ଛତ୍ରପୁର: ଚାକିରି କରାଇଦେବା ନାଁରେ ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ଛତ୍ରପୁର ଥାନା ପୋଲିସ l ଗିରଫ ମଧ୍ୟ୍ୟରେ ତିନି ମହିଳା ରହିଛନ୍ତି । ଗିରଫମାନେ ହେଲେ ଦୀପା ବେହେରା, ନାରାୟଣ ସେଠୀ, ବିଷ୍ଣୁପ୍ରିୟା ବେହେରା ଓ ସୁନିତା ଦାସ । ଅଭିଯୁକ୍ତଙ୍କଠାରୁ ୨୫ ହଜାର ଟଙ୍କା, ଏକ ବାଇକ, ୩ଟି ମୋବାଇଲ ଫୋନ, ଫେକ୍ ନିଯୁକ୍ତି ପତ୍ର ଓ ଆଇଡି କାର୍ଡ ମଧ୍ୟ ପୋଲିସ ଜବତ କରିଛି ।  ସେହିଭଳି ଘଟଣାରେ ସମ୍ପୃକ୍ତ ଅନ କିଛି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ରେଡ୍ ଜାରି ରଖିଥିବା ନେଇ ସୂଚନା ଦିଆଯାଇଛି।

ସୂଚନାଥାଉକି, ଗତକାଲି ଛତ୍ରପୁରର ଏକ ଘରୋଇ କଲ୍ୟାଣ ମଣ୍ଡପରେ ଚାକିରି ପାଇଁ ଫେକ ଇଣ୍ଟରଭ୍ୟୁ ବେଳେ ପ୍ରଥମେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଘଟଣାରେ କିଛି ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ଏମିତିରେ ଶୁକ୍ରବାର ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Also Read: ଭଡ଼ା ଘରୁ ଜବତ ହେଲା ବିପୁଳ ଗଞ୍ଜେଇ, ସର୍ଚ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍‌

ବର୍ଷେରୁ ଅଧିକ ସମୟ ଧରି ଏମାନେ ଗଞ୍ଜାମ ଜିଲ୍ଲା ବିଭିନ୍ନ ଅଂଚଳରେ ଯୁବପିଢ଼ିମାନଙ୍କୁ ଠକି ଚାଲିଥିଲେ । ସେମାନଙ୍କୁ ଚାକିରି ଦେବା ନାଁରେ ଟଙ୍କା ମାଗୁଥିଲେ। ଏହି କ୍ରମରେ ଗୁରୁବାର ମଧ୍ୟ କିଛି ଆଶାୟୀ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ବେଳେ ପଇସା ମାଗିଥିଲେ । ହେଲେ ଏଥିରେ ଉତକ୍ଷିପ୍ତ ଆଶାୟୀ ପୋଲିସକୁ ଖବର ଦେଇଥିଲେ । ଏପରିକି ମିଥ୍ୟା ନିଯୁକ୍ତି ପତ୍ର ଓ ଆଇ କାର୍ଡ ଦେଇ ଯୁବ ପିଢିଙ୍କୁ ଠକିଚାଲିଥିଲେ ଅଭିଯୁକ୍ତମାନେ l ଛତ୍ରପୁର ଥାନାରେ ୪୨୦ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି |