନ୍ତ୍ରୀ ଚକ୍ରଧର ପୂର୍ତ୍ତି କାର୍ ନେଇ ଯିବାବେଳେ ଦୁର୍ଘଟଣା ଘଟାଇଛନ୍ତି । ପ୍ରଥମେ ଦୁଇଟି ଦୁଇ ଚକିଆ ଓ ଗୋଟିଏ ଚାରି ଚକିଆ ଗାଡ଼ିକୁ ଧକ୍କା ଦେଇଥିଲେ କନିଷ୍ଠ ଯନ୍ତ୍ରୀ । ପରେ ତାଙ୍କ କାର୍ ଗଛରେ ପିଟି ହୋଇଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ତାଙ୍କ ନିଜ ସରକାରୀ ବାସଭବନ ନିକଟରେ ଗଛକୁ ଧକ୍କା ଦେଇଥିଲା ଯନ୍ତ୍ରୀଙ୍କ କାର୍ । ଫଳରେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Also Read:- ମାନିବାକୁ ପଡ଼ିବ ମଣିମାଙ୍କ ସାହସ ! କାମୁଡ଼ିଥିବା ସାପକୁ ଡବାରେ ପୂରାଇ ପହଞ୍ଚିଲେ ଡାକ୍ତରଖାନା

ତେବେ କନିଷ୍ଠ ଯନ୍ତ୍ରୀ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହି ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ନିଜେ ମଧ୍ୟ ଆହତ ହୋଇଥିଲେ । କିନ୍ତୁ ସେ ଘଟଣାସ୍ଥଳ ଛାଡି ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି ।