ଭଦ୍ରକ ୧୩।୦୪ : ଯାତ୍ରାରେ ପୁଣି ଯାତେରା । ଏଥର କିନ୍ତୁ ଟିକିଏ ଅଲଗା । କଣ୍ଟ୍ରୋଭର୍ସିରେ ପୁଣି ଥରେ ଫସିଛନ୍ତି ନାଣ୍ଡ ବାବୁ ଓରଫ ଅନନ୍ତ ନାରୟଣ ଧଳ । ଅଶୋକ ସମ୍ରାଟ ଏବଂ ତୁଳସୀ ଗଣନାଟ୍ୟର ମାଲିକ ଆଉ ଥରେ ବିବାଦ ମଧ୍ୟ ଫସିଯାଇଛନ୍ତି । ନାଣ୍ଡୁ ବାବୁ କୁଆଡେ ଯାତ୍ରା କରିବାକୁ କହି ଅଗ୍ରୀମ ନେଇଥିଲେ, ଯାତ୍ରା ତ ଦୂରର କଥା । ଯଦି କମିଟି ସଦସ୍ୟ ଅଗ୍ରୀମ ଟଙ୍କା ମାଗୁଛନ୍ତି ।  ତେବେ ନାଣ୍ଡୁ ବାବୁ କୁଆଡେ ଅସଭ୍ୟ ଭାଷାରେ କହିବା ସହ ଗାଳି ମଧ୍ୟ କରୁଛନ୍ତି ।   

ବିବାଦରେ ପୁଣି ନାଣ୍ଡୁ ବାବୁ । ଯାତ୍ରା ପାର୍ଟି ଯାତ୍ରା ପାଇଁ ଟଙ୍କା ନେଲେ କିନ୍ତୁ ଲୋକଙ୍କୁ ଠକିଦେଲେ। ଯାତ୍ରା ପାର୍ଟି ଅଶୋକ ସମ୍ରାଟର ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଭଦ୍ରକ ଧୂଷୁରୀ ଥାନା ଫତେପୁର ଗାଁରେ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଗାଡ଼ି ଅଟକାଇଛନ୍ତି ସ୍ଥାନୀୟ ଲୋକେ। ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଯାତ୍ରା ପାର୍ଟି ଗାଡି ଆଗରେ ଧାରଣାରେ ବସିଛନ୍ତି ।

ବାସନ୍ତୀ ଦୁର୍ଗାପୂଜା ଅବସରରେ ଯାତ୍ରା ପରିବେଷଣ ପାଇଁ ନାଣ୍ଡୁ ବାବୁଙ୍କୁ ୯ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। କିନ୍ତୁ ସେ ଟଙ୍କା ନେଇ ଯାତ୍ରା ପରିବେଷଣ କରିନଥିବାର ଅଭିଯୋଗ କରିଛନ୍ତି କମିଟି ସଦସ୍ୟ । ଏବେ ଯାଏଁ ଟଙ୍କା ମଧ୍ୟ ଫେରସ୍ତ କରିନାହାନ୍ତି। ଏନେଇ ବାରମ୍ବାର କହିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଲୋକେ ଯାତ୍ରା ପାର୍ଟି ଗାଡି ଅଟକାଇ ଧାରଣା ଦେଇଛନ୍ତି। କମିଟି ସଦସ୍ୟଙ୍କ ମୁତାବିକ, ଯଦି ଆମେ ଫୋନ୍‌ କରି ଯାତ୍ରା ପାର୍ଟିକୁ ଟଙ୍କା ମାଗୁଛି । ତେବେ ସେ ଆମକୁ ଗାଳି କରୁଛନ୍ତି । ଏହାସହ ଅସଭ୍ୟ ଭାଷାରେ କଥା କହୁଛନ୍ତି । ତେଣୁ ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବୁ ।  ଅନ୍ୟପଟେ ଏ ବିବାଦ ନେଇ ଯାତ୍ରା ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଦେଖାଯାଉ ଏହି ଘଟଣାରେ କାହା କଥା ସତ.. 

 

Watch Video:-