ଭଦ୍ରକ ୫।୬: ୧୦ ହଜାର ଟଙ୍କା ଦେଲେ ମିଳିବ NOC । ଘରୋଇ ସ୍କୁଲକୁ NOC ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଭଦ୍ରକ ଜିଲ୍ଲା ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ।

ସୂଚନାଯୋଗ୍ୟ ଯେ, ବାରାପୁର ଅଞ୍ଚଳର ଏକ ଘରୋଇ ସ୍କୁଲକୁ ପ୍ରମାଣପତ୍ର ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ । କାର୍ଯ୍ୟାଳୟ ପରିସରରେ ଅଭିଯୋଗକାରୀ ପ୍ରଶାନ୍ତ ସାହୁ ଦାବି ମୁତାବକ ୧୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ପୂର୍ବ ଯୋଜନା ଅନୁଯାୟୀ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ଆଖପାଖରେ ଜଗି ରହିଥିଲେ । ତେବେ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଶ୍ରୀକାନ୍ତଙ୍କୁ ଧରିବା ସହ କାଗଜପତ୍ର ଯାଞ୍ଚ କରିଛି ।

Also Read:- ଖରା ନକମିଲେ ବଢ଼ିପାରେ ସ୍କୁଲ ଛୁଟି, ପରିସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି

ଲାଞ୍ଚ କାରବାର ଲିଙ୍କ୍‌ରେ ଶ୍ରୀକାନ୍ତଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରହିଛି । ତାଙ୍କ ବାସଭବନ, କାର୍ଯ୍ୟାଳୟ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ମଧ୍ୟ ସୂଚନା ମିଳିଛି ।