ଜଗତସିଂହପୁର ୩୦।୦୫ : ମହିଳା ଓ୍ୱାସ୍‌ ରୁମ୍‌ରେ ହିଡେନ୍‌ କ୍ୟାମେରା ମିଳିବା ଘଟଣା । ଆକ୍ସନମୋଡ଼ରେ ଜଗତସିଂହପୁର ଜିଲ୍ଲାପାଳ । ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ଗୁରୁବାର ଦିନ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଡିଆରଡିଏ ଅଫିସର ଖେଳାଯାଇଥିଲା ଚାଞ୍ଚଲ୍ୟ ।  ମହିଳା ୱାସ୍‌ ରୁମରେ କିଏ ଲଗାଇଥିଲା ସିକ୍ରେଟ କ୍ୟାମେରା। ଯାହାକୁ ନେଇ ସେହି ସମୟରେ ଅଫିସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ଏପିରିକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କ୍ୟାମେରାକୁ ଉଦ୍ଧାର କରି ତଦନ୍ତ ପାଇଁ ପଠାଇଥିଲା। ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଶେଷରେ ସେହି ଅଫିସରେ କାମ କରୁଥିବା ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖା କ୍ୟାମେରା ଲଗାଇଥିବା ଜଣାପଡିଥିଲା । ଗୋଟିଏ ପରେ ପୋଲିସର ତଦନ୍ତ ଚାଲୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରେଭେନ୍ୟୁ କ୍ଲର୍କ ସଞ୍ଜୟଙ୍କ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । 

ସେହିପରି ପୁରା ଘଟଣାର ତଦନ୍ତ ଏବେବି ଚାଲିଛି । କେବେଠୁ ଏହି କ୍ୟାମେରା ଲାଗିଥିଲା । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ତଦନ୍ତ କରୁଛି ଜଗତସିଂହପୁର ପୋଲିସ