ନୂଆଦିଲ୍ଲୀ: ଟେଷ୍ଟକୁ ସର୍ବଦା ଧୈର୍ଯ୍ୟର ଖେଳ କୁହାଯାଏ। ଏହି ଫର୍ମାଟ୍ ଖେଳାଳିଙ୍କ ପ୍ରକୃତ ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ହେଉଥିବା ଏହି ଖେଳରେ ବ୍ୟାଟର ରନ କରିବା ସହିତ ନିଜକୁ କ୍ରିଜରେ ବଞ୍ଚାଇବାକୁ ଚେଷ୍ଟା କରିଥାଏ। କାରଣ ରନ ସହିତ ସମୟ ମଧ୍ୟ ବହୁତ ଗୁରୁତ୍ଵ ବହନ କରିଥାଏ। ମାତ୍ର ଯେବେ ଟେଷ୍ଟ କ୍ରିକେଟରେ ସବୁଠୁ ମହଙ୍ଗା ଓଭର ଉପରେ ନଜର ପକାଯାଏ ତେବେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଜଣେ ବ୍ୟାଟରଙ୍କ ଭାବେ ନଜର ଆସିଥାନ୍ତି।

ବୁମରାଙ୍କ ନାମରେ ଟେଷ୍ଟ କ୍ରିକେଟର ଗୋଟିଏ ଓଭରରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିବାର ରେକର୍ଡ ରହିଛି। ସେ ୪ ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ୍ ୦୨ ଜୁଲାଇରେ ଇଂଲଣ୍ଡର ପୂର୍ବତନ ଖ୍ୟାତାନାମା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ବିପକ୍ଷରେ ଟେଷ୍ଟ କ୍ରିକେଟର ଗୋଟିଏ ଓଭରରେ ସବୁଠାରୁ ଅଧିକ ରନ୍ କରିବାର ରେକର୍ଡ କରିଥିଲେ।

Also Read: ରାଗିଗଲେ ଗାଭାସ୍କର ! କହିଲେ - 'ବୈଭବଙ୍କୁ ଶୀଘ୍ର ଖେଳାଅ, ନହେଲେ ହେବ ଏମିତି ଅସୁବିଧା'

ବର୍ମିଂହାମର ଏଜବାଷ୍ଟନଠାରେ ଖେଳାଯାଇଥିବା ମ୍ୟାଚ୍ର ଦ୍ୱିତୀୟ ଦିନର ପ୍ରଥମ ସେସନ୍ରେ ବୁମରା ଷ୍ଟୁଆର୍ଟ ବ୍ରଡଙ୍କୁ ସେହି ସମୟରେ ପ୍ରହାର କରିଥିଲେ, ଯେତେବେଳେ ଟିମ୍ ଇଣ୍ଡିଆ ୯ ଓ୍ଵିକେଟ୍ ହରାଇ ସାରିଥିଲା। ବୁମରା ବ୍ରଡଙ୍କ ଓଭରରେ ୧୫ କି ୨୦ ରନ ନୁହେଁ ବରଂ ୩୫ ରନ ସଂଗ୍ରହ କରିଥିଲେ। ଏହା ସହିତ ଏହା ଟେଷ୍ଟ କ୍ରିକେଟ୍ ଇତିହାସର ସବୁଠାରୁ ମହଙ୍ଗା ଓଭର ପାଲଟିଗଲା। ଏମିତି ଥିଲା ସେହି ଓଭରର ସମ୍ପୂର୍ଣ୍ଣ କାହାଣୀ।

ବୁମରା ଏହି ଓଭରରେ ୫ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଏହିପରି ଭାବେ ବ୍ୟାଟରୁ ୩୨ ରନ୍ ଆସିଥିଲା। ବାକି ଓଭରରେ ଗୋଟିଏ ୱାଇଡ୍ ବଲ୍ ଏବଂ ଗୋଟିଏ ନୋ-ବଲ୍ ପଡ଼ିଥିଲା। ସେହିପରି ଶେଷ ବଲରେ ଗୋଟିଏ ରନ୍ ଆସିଥିଲା। ଏହିପରି ଭାବେ ଓଭରରେ ସମୁଦାୟ ୩୫ ରନ୍ ଆସିଥିଲା। ସବୁଠୁ ବଡ଼ କଥା ବୁମରା ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରୁଥିଲେ।

Also Read: ଚେନ୍ନାଇରେ କେବେ ସାମିଲ ହେବେ ହାର୍ଦ୍ଦିକ ପାଣ୍ଡ୍ୟ ? ମୁହଁ ଖୋଲିଲେ ଦଳର ସିଇଓ

ଟେଷ୍ଟ କ୍ରିକେଟର ୧୦ଟି ସବୁଠାରୁ ମହଙ୍ଗା ଓଭର

ଷ୍ଟୁଆର୍ଟ ବ୍ରଡ୍- ୩୫ ରନ୍ (ଯଶପ୍ରୀତ ବୁମରା କରିଥିଲେ)

ରବିନ୍ ପିଟରସନ୍- ୨୮ ରନ୍ (ବ୍ରାୟନ୍ ଲାରା କରିଥିଲେ)

ଜେମ୍ସ ଆଣ୍ଡରସନ- ୨୮ ରନ୍ (ଜର୍ଜ ବେଲି କରିଥିଲେ)

ଜୋ ରୁଟ୍- ୨୮ ରନ୍ (କେଶବ ମହାରାଜ କରିଥିଲେ)

ହରଭଜନ ସିଂ- ୨୭ ରନ୍ (ଶାହିଦ ଆଫ୍ରିଦି କରିଥିଲେ)

ଜାହିଦ ମହମୁଦ- ୨୭ ରନ୍ (ହ୍ୟାରୀ ବ୍ରୁକ୍ କରିଥିଲେ)

ୟୁନୁସ ଖାନ୍- ୨ ୬ ରନ୍ (କ୍ରେଗ୍ ମ୍ୟାକମିଲନ୍ କରିଥିଲେ)

ଦାନିଶ କାନେରିଆ- ୨୬ ରନ୍ (ବ୍ରାୟନ୍ ଲାରା କରିଥିଲେ)

ପଲ୍ ହାରିସ୍- ୨ ୬ ରନ୍ (ମିଚେଲ ଜନସନ୍ କରିଥିଲେ)

ସୁରଙ୍ଗା ଲକମଲ- ୨୬ ରନ୍ (ବ୍ରେଣ୍ଡନ ମ୍ୟାକକୁଲମ କରିଥିଲେ)