ସୋର ୧୦।୪: ଅଗ୍ରୀମ ଅର୍ଥ ଦେଣନେଣ ନେଇ ପାର୍ବତୀ ଗଣନାଟ୍ୟ ଅଟକ l ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିରାପୁର ମା’ ଦାଣ୍ଡ ଖେଳାଇ ଠାକୁରାଣୀ ପର୍ବ ପାଇଁ ଏପ୍ରିଲ ୭, ୮ ଓ ୯ ତାରିଖ ଯାତ୍ରା ପରିବେଷଣ ପାଇଁ ନିଷ୍ପତ୍ତି ହୋଇଥିଲା l ପାର୍ବତୀ ଗଣନାଟ୍ୟକୁ ଶିରାପୁର ଯାତ୍ରା କମିଟି ଅଗ୍ରୀମ ୨ ଲକ୍ଷ ୫୦ ଟଙ୍କା ଏପ୍ରିଲ ୭, ୮ ଓ ୯ ତାରିଖ ଚୁକ୍ତି ହୋଇଥିଲା l

Also Read:- Naveen Patnaik Delhi Visit: ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ, ସଂସଦୀୟ ଦଳ ନେତା ଚୟନ ପ୍ରସଙ୍ଗକୁ ଏଡ଼ାଇଗଲେ ଦେବୀ ମିଶ୍ର

କାଳବୈଶାଖୀ ବର୍ଷା ଯୋଗୁ ଟେଣ୍ଟ ଭୁଶୁଡ଼ି ପଡ଼ିବା ପାଇଁ ନାଟକ ପରିବେଷଣ ହୋଇପାରିନଥିଲା l ତିନି ଦିନ ଯାତ୍ରା ପାର୍ଟି ନାଟକ ପରିବେଷଣ ନକରି ପାରି ଫେରିଲା ବେଳେ ଯାତ୍ରା କମିଟି ଅଗ୍ରୀମ ୨ ଲକ୍ଷ ୫୦ ଟଙ୍କା ଫେରସ୍ତ କରିବାକୁ ଦାବି କରି ଯାତ୍ରା ପାର୍ଟିକୁ ଛାଡି ନଥିଲେ l ପାର୍ବତୀ ଗଣନାଟ୍ୟର ବାବୁନି ମହାନ୍ତି ଏ ଘଟଣାକୁ ନେଇ ସୋର ଥାନାର ଦ୍ବାରସ୍ତ ହୋଇଛନ୍ତି ।