ରାଞ୍ଚି,୧୦/୦୮ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି । ଜେପିଏସସି ଏବଂ ଏସଏସଏସସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଆରମ୍ଭ ହୋଇଥିବା ଆନ୍ଦୋଳନ ବ୍ୟାପକ ରୂପ ନେଲାଣି ।୧୭ଦିନ ଧରି ଏହା ଚାଲିଛି । ସୋମବାର ଆନ୍ଦୋଳନକାରୀମାନେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ଆନ୍ଦୋଳନକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ପୋଲିସ କିମ୍ବା କୌଁଣସି ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ନହେବାକୁ ଅପିଲ କରାଯାଇଛି ।

ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଭାବେ ଏକଜୁଟ ରହିବାକୁ ଅପିଲ କରିଛନ୍ତି । ବିଧାନସଭା ଅଭିମୁଖେ ଯାଉଥିବା ରାସ୍ତା ଯେପରି ଅବରୋଧ ନହୁଏ ସେନେଇ ମଧ୍ୟ କୁହାଯାଇଛି । ସାଧାରଣ ଲୋକଙ୍କ ସୁବିଧାକୁ ଧ୍ୟାନ ଦିଆଯାଇଛି । ଯଦି କୌଣସି ଛାତ୍ର ପୋଲିସ ସହ ମାରପିଟ୍ କରେ ତେବେ ତାଙ୍କୁ ସମର୍ଥନ କରାଯିବ ନାହିଁ । କୌଣସି ପ୍ରକାର ଅରାଜକତାରୁ ଦୂରରେ ରହିବା ଏବଂ ଏପରି ସ୍ଥିତି ହେଲେ ପୋଲିସକୁ ସୂଚନା ଦିଆଯିବ । ସରକାରଙ୍କ ନିକଟରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଭାବେ ସେମାନଙ୍କ ଦାବି ରଖିବେ । ଏହାସହ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ମଧ୍ୟ ଆଡଭାଇଜରୀରେ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନାନୁସାରେ, ସୋମବାରଦିନ୧୦ଟାରେ ପ୍ରଦର୍ଶନକାରୀ ଛାତ୍ର ବିଧାନସଭା ଘେରିବାକୁ ଯୋଜନା କରିଛନ୍ତି । ତେଣୁ ଆଖପାଖ ଅଞ୍ଚଳରେ ଧାରା୧୬୩ଜାରି କରାଯାଇଛି । ଏହି ପ୍ରସଙ୍ଗରେ ସରକାର ଏବଂ ଛାତ୍ରଙ୍କ ମଧ୍ୟରେ ତ୍ରିସ୍ତରୀୟ ଆଲୋଚନା ହୋଇଛି । କିନ୍ତୁ ଜେଏସଏସଏସି ସିଜିଏଲ ପରୀକ୍ଷା ଏବଂ ନିଯୁକ୍ତିକୁ ନେଇ ସରକାର ଏବଂ ଛାତ୍ରଙ୍କ ମଧ୍ୟରେ ସହମତି ପ୍ରକାଶ ପାଇ ନାହିଁ । ଅନ୍ୟ ଦିଗରେ ଜେପିଏସସିକୁ ଭଙ୍ଗ କରିଦିଆଯାଇଛି । ଏହାର ତିନି ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି ।

Also Read :- 'ବିଶୁଦ୍ଧ ପେଟ୍ରୋଲ କ'ଣ ତୁମ ବାପା ଦେବ' ? ବିଜେପି ସାଂସଦଙ୍କ ବିବାଦୀୟ ବୟାନ, ଘେରିଲେ Gen-z

ସେହିପରି ଝାଡଖଣ୍ଡ ଲୋକସେବା ଆୟୋଗର ସଦସ୍ୟ ଅଜିତା ଭଟାଚାର୍ଯ୍ୟଙ୍କୁ ପଚରାଉଚୁରା କରାଯିବ । ଅନ୍ୟ ଦିଗରେ ପରୀକ୍ଷା ଏବଂ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଛାତ୍ରମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜେ ଛାତ୍ରଙ୍କୁ ଚିଠି ଲେଖି ଭରସା ଦେଇଛନ୍ତି । ସରକାର ଛାତ୍ରଙ୍କ୯୮ପ୍ରତିଶତ ଦାବି ପୂରଣ କରିଥିବା କରିଛନ୍ତି । କିନ୍ତୁ ଅନେକ ପ୍ରସଙ୍ଗରେ ଏବେବି ସହମତି ହୋଇନାହିଁ ।